Explore

Search
Close this search box.

Search

April 27, 2025 7:43 pm

୮ ହଜାର ମୁହାଁ ସଂକ୍ରମଣ, ସତର୍କ କରାଇଲେ ଡାକ୍ତର – News18 ଓଡିଆ

News 18 Odia Digital

ନୂଆଦିଲ୍ଲୀ: ଦେଶରେ କରୋନା (corona)ର ଲମ୍ବ ଡିଆଁ । ୮ ହଜାର ମୁହାଁ ସଂକ୍ରମଣ । ୨୪ ଘଣ୍ଟାରେ ୭ ହଜାର ୮୩୦ ନୂଆ ମାମଲା (new cases) ସାମନାକୁ ଆସିଛି । ପୂର୍ବରୁ ଏହି ସଂଖ୍ୟା ୬ ହଜାର ଉପରେ ରହୁଥିଲା । ଆଉ ଏବେ ସଂଖ୍ୟା ୮ ହଜାର ନିକଟତର ହେଲାଣି । ସେହିପରି ଦେଶରେ ଆକ୍ଟିଭ କେସ୍ ସଂଖ୍ୟା ୪୦ ହଜାର ୨୧୫ରେ ପହଞ୍ଚିଛି । ଦୈନିକ ପଜିଟିଭିଟି ରେଟ୍ ରହିଛି ୩.୬୫ ପ୍ରତିଶତ । ଆଉ ସାପ୍ତାହିକ ପଜିଟିଭିଟି ରେଟ୍ ରହିଛି ୩.୮୩ ପ୍ରତିଶତ ।

ଦେଶରେ କୋଭିଡ ସ୍ଥିତି ସଙ୍ଗୀନ, ହେଲେ ରାଜ୍ୟରେ ଭଲ ଅଛି। ତଥାପି ଡରାଉଛି ଭାଇରସ। ଯାହାକୁ ନେଇ ଆଗୁଆ ସତର୍କ ହେଉଛି ରାଜ୍ୟ। ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଠାରୁ ଆରମ୍ଭ କରି ବିଏମ୍‌ସି ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସବୁଠି ସଜାଗ ଓ ସଚେତନ ରହିବାକୁ ନିର୍ଦ୍ଦେଶ। ସମସ୍ତେ ପ୍ରସ୍ତୁତି ଆରମ୍ଭ କରିଥିବାବେଳେ ସଙ୍ଗୀନ ସ୍ଥିତି ମୁକାବିଲା ପାଇଁ ଚାଲିଛି ପ୍ରସ୍ତୁତି।

ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପରେ କୋଭିଡ ସ୍ଥିତିକୁ ବିଏମ୍‌ସି (bmc)ର ଜରୁରୀ ବୈଠକ। ବିଏମ୍‌ସି ଅଧୀନରେ ଥିବା ସମସ୍ତ ସରକାରୀ ଓ ଘରୋଇ ଡାକ୍ତରଖାନା ସହ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର, ସୁପରିଟେଣ୍ଡେଣ୍ଟଙ୍କ ଉପସ୍ଥିତିରେ ଏକ ଜରୁରୀ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ବିଭିନ୍ନ ହସ୍ପିଟାଲରେ ମକଡ୍ରିଲ କରାଯାଇଛି। କୋଭିଡ ରୋଗୀଟିଏ ଆସିଲେ କିଭଳି ବେଡକୁ ନିଆଯିବ, କିଭଳି ଚିକିତ୍ସା କରାଯିବ, କେମିତି ଅନ୍ୟମାନେ ସୁରକ୍ଷିତ ରହିବା ସହ ଚିକିତ୍ସା ଯୋଗାଇଦେବେ ସେନେଇ ଗ୍ରାଉଣ୍ଡ ଜିରୋରେ ସ୍ଥିତି ଅନୁଧ୍ୟାନ କରାଯାଇଛି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା କମ ଅଛି। ଭୟଭୀତ ହେବାର ଆବଶ୍ୟକତା ନାହିଁ। କୋଭିଡ ନିୟମ ମାନି ସତର୍କ ଓ ସଚେତନ ରହିବାକୁ ଉଭୟ ବିଏମସି କମିଶନର ଓ କ୍ୟାପିଟାଲ ହସ୍ପିଟାଲ ନିର୍ଦେଶକ ପରାମର୍ଶ ଦେଇଛନ୍ତି।

ରାଜ୍ୟରେ ସ୍ଥିତି ଭଲ ଅଛି ବୋଲି କହିଛି ସ୍ୱାସ୍ଥ୍ୟ ବିଭାଗ। ତଥାପି ସ୍ଥିତିକୁ ଆଖିରେ ରଖି ପ୍ରସ୍ତୁତି ଚାଲିଛି। ଆକଳନ ଶେଷ କରାଯାଇ କେନ୍ଦ୍ର ସରକାରଙ୍କ ପୋର୍ଟାଲରେ ଅପଲୋଡ୍‌ କରାଯିବ। ଗତ ୨୪ ଘଣ୍ଟାରେ ୨୦୦ରୁ ଅଧିକ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। ୧୮ ଜଣ ଡାକ୍ତରଖାନାରେ ଚିକତ୍ସିତ ହେଉଛନ୍ତି।  ଯଦିଓ ନୂଆ ଭୂତାଣୁ ପୁଣି ଡରାଇଲାଣି, କିନ୍ତୁ ଏହି ଭୂତାଣୁ କ୍ଷତିକାରକ ନୁହେଁ। ତଥାପି ଶିଶୁ, ବୟସ୍କ ଓ ରୋଗୀ ସତର୍କ ରହିବା ଆବଶ୍ୟକତା ରହିଛି ।

ଏହି ଖବର ପଢ଼ନ୍ତୁ –  
ନିଜ ଲୋକଙ୍କ ଉପରେ ବୋମା ବର୍ଷାଇଲା ମିଆଁମାର ସେନା: ୧୦୦ରୁ ଅଧିକ ମୃତ୍ୟୁ ଆଶଙ୍କା !

ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।
କମ୍ପାନୀ କହିଛି ଯେ ଯଦିଓ ଏହି ସମୟରେ 5G ବଜାରକୁ ଆସିଛି, ଆମେ କୌଣସି ପ୍ରକାରେ ଆମର ଯୋଜନାକୁ ମହଙ୍ଗା କରିବୁ ନାହିଁ । ଆମ ପାଇଁ ଆମ ଗ୍ରାହକଙ୍କଠାରୁ କେହି ବଡ଼ ନୁହଁନ୍ତି । ସେମାନଙ୍କ ଅଭିଜ୍ଞତାକୁ ଉନ୍ନତ କରିବା ପାଇଁ ଆମେ ଆମର ସେବାକୁ ଉନ୍ନତ କରିବା ଜାରି ରଖିବୁ

Source link

Leave a Comment

ବିଜ୍ଞାପନ
ଲାଇଭ କ୍ରିକେଟ୍ ସ୍କୋର |
AI Tools Indexer