Explore

Search

August 13, 2026 6:52 am

ଦେବଗଡ : ଲଗାଣ ବର୍ଷାରେ ଭାଙ୍ଗିଗଲା ଘର । ପଲିଥିନ୍ ହିଁ ଏକମାତ୍ର ଆଶ୍ରା ।

ଲଗାଣ ବର୍ଷାରେ ଭାଙ୍ଗିଗଲା ଘର । ପଲିଥିନ୍ ଟାଣି ଜୀବନ କାଟୁଛନ୍ତି ଗରିବ ପରିବାର । ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ଦେବଗଡ ଜିଲ୍ଲା ବାରକୋଟ ବ୍ଲକ କାଉଁଶିବାହାଳ ପଞ୍ଚାୟତର ପୋଇପାଣି ଗାଁରେ । ଦେବଗଡ/ବାରକୋଟ ଅଗଷ୍ଟ ୭ : ଦେବଗଡ

ଲଗାଣ ବର୍ଷାରେ ଭାଙ୍ଗିଗଲା ଘର । ପଲିଥିନ୍ ଟାଣି ଜୀବନ କାଟୁଛନ୍ତି ଗରିବ ପରିବାର । ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ଦେବଗଡ ଜିଲ୍ଲା ବାରକୋଟ ବ୍ଲକ କାଉଁଶିବାହାଳ ପଞ୍ଚାୟତର ପୋଇପାଣି ଗାଁରେ ।
ଦେବଗଡ/ବାରକୋଟ ଅଗଷ୍ଟ ୭ : ଦେବଗଡ ଜିଲ୍ଲାରେ ଲାଗିରହିଥିବା ଲଗାଣ ବର୍ଷା ଫଳରେ ବାରକୋଟ ବ୍ଲକ ଅନ୍ତର୍ଗତ କାଉଁଶିବାହାଳ ପଞ୍ଚାୟତର ପୋଇପାଣି ଗାଁରେ ୮ଟି ଗରିବ ପରିବାରର କଚ୍ଚା ଘର ଭାଙ୍ଗି ଯାଇଛି। ଘର ଭାଙ୍ଗିଯିବା ପରେ ଏହି କ୍ଷତିଗ୍ରସ୍ତ ପରିବାର ଏବେ ପଲିଥିନ୍ ଟାଣି ଅତ୍ୟନ୍ତ ଦୁଃଖ କଷ୍ଟରେ ଦିନ କାଟୁଛନ୍ତି। ପୀଡ଼ିତ ପରିବାର ମାନଙ୍କ କହିବା ଅନୁସାରେ, ଘର ଭାଙ୍ଗିଯିବାରୁ ସେମାନଙ୍କ ଖାଦ୍ୟଶସ୍ୟ, ପୋଷାକ ଓ ଘରୋଇ ସାମଗ୍ରୀ ମଧ୍ୟ ନଷ୍ଟ ହୋଇଛି। ଜିଲ୍ଲାରେ ବର୍ଷା ଜାରି ରହିଥିବାରୁ ଏଭଳି ସ୍ଥିତିରେ ଛୋଟଛୋଟ ପିଲା ବୃଦ୍ଧ ଓ ବୃଦ୍ଧା ମାନେ ଅଧିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏସଂପର୍କରେ ବାରମ୍ବାର ସ୍ଥାନୀୟ ରାଜସ୍ୱ ନିରୀକ୍ଷକ ଏବଂ ପଞ୍ଚାୟତ ଅଧିକାରୀଙ୍କୁ ଜଣାଇ ଆସୁଥିଲେ ମଧ୍ୟ ଏପର୍ଯ୍ୟନ୍ତ କେହି ପୀଡ଼ିତଙ୍କ ଦୁଃଖ ବୁଝିବାକୁ ଆସିନାହାନ୍ତି। ଫଳରେ ପୀଡ଼ିତ ପରିବାର ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

ଲଗାଣ ବର୍ଷା ଜନିତ କ୍ଷୟକ୍ଷତିର ସଠିକ୍ ସର୍ଭେ କରି ଜରୁରୀ ରିଲିଫ୍, ରହିବା ପାଇଁ ଅସ୍ଥାୟୀ ବ୍ୟବସ୍ଥା ଏବଂ ସରକାରୀ ଆବାସ ଯୋଜନା ଅଧୀନରେ ସ୍ଥାୟୀ ଘର ପ୍ରଦାନ କରିବାକୁ ପୀଡ଼ିତ ପରିବାର ପ୍ରଶାସନ ନିକଟରେ ଦାବି କରିଛନ୍ତି।
📰 संबंधित खबरें सभी देखें
ताजा खबरें
विज्ञापन
🌤 मौसम — लखनऊ, UP
--°C
लोड हो रहा है...
📍 लखनऊ, उत्तर प्रदेश
--%
नमी
-- km/h
हवा
--°C
महसूस
विज्ञापन
📂 श्रेणियाँ
🏷️ लोकप्रिय टैग्स