ଦେବଗଡ ଜିଲ୍ଲା ରିଆମାଳ ବ୍ଲକ ସରପଞ୍ଚ ସଂଘ ପକ୍ଷରୁ ବରିଷ୍ଠ ଲିପିକ ଶ୍ରୀ ଦାଶରଥି ବିଶ୍ୱାଳଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଦୀର୍ଘ ଚାକିରି କାର୍ଯ୍ୟକାଳ ରେ ତାଙ୍କର ସେବା, ନିଷ୍ଠା ଓ କର୍ତ୍ତବ୍ୟ ପରାୟଣ ସମସ୍ତଙ୍କ ପାଇଁ ପ୍ରେରଣା ଦାୟକ ହୋଇ ରହିବ ।
ଦେବଦଗ/ରିଆମାଳ ୫ ଅଗଷ୍ଟ : ଆଜି (ବୁଧବାର) ଦେବଗଡ ଜିଲ୍ଲା ରିଆମାଳ ପଞ୍ଚାୟତ ସମିତି ସରପଞ୍ଚ ଭବନ ଠାରେ ବରିଷ୍ଠ ଲିପିକ ଶ୍ରୀ ଦାଶରଥି ବିଶ୍ୱାଳଙ୍କ ଉଦ୍ଦେଶ୍ୟରେ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଆୟୋଜନ କରାଯାଇଥିଲା । ରିଆମାଳ ପଞ୍ଚାୟତ ସମିତି ସରପଞ୍ଚ ସଂଘ ସମ୍ପାଦକ ଶ୍ରୀ ପ୍ରକାଶ କୁମାର ଆଚାର୍ଯ୍ୟଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଉକ୍ତ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଆଦିତ୍ୟ ପ୍ରକାଶ ପଣ୍ଡା ଓ ସମ୍ମାନିତ ଅତିଥି ଭାବେ ନୂତନ କାର୍ଯ୍ୟଭାର ନେଇଥିବା AEE ଶ୍ରୀ ସଦାଶିବ ବେଣୁ ଯୋଗଦାନ କରିଥିଲେ । ଏହି ସଭାରେ ନିଜ ଚାକିରି କାଳରୁ ସଦ୍ୟ ଅବସର ନେଇଥିବା ବରିଷ୍ଠ ଲିପିକ ଶ୍ରୀ ବିଶ୍ୱାଳଙ୍କ ନିଷ୍ଠାପର ଓ ଶୃଙ୍ଖଳିତ କାର୍ଯ୍ୟକାଳକୁ ସମସ୍ତେ ପ୍ରଶଂସା କରିବା ସହିତ ତାଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ ।



