Explore

Search

August 13, 2026 7:46 am

ଦେବଗଡ : ସିଂହଶାଳ ବାଲିଘାଟରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର । ହତ୍ୟା ସନ୍ଦେହ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ।

ଦେବଗଡ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ ସିଂହଶାଳ ଚଟିଆପାଲି ବାଲିଘାଟ ରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଦେଖାଦେଇଛି ତୀବ୍ର ଉତ୍ତେଜନା । ସ୍ଥାନୀୟ ଲୋକେ ଏହାକୁ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି କହିବା ସହିତ, ଏହାର

ଦେବଗଡ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ ସିଂହଶାଳ ଚଟିଆପାଲି ବାଲିଘାଟ ରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଦେଖାଦେଇଛି ତୀବ୍ର ଉତ୍ତେଜନା । ସ୍ଥାନୀୟ ଲୋକେ ଏହାକୁ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି କହିବା ସହିତ, ଏହାର ନିରପେକ୍ଷ ତଦନ୍ତ ଓ ଦୋଷୀକୁ ତୁରନ୍ତ ଗିରଫ କରାଯିବାକୁ ଦାବି କରିଛନ୍ତି ।

ଦେବଗଡ ୨୨/୬ – ଆଜି (ସୋମବାର) ଦେବଗଡ଼ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ ସିଂହଶାଳ ଚଟିଆପାଲି ବାଲିଘାଟ ଅଞ୍ଚଳରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକ ଓ ଉତ୍ତେଜନା ପ୍ରକାଶ ପାଇଛି। ମୃତକ ଯୁବକ ଦୁଇ ଦିନ ପୂର୍ବରୁ ନିଖୋଜ ଥିବା ବେଳେ, ଗତକାଲି ସନ୍ଧ୍ୟାରେ ବାଲିଘାଟରୁ ପୋଲିସ ତାଙ୍କ ମୃତଦେହ ଉଦ୍ଧାର କରିଛି। ମୃତକ ଜଣକ ମେକଫରସନ ଗ୍ରାମର ଇନ୍ଦ୍ର ମୁଣ୍ଡା ବୋଲି ଜଣାପଡ଼ିଛି । ମୃତକ ଇନ୍ଦ୍ର ମୁଣ୍ଡା ବାଲିଘାଟ ରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ବେଳେ, ଗତ ୧୭ ତାରିଖ ଠାରୁ ସେ କୁଆଡ଼େ ନିଖୋଜ ଥିଲେ । ଏନେଇ ତାଙ୍କ ପରିବାର ବର୍ଗ ବାରକୋଟ ଥାନାରେ ଏତଲା ଦେଇଥିଲେ ।

ଗତକାଲି ୨୧ ତାରିଖ ବାରକୋଟ ପୋଲିସ ସନ୍ଧାନୀ କୁକୁର ସହାୟତାରେ ଚତିଆପାଲି ବାଲିଘାଟରେ ଖୋଜାଖୋଜି କରିବା ପରେ, ବାଲି ଭିତରୁ ଇନ୍ଦ୍ର ମୁଣ୍ଡା ଙ୍କ ମୃତଦେହ ଠାବ କରାଯାଇଥିଲା । ବାରକୋଟ ପୋଲିସ ମୃତଦେହ ଉଦ୍ଧାର କରି ଅଧିକ ତଦନ୍ତ ଜାରି ରଖିଥିବା ବେଳେ, ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ଓ ପ୍ରମାଣ ଲୁଚାଇବା ପାଇଁ ତାଙ୍କୁ ହତ୍ୟା ପରେ ବାଲିଘାଟ ରେ ପୋତି ଦିଆଯାଇ ଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଏନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ଉତ୍ୟକ୍ତ ଲୋକେ ଆଜି ଏହି ଘଟଣାର ନିରପେକ୍ଷ ତଦନ୍ତ, ଦୋଷୀକୁ ତୁରନ୍ତ ଗିରଫ ଓ କାର୍ଯ୍ୟାନୁଷ୍ଠାନ ଏବଂ ମୃତକଙ୍କ ପରିବାରଙ୍କୁ ଉପଯୁକ୍ତ କ୍ଷତିପୂରଣ ଦାବିରେ ସିଂହଶାଳ ଠାରେ ବାହାଡ଼ାପଶି ଠାରୁ ରାଉରକେଲା ଯାଇଥିବା ୧୦ ନମ୍ବର ରାଜପଥକୁ ଅବରୋଧ କରିଛନ୍ତି । ଫଳରେ ଏହି ରାସ୍ତାରେ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇପଡ଼ିଛି ।

ସ୍ଥାନୀୟ ପ୍ରଶାସନିକ ଅଧିକାରୀ,ବାରକୋଟ ପୋଲିସ ଓ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ ଘଟଣା ସ୍ଥଳକୁ ଯାଇ ଲୋକଙ୍କୁ ବୁଝାସୁଝା ଜାରି ରଖିଛନ୍ତି । ତେବେ ଏହି ଘଟଣାର ପ୍ରକୃତ କାରଣ ପୋଲିସ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ। ବାରକୋଟ ପୋଲିସ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ଜାରି ରଖିଛି।

📰 संबंधित खबरें सभी देखें
ताजा खबरें
विज्ञापन
🌤 मौसम — लखनऊ, UP
--°C
लोड हो रहा है...
📍 लखनऊ, उत्तर प्रदेश
--%
नमी
-- km/h
हवा
--°C
महसूस
विज्ञापन
📂 श्रेणियाँ
🏷️ लोकप्रिय टैग्स