Explore

Search

August 13, 2026 7:48 am

ରୋଷେଇ ଗ୍ୟାସ ସଂଯୋଗ ପାଇଁ ଆଧାର ଆଧାରିତ ଇ-କେୱାଇସି (e-KYC) କରାଇବା ବାଧ୍ୟତାମୂଳକ। ଅଗଷ୍ଟ ୧୫ ପୂର୍ବରୁ ନକଲେ ହେବ ସବସିଡି ବନ୍ଦ !

ସରକାରୀ ତୈଳ କମ୍ପାନୀମାନେ ରୋଷେଇ ଗ୍ୟାସ ସଂଯୋଗ ପାଇଁ ଆଧାର ଆଧାରିତ ଇ-କେୱାଇସି (e-KYC) କରାଇବାକୁ ବାଧ୍ୟତାମୂଳକ କରିଛନ୍ତି। e-KYC କରିନଥିବା ଘରୋଇ LPG ଉପଭୋକ୍ତାଙ୍କ ସବସିଡି ବନ୍ଦ କରିପାରନ୍ତି କେନ୍ଦ୍ର ସରକାର। ତୈଳ କମ୍ପାନୀମାନେ୧୫ ଅଗଷ୍ଟ ୨୦୨୬ ଶେଷ ତାରିଖ

ସରକାରୀ ତୈଳ କମ୍ପାନୀମାନେ ରୋଷେଇ ଗ୍ୟାସ ସଂଯୋଗ ପାଇଁ ଆଧାର ଆଧାରିତ ଇ-କେୱାଇସି (e-KYC) କରାଇବାକୁ ବାଧ୍ୟତାମୂଳକ କରିଛନ୍ତି। e-KYC କରିନଥିବା ଘରୋଇ LPG ଉପଭୋକ୍ତାଙ୍କ ସବସିଡି ବନ୍ଦ କରିପାରନ୍ତି କେନ୍ଦ୍ର ସରକାର। ତୈଳ କମ୍ପାନୀମାନେ୧୫ ଅଗଷ୍ଟ ୨୦୨୬ ଶେଷ ତାରିଖ ବୋଲି ନିର୍ଦ୍ଧାରଣ କରିଛନ୍ତି।
ଭୁବନେଶ୍ୱର ୭/୮ – ସରକାରୀ ତୈଳ କମ୍ପାନୀମାନେ ରୋଷେଇ ଗ୍ୟାସ ସଂଯୋଗ ପାଇଁ ଆଧାର ଆଧାରିତ ଇ-କେୱାଇସି କରାଇବାକୁ ବାଧ୍ୟତାମୂଳକ କରିଛନ୍ତି। ସରକାର ଏହାର ଶେଷ ତାରିଖ ୧୫ ଅଗଷ୍ଟ ୨୦୨୬ ନିର୍ଦ୍ଧାରଣ କରିଛନ୍ତି। ଯଦି ଉପଭୋକ୍ତା ମାନେ ଏହି ସମୟସୀମା ମଧ୍ୟରେ ଇ-କେୱାଇସି ନକରନ୍ତି, ତେବେ ଘରୋଇ ରିହାତି ଦରରେ ଗ୍ୟାସ ସିଲିଣ୍ଡର ପାଇବାରେ ଜଟିଳ ସମସ୍ୟା ହୋଇପାରେ।
ତୈଳ କମ୍ପାନୀ ମାନଙ୍କ କହିବା ଅନୁସାରେ, ଯେଉଁ ଉପଭୋକ୍ତାଙ୍କ ଇ-କେୱାଇସି ପ୍ରକ୍ରିୟା ଅସମ୍ପୂର୍ଣ୍ଣ ରହିବ, ସେମାନଙ୍କୁ ଅସ୍ଥାୟୀ ଭାବେ କମର୍ସିଆଲ୍ (ବଜାର) ଦରରେ ଗ୍ୟାସ ସିଲିଣ୍ଡର କିଣିବାକୁ ପଡ଼ିପାରେ। ଏହା ସହିତ, ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା (PMUY)ର ହିତାଧିକାରୀ ମାନଙ୍କୁ ମିଳୁଥିବା ସରକାରୀ ସବସିଡି ମଧ୍ୟ ବନ୍ଦ କରାଯାଇପାରେ। ଡାଟା ଅପଡେଟ୍ ନ ଥିଲେ ତୈଳ କମ୍ପାନୀମାନେ ଅସ୍ଥାୟୀ ଭାବେ ଗ୍ୟାସ ରିଫିଲ୍‌ର ଅନଲାଇନ୍ ଓ ଅଫଲାଇନ୍ ବୁକିଂକୁ ବ୍ଲକ୍ କରିପାରନ୍ତି। ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବଜାରରୁ ନକଲି ଓ ଡୁପ୍ଲିକେଟ୍ ଗ୍ୟାସ ସଂଯୋଗକୁ ସମ୍ପୂର୍ଣ୍ଣ ଭାବେ ହଟାଇବା, ଯାହାଦ୍ୱାରା ସରକାରୀ ସବସିଡିର ଲାଭ କେବଳ ପ୍ରକୃତ ଏବଂ ଯୋଗ୍ୟ ଉପଭୋକ୍ତାଙ୍କ ପାଖରେ ପହଞ୍ଚିବ।
କିପରି କରିବେ e -KYC ପ୍ରକ୍ରିୟା :
ମୋବାଇଲ୍ ଆପ୍ ଓ ୱେବସାଇଟ୍ ମାଧ୍ୟମରେ e-KYC କରିପାରିବେ ।
‘IndianOil One’ ଆପ୍ କିମ୍ବା ଆପଣଙ୍କ ସମ୍ପର୍କିତ ଗ୍ୟାସ କମ୍ପାନୀ (HP Pay, Hello BPCL)ର ଅଧିକୃତ ୱେବସାଇଟ୍‌କୁ ଯାଇ ଆଧାର ନମ୍ବର ଏବଂ OTP ମାଧ୍ୟମରେ ଅନଲାଇନ୍‌ରେ ନିଜ ପରିଚୟ e-KYC କରିପାରିବେ।
ଗ୍ୟାସ ଏଜେନ୍ସିକୁ ଯାଇ ମଧ୍ୟ e-KYC କରିପାରିବେ । ନିଜର ନିକଟସ୍ଥ ଗ୍ୟାସ ଡିଷ୍ଟ୍ରିବ୍ୟୁଟର କାର୍ଯ୍ୟାଳୟକୁ ଆଧାର କାର୍ଡ, ଗ୍ୟାସ ପାସ୍‌ବୁକ୍ ଏବଂ ପଞ୍ଜୀକୃତ ମୋବାଇଲ୍ ନମ୍ବର ନେଇ ଯାଆନ୍ତୁ। ସେଠାରେ ବାୟୋମେଟ୍ରିକ୍ (ଫିଙ୍ଗରପ୍ରିଣ୍ଟ) ଭେରିଫିକେସନ୍ କରାଇ ଇ-କେୱାଇସି ସମ୍ପୂର୍ଣ୍ଣ କରିପାରିବେ।
📰 संबंधित खबरें सभी देखें
ताजा खबरें
विज्ञापन
🌤 मौसम — लखनऊ, UP
--°C
लोड हो रहा है...
📍 लखनऊ, उत्तर प्रदेश
--%
नमी
-- km/h
हवा
--°C
महसूस
विज्ञापन
📂 श्रेणियाँ
🏷️ लोकप्रिय टैग्स