Explore

Search

August 13, 2026 6:53 am

ମଧ୍ୟାହ୍ନ ଭୋଜନ ଖାଇବା ପରେ ଅସୁସ୍ଥ ହେଲେ ୪ ଛାତ୍ରୀ । ଦେବଗଡ ଜିଲ୍ଲାରେ ଘଟିଛି ଏଭଳି ଘଟଣା ।

ମଧ୍ୟାହ୍ନ ଭୋଜନ ଖାଇସାରିବା ପରେ ଅସୁସ୍ଥ ହେଲେ ୪ ସପ୍ତମ ଶ୍ରେଣୀ ଛାତ୍ରୀ । ବାରକୋଟ ବ୍ଲକ ବିଜୟନଗର ପଞ୍ଚାୟତ ନଇକୁଳ ଆଦିବାସୀ ଉଚ୍ଚ ବିଦ୍ୟାଳୟରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଦେବଗଡ ୧୩/୮ – ଦେବଗଡ ଜିଲ୍ଲା ବାରକୋଟ

ମଧ୍ୟାହ୍ନ ଭୋଜନ ଖାଇସାରିବା ପରେ ଅସୁସ୍ଥ ହେଲେ ୪ ସପ୍ତମ ଶ୍ରେଣୀ ଛାତ୍ରୀ । ବାରକୋଟ ବ୍ଲକ ବିଜୟନଗର ପଞ୍ଚାୟତ ନଇକୁଳ ଆଦିବାସୀ ଉଚ୍ଚ ବିଦ୍ୟାଳୟରେ ଘଟିଛି ଏଭଳି ଅଭାବନୀୟ ଘଟଣା ।
ଦେବଗଡ ୧୩/୮ – ଦେବଗଡ ଜିଲ୍ଲା ବାରକୋଟ ବ୍ଲକ ବିଜୟନଗର ଗ୍ରାମର ନଈକୂଳ ଆଦିବାସୀ ଉଚ୍ଚ ବିଦ୍ୟାଳୟରେ ଆଜି ମଧ୍ୟାହ୍ନ ଭୋଜନ ଖାଇବା ପରେ ୪ଜଣ ଛାତ୍ରୀ ଅସୁସ୍ଥ ‌ହୋଇଥିବା ଜଣାପଡିଛି। ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।
ସୂଚନା ଅନୁଯାୟୀ,ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ରୀ ଐଶ୍ୱର୍ଯ୍ୟା ବେହେରା,ରାଜଲକ୍ଷ୍ମୀ ଗଡନାୟକ,ଅଷ୍ଟମ ଶ୍ରେଣୀର ଛାତ୍ରୀ ଶ୍ରାବଣୀ ନାୟକ,ଲକ୍ଷ୍ମୀପ୍ରିୟା କୁଅଁର ମଧ୍ୟାହ୍ନ ଭୋଜନ ଖାଇବାର ପରେ ସେମାନଙ୍କ ଛାତିରେ ଅସହ୍ୟ ଯନ୍ତ୍ରଣା ହେବା ସହିତ ଅସ୍ୱଭାବିକ ଆଚରଣ କରିଥିଲେ। ପ୍ରଥମେ ସେମାନଙ୍କୁ ବାରକୋଟ ମେଡିକାଲ ରେ ଭର୍ତ୍ତି କରାଯାଇଥିଲା। ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନ୍ତାନ୍ତରିତ କରାଯାଇଥିଲା।
ଏ ସଂପର୍କରେ ଜିଲ୍ଲା ଶିକ୍ଷା ଅଧିକାରୀ ଗେନ୍ଦରା କୁଜୁରଙ୍କୁ ଯୋଗାଯୋଗ କରିବାରୁ ବର୍ତ୍ତମାନ ସେମାନଙ୍କ ଅବସ୍ଥା ସୁସ୍ଥ ଥିବା ସୂଚନା ଦେଇଛନ୍ତି। ତେବେ କେଉଁ କାରଣରୁ ଛାତ୍ରୀମାନେ ଅସୁସ୍ଥ ହେଲେ ତାହାର ସଠିକ୍ କାରଣ କିଛି ଜଣାପଡିନାହିଁ ।
📰 संबंधित खबरें सभी देखें
ताजा खबरें
विज्ञापन
🌤 मौसम — लखनऊ, UP
--°C
लोड हो रहा है...
📍 लखनऊ, उत्तर प्रदेश
--%
नमी
-- km/h
हवा
--°C
महसूस
विज्ञापन
📂 श्रेणियाँ
🏷️ लोकप्रिय टैग्स