Explore

Search

August 13, 2026 7:48 am

ଦେବଗଡ଼ : ଗୌଡ଼ନାଳୀରେ ଭବ୍ୟ ପାଲା ଓ ସଂକୀର୍ତ୍ତନ ମହୋତ୍ସବ ।

ଦେବଗଡ଼ର ଗୌଡ଼ନାଳୀରେ ଭବ୍ୟ ପାଲା ଓ ସଂକୀର୍ତ୍ତନ ମହୋତ୍ସବ: ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳଙ୍କ ଯୋଗଦାନ, ପଶ୍ଚିମ ଓଡ଼ିଶାର କଳାକାରଙ୍କ ଚମତ୍କାର ପରିବେଷଣ । ଦେବଗଡ଼/ବାରକୋଟ, ୪ ଅଗଷ୍ଟ : ବାରକୋଟ ବ୍ଲକ ଅନ୍ତର୍ଗତ ବଳମ ଗ୍ରାମପଞ୍ଚାୟତର ଗୌଡ଼ନାଳୀ ଗ୍ରାମରେ ସରସ୍ୱତୀ

ଦେବଗଡ଼ର ଗୌଡ଼ନାଳୀରେ ଭବ୍ୟ ପାଲା ଓ ସଂକୀର୍ତ୍ତନ ମହୋତ୍ସବ: ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳଙ୍କ ଯୋଗଦାନ, ପଶ୍ଚିମ ଓଡ଼ିଶାର କଳାକାରଙ୍କ ଚମତ୍କାର ପରିବେଷଣ ।

ଦେବଗଡ଼/ବାରକୋଟ, ୪ ଅଗଷ୍ଟ : ବାରକୋଟ ବ୍ଲକ ଅନ୍ତର୍ଗତ ବଳମ ଗ୍ରାମପଞ୍ଚାୟତର ଗୌଡ଼ନାଳୀ ଗ୍ରାମରେ ସରସ୍ୱତୀ କିସାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏବଂ ମା’ ବୀଣାପାଣି ସାଂସ୍କୃତିକ ଅନୁଷ୍ଠାନ, ଗୌଡ଼ନାଳୀ ର ସହଯୋଗରେ ଏକ ଦିବସୀୟ ସଂକୀର୍ତ୍ତନ ମହୋତ୍ସବ–୨୦୨୬ପାଲା ପରିବେଷଣ ମହୋତ୍ସବ–୨୦୨୬ ଭବ୍ୟ ଭାବେ ଅନୁଷ୍ଠିତ ହୋଇଯାଇଛି।
ଏହି ମହୋତ୍ସବରେ ସରସ୍ୱତୀ କିସାନ ସଭାପତିତ୍ୱ କରିଥିବା ବେଳେ ଦେବଗଡ଼ ବିଧାନସଭା କ୍ଷେତ୍ରର ମାନ୍ୟବର ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ କଳାକାର ଓ ସଂକୀର୍ତ୍ତନ ଦଳମାନଙ୍କୁ ଉତ୍ସାହିତ କରିଥିଲେ।
ପାଲା ମହୋତ୍ସବରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ଆସିଥିବା ପ୍ରସିଦ୍ଧ ପାଲା କଳାକାର ଓ ଦଳମାନେ ଯୋଗଦେଇ ଆଧ୍ୟାତ୍ମିକ ଓ ସାଂସ୍କୃତିକ ପରିବେଶ ସୃଷ୍ଟି କରିଥିଲେ। ସରସ୍ୱତୀ କିସାନ ଓ ତାଙ୍କ ଦଳ ସମେତ କୁମୁଦିନୀ ପଟେଲ (ଖଣ୍ଡକଟା, କୁଚିଣ୍ଡା), ନଳିନୀ ଦାସ, ବିଶାଖା ପଟେଲ, ଶାନ୍ତୀ ନାଏକ (ଝାରସୁଗୁଡ଼ା), ବାସନ୍ତୀ ନାଏକ (କୁଚିଣ୍ଡା), କ୍ଷୀରୋଦ ବାଗ (ସମ୍ବଲପୁର), ଯଶୋବନ୍ତ ଖଡ଼ିରତ୍ନ (କେସନପୁର), ସ୍ନେହଲତା ବେହେରା, ସଂଯୁକ୍ତା ପ୍ରଧାନ, ଲକ୍ଷ୍ମୀପ୍ରିୟା ଅଣ (ବଳମ), ଭବାନୀକାନ୍ତ ସାହୁ (ରେଙ୍ଗାଳବାହାଳ), ଟଙ୍କଧର ଖଡ଼ିରତ୍ନ ଓ ରମେଶ ମିଶ୍ର (ରିଆମାଳ) ପ୍ରମୁଖ ଚିତ୍ତାକର୍ଷକ ପରିବେଷଣ କରିଥିଲେ।

ଅନ୍ୟପଟେ ସଂକୀର୍ତ୍ତନ ମହୋତ୍ସବରେ ଶ୍ରୀରାଧା ଗୋବିନ୍ଦ ସଂକୀର୍ତ୍ତନ ମଣ୍ଡଳୀ (ନୂଆଁଗାଁ), ଓଁ କେଶବାୟ ସଂକୀର୍ତ୍ତନ ମଣ୍ଡଳୀ (ରେଙ୍ଗାଳବାହାଳ), ଶ୍ରୀରାଧାକୃଷ୍ଣ ସଂକୀର୍ତ୍ତନ ମଣ୍ଡଳୀ (ମନୋହରପୁର), ରାଧାଗୋବିନ୍ଦ ମହିଳା ସଂକୀର୍ତ୍ତନ ମଣ୍ଡଳୀ (ଗୌଡ଼ନାଳୀ), ପ୍ରଧାନସାହି ସଂକୀର୍ତ୍ତନ ମଣ୍ଡଳୀ (ରେଙ୍ଗାଳବାହାଳ), ଚୁଳିଆପାଟ ସଂକୀର୍ତ୍ତନ ମଣ୍ଡଳୀ (ଘୁରୁଡ଼ୁଖମଣ), ରାଧାକୃଷ୍ଣ ସମ୍ପ୍ରଦାୟ ମଣ୍ଡଳୀ (ସିମିଳିନାଳୀ) ଓ ରାଧାମାଧବ ସଂକୀର୍ତ୍ତନ ମଣ୍ଡଳୀ (ରେଙ୍ଗିଳବାହାଳ) ଭକ୍ତିମୟ ସଂକୀର୍ତ୍ତନ ପରିବେଷଣ କରି ଉପସ୍ଥିତ ଶ୍ରଦ୍ଧାଳୁଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ମହୋତ୍ସବକୁ ଦେଖିବା ଓ  ଅଂଶଗ୍ରହଣ କରିବା ପାଇଁ ଆଖପାଖର ବିଭିନ୍ନ ଗ୍ରାମରୁ ବହୁ ସଂଖ୍ୟାରେ ଭକ୍ତ ଓ ଦର୍ଶକ ଯୋଗଦେଇଥିଲେ। ଅନୁଷ୍ଠାନ ପକ୍ଷରୁ ସମସ୍ତ ପାଲା ଓ ସଂକୀର୍ତ୍ତନ ଦଳକୁ ସମ୍ମାନିତ କରାଯାଇଥିଲା। ଗୌଡ଼ନାଳୀ ଗ୍ରାମବାସୀଙ୍କ ସମ୍ପୂର୍ଣ୍ଣ ସହଯୋଗରେ ମହୋତ୍ସବ ସଫଳତାର ସହ ଅନୁଷ୍ଠିତ ହୋଇଥିଲା। ଶେଷରେ ବିଦ୍ୟାଧର ଉଦାବର ଧନ୍ୟବାଦ ଜ୍ଞାପନ କରିଥିବା ବେଳେ ସଭାପତି ସରସ୍ୱତୀ କିସାନ ମହୋତ୍ସବର ସମାପ୍ତି ଘୋଷଣା କରିଥିଲେ।

ଗୌଡ଼ନାଳୀରେ ଆୟୋଜିତ ପାଲା ଓ ସଂକୀର୍ତ୍ତନ ମହୋତ୍ସବ ଗ୍ରାମୀଣ ସଂସ୍କୃତି, ଭକ୍ତି ଓ ଲୋକକଳାକୁ ଏକ ମଞ୍ଚରେ ଆଣିବାର ଏକ ସଫଳ ପ୍ରୟାସ ବୋଲି କୁହାଯାଇପାରେ। ଏଭଳି ଆୟୋଜନ କେବଳ ପାଲା ଓ ସଂକୀର୍ତ୍ତନ ପରମ୍ପରାକୁ ଜୀବନ୍ତ ରଖୁନାହିଁ, ବରଂ ନୂତନ ପିଢ଼ିକୁ ନିଜ ମାଟିର କଳା ଓ ସଂସ୍କୃତି ସହ ଯୋଡ଼ିବାରେ ମଧ୍ୟ ସହାୟକ ହେଉଛି।

ଆପଣଙ୍କ ମତରେ ଏଭଳି ସାଂସ୍କୃତିକ ମହୋତ୍ସବ ଓଡ଼ିଶାର ଲୋକକଳା ଓ ପରମ୍ପରାର ସଂରକ୍ଷଣରେ କେତେ ଗୁରୁତ୍ୱପୂର୍ଣ୍ଣ? ଏପରି କାର୍ଯ୍ୟକ୍ରମକୁ ସରକାର ଓ ସମାଜ ପକ୍ଷରୁ ଆହୁରି କିପରି ପ୍ରୋତ୍ସାହନ ମିଳିବା ଉଚିତ?
ନିଜର ମତାମତ କମେଣ୍ଟ ବକ୍ସରେ ନିଶ୍ଚୟ ଜଣାନ୍ତୁ।

📰 संबंधित खबरें सभी देखें
ताजा खबरें
विज्ञापन
🌤 मौसम — लखनऊ, UP
--°C
लोड हो रहा है...
📍 लखनऊ, उत्तर प्रदेश
--%
नमी
-- km/h
हवा
--°C
महसूस
विज्ञापन
📂 श्रेणियाँ
🏷️ लोकप्रिय टैग्स