Explore

Search

August 13, 2026 8:45 am

ଦେବଗଡ : ହତ୍ୟା ଘଟଣାର ହେଲା ପର୍ଦ୍ଦାଫାସ, ଅଭିଯୁକ୍ତ ହୋମଗାର୍ଡ ଗିରଫ ।

ଗଢି ଉଠିଥିଲା ପ୍ରେମ ସମ୍ପର୍କ । ପ୍ରେମ ସମ୍ପର୍କ ନିବିଡ ହେଲା ପରେ ବିବାହ ପାଇଁ ଜିଦ୍ କରିଥିଲେ ପ୍ରେମିକା ଜଣକ । ହେଲେ ରାସ୍ତାରୁ କଣ୍ଟା ହଟାଇବା ପାଇଁ ପ୍ରେମିକାକୁ ଜଙ୍ଗଲକୁ ଡ଼ାକିନେଇ ସେଠାରେ ତଣ୍ଟି ଚିପି ହତ୍ୟାକରି ଫେରାର

ଗଢି ଉଠିଥିଲା ପ୍ରେମ ସମ୍ପର୍କ । ପ୍ରେମ ସମ୍ପର୍କ ନିବିଡ ହେଲା ପରେ ବିବାହ ପାଇଁ ଜିଦ୍ କରିଥିଲେ ପ୍ରେମିକା ଜଣକ । ହେଲେ ରାସ୍ତାରୁ କଣ୍ଟା ହଟାଇବା ପାଇଁ ପ୍ରେମିକାକୁ ଜଙ୍ଗଲକୁ ଡ଼ାକିନେଇ ସେଠାରେ ତଣ୍ଟି ଚିପି ହତ୍ୟାକରି ଫେରାର ହୋଇ ଯାଇଥିଲା ପ୍ରେମିକ । ଏହି ହତ୍ୟା ଘଟଣାର ଆଜି ପର୍ଦ୍ଦାଫାସ କରିଛି ଦେବଗଡ ପୋଲିସ ।

ଦେବଗଡ଼ ୨୬/୧୧ – ଗତ ୨୧ ତାରିଖ ଦିନ ବିଳମ୍ବିତ ରାତିରେ ଲଇମୁରା ଥାନା ଅଞ୍ଚଳରେ ଘଟିଥିବା ମହିଳା ହତ୍ୟା ଘଟଣାର ଆଜି ପର୍ଦାଫାଶ କରିଛି ପୋଲିସ । ଉକ୍ତ ଘଟଣାରେ ପୋଲିସ ଲଇମୁରା ଥାନାରେ କାର୍ଯ୍ୟରତ ଥିବା ହୋମଗାର୍ଡ କଦଳୀମୁଣ୍ଡା ଗ୍ରାମର ଶ୍ରୀକର ସୁନାନୀ(୪୩)କୁ ଗିରଫ କରିଛି। ଏନେଇ ମୃତା ମହିଳାଙ୍କ ବାପାଙ୍କ ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ।

ହତ୍ୟାକାଣ୍ଡରେ ମୃତ ମହିଳାଙ୍କ ପ୍ରେମିକ ତଥା ହୋମଗାର୍ଡ ଶ୍ରୀକର ର ସଂପୃକ୍ତି ଥିବା ପୋଲିସ ଜାଣିବାପରେ ତାଙ୍କୁ ଅଟକ ରଖି ଅଧିକ ପଚରାଉଚୁରା କରିଥିଲା। ତଦନ୍ତ ବେଳେ ଅଭିଯୁକ୍ତ ଶ୍ରୀକର ମୃତା ପ୍ରତିମାର ତଣ୍ଟି ଚିପି ହତ୍ୟା କରିଥିବା ସ୍ୱୀକାର କରିଥିଲା।ଅଭିଯୁକ୍ତ ଶ୍ରୀକରକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରାଯିବ ବୋଲି ଆଜି ଦେବଗଡ ଏସ ପି ଅନିଲ କୁମାର ମିଶ୍ର ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ, ଲଇମୁରା ଗ୍ରାମର କେସନ ମାଝୀଙ୍କ ଝିଅ ପ୍ରତିମା କିଛି ବର୍ଷ ପୂର୍ବେ ନିକଟସ୍ଥ ଡୁରିଜଙ୍ଗଲ ଗ୍ରାମରେ ବିବାହ କରିଥିଲେ। କିନ୍ତୁ ପ୍ରତିମା କିଛି ବର୍ଷ ହେବ ତାଙ୍କ ସ୍ବାମୀକୁ ଛାଡି ବାପା ଘରେ ରହୁଥିଲେ। ଏହାପରେ ଲଇମୁରା ଥାନାରେ କାର୍ଯ୍ୟରତ ଥିବା ହୋମଗାର୍ଡ ଶ୍ରୀକରଙ୍କ ସହ ପ୍ରତିମାର ସାକ୍ଷାତ ହେବା ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଆରମ୍ଭ ହୋଇଥିଲା। ଶ୍ରୀକରଙ୍କ ପ୍ରାୟ ୫ ବର୍ଷ ପୂର୍ବେ ତାଙ୍କ ସ୍ତ୍ରୀଙ୍କ ମୃତ୍ୟୁ ଘଟିଥିଲା। ଫଳରେ ଶ୍ରୀକର ପ୍ରତିମାକୁ ବିବାହ ପ୍ରତିଶୃତି ଦେଇ ସମ୍ପର୍କ ରଖି ଆସୁଥିଲା। ତେବେ ଗତ ୫ ମାସ ପୂର୍ବେ ଶ୍ରୀକର ପ୍ରତିମାଙ୍କୁ କିଛି ନ ଜଣାଇ ଦ୍ଵିତୀୟ ବିବାହ କରିବା ପରଠାରୁ ଉଭୟଙ୍କ ମଧ୍ୟରେ ତିକ୍ତତା ହୋଇଥିଲା । ଗତ ୨୧ ତାରିଖ ଦିନ ବିଳମ୍ବିତ ରାତିରେ ଶ୍ରୀକର ଫୋନ କରି ପ୍ରତିମାଙ୍କୁ ଡାକି ନିକଟସ୍ଥ ଜଙ୍ଗଲକୁ ନେଇଥିଲା। ଉଭୟେ ମଦ୍ୟପାନ କରିବା ପରେ ପ୍ରତିମା ପୁଣିଥରେ ବିବାହ ପାଇଁ ଜିଦ ଧରିଥିଲେ। ଫଳରେ ଶ୍ରୀକର ନିଜ ରାସ୍ତାରୁ ହଟାଇବା ପାଇଁ ପ୍ରତିମାର ତଣ୍ଟି ଚିପି ହତ୍ୟା କରିବା ପରେ ଜଙ୍ଗଲରେ ପ୍ରତିମାର ମୃତଦେହ ଛାଡି ଫେରାର ହୋଇଯାଇଥିଲା।

ପରେ ପୋଲିସର ତଦନ୍ତ ସମୟରେ ପ୍ରତିମାର ଫୋନ କଲକୁ ଯାଞ୍ଚ କରିବା ପରେ ହୋମଗାର୍ଡ ଶ୍ରୀକରଙ୍କ ସଂପୃକ୍ତି ଥିବା ଜଣାପଡିଥିଲା।ଏହାପରେ ପୋଲିସ ଅଭିଯୁକ୍ତ ଶ୍ରୀକରକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି।

📰 संबंधित खबरें सभी देखें
ताजा खबरें
विज्ञापन
🌤 मौसम — लखनऊ, UP
--°C
लोड हो रहा है...
📍 लखनऊ, उत्तर प्रदेश
--%
नमी
-- km/h
हवा
--°C
महसूस
विज्ञापन
📂 श्रेणियाँ
🏷️ लोकप्रिय टैग्स