News18Local
ଭୁବେନେଶ୍ବର: କୋଭିଶିଲ୍ଡ ଟୀକା ନେଇଛନ୍ତି କି? ତେବେ ହୋଇଯାନ୍ତୁ ସାବଧାନ। ଆପଣ ବି ହୋଇପାରନ୍ତି ଏହି ରୋଗର ଶିକାର। କରୋନା ମହାମାରୀ ଭାରତ ରେ ନେଇଛି ଲକ୍ଷ ଲକ୍ଷ ଜୀବନ।ଆଜି ବି ଏହାର ଭୟାବହତା କଥା ମନେ ପଡିଲେ ଦେହ ଶୀତେଇ ଉଠେ।କିନ୍ତୁ ଏବେ ପରିସ୍ଥିତି ବଦଳିଛି।ଭାରତ ରୁ ଏକ ରକମ ବିଦାୟ ନେଇଛି ମହାମାରୀ କରୋନା।ତେବେ ଏହି ସମୟରେ ଆଶା ର ଆଲୋକ ସାଜିଥିବା କୋଭିଶିଲ୍ଡ ଟିକା କୁ ନେଇ ସବୁ ମହଲରେ ଚର୍ଚ୍ଚା।କାରଣ କୋଭିଷିଲ୍ଡ ଟୀକା ନେଇଥିବା ଲୋକ ଙ୍କ କ୍ଷେତ୍ର ରେ ରକ୍ତ ଜମାଟ ବାନ୍ଧିବା, ବ୍ଲଡ଼ ପ୍ଲଟିଲେଟ କମିବା ଭଳି ପାର୍ଶ୍ଵ ପ୍ରତିକ୍ରିୟା ଦେଖିବା କୁ ମିଳୁଛି। ଏ ନେଇ ଟିକା ବନାଇଥିବା ଆଷ୍ଟ୍ରାଜେନିକା କମ୍ପାନୀ ମଧ୍ୟ ନିଜର ମନ୍ତବ୍ୟ ରଖିଛି।ଏହି ତଥ୍ୟ ର ସତ୍ୟାସତ୍ୟ କୁ ନେଇ ଆମ ସହ ଆଲୋଚନା କରିଛନ୍ତି ଡ.ସୂର୍ଯ୍ୟ ପ୍ରକାଶ ଚୌଧୁରୀ (ଏମ. ଡି ଓ ସ୍ନାୟୁରୋଗ ବିଶେଷଜ୍ଞ,ସମ୍ ହସ୍ପିଟାଲ)।
ଡ. ଚୌଧୁରୀ ମତ ଦିଅନ୍ତି କୋଭିସିଲ୍ଡ ଟିକା ର ପାର୍ଶ୍ଵ ପ୍ରତିକ୍ରିୟା ପ୍ରାୟ ବିରଳ।10 ଲକ୍ଷ ଲୋକଙ୍କ ମଧ୍ୟରେ 4-5 ଜଣ ଏ ପାର୍ଶ୍ଵ ପ୍ରତିକ୍ରିୟାର ଶିକାର ହୁଅନ୍ତି।ଏହି ଟୀକା ଶରୀରରେ ଟିଟିଏସ ନାମକ ରୋଗ ସୃଷ୍ଟି କରେ।ଯାହା ଦ୍ଵାରା ରକ୍ତ ଜମାଟ ବାନ୍ଧେ ଓ ଏହା ଅତ୍ୟଧିକ ବୃଦ୍ଧି ପାଇଲେ ହାର୍ଟ ଅଟକ ଓ ବ୍ରେନ୍ ଷ୍ଟ୍ରୋକ ହେବାର ସମ୍ଭାବନା ଥାଏ।ବ୍ଲଡ଼ ପ୍ରେସର୍,ଡାଇବେଟିସ ରୋଗୀ ଙ୍କ ପାଖରେ ଏହି ସମସ୍ୟା ଦେଖାଯିବା ର ସମ୍ଭାବନା ସାମାନ୍ୟ ଅଧିକ।
ପଢନ୍ତୁ:
General Knowledge:‘ଏଟିଏମ୍’ ଶବ୍ଦର ସମ୍ପୂର୍ଣ୍ଣ ଅର୍ଥ କଣ ?
ତେବେ ଏହି ରୋଗ ହେବା ପୁର୍ବ ରୁ କିଛି ସାମାନ୍ୟ ଲକ୍ଷଣ ମଧ୍ୟ ଦେଖା ଯାଇଥାଏ।ଯାହା ମଧ୍ୟରେ ରହିଛି ମୁଣ୍ଡ ବ୍ୟଥା,ମୁଣ୍ଡ ବୁଲାଇବା,ଗୋଡ ହାତ ଦରଜ ହେବା,ଗୋଡ ଫୁଲିବା,ହାଲ୍ୟା ଲାଗିବା ଇତ୍ୟାଦି।
ତେବେ ଡାକ୍ତରୀ ମଇନା ଦ୍ଵାରା ଏ ରୋଗ ନିରୂପଣ କରିବା ଅତି ସହଜ।ରୋଗ ସଠିକ୍ ସମୟରେ ଜଣା ପଡିଗଲେ ଇକୋସ୍ପ୍ରିନ୍ ଭଳି କିଛି ଔଷଧ ର ନିୟମିତ ବ୍ୟବହାର ଉପରେ ଗୁରୁତ୍ଵ ଦିଆଯାଏ।ଯାହା କି ଟିଟିଏସ ଜନିତ ମୃତ୍ୟୁ କୁ ଅନେକ ମାତ୍ରା ରେ ରୋକିଦିଏ। ତେବେ କୋଭିଶିଲ୍ଟ ଭ୍ୟାକସିନ ନେଇଥିବା ବ୍ୟକ୍ତି ବିଶେଷ ଭୟଭୀତ ନ ହୋଇ କିଛି ଘରୋଇ ଉପାୟ ଅବଲମ୍ବନ କରି ନିଜକୁ ସୁସ୍ଥ ମଧ୍ୟ ରଖିପାରିବେ।ଆଲ୍ମଣ୍ଡ, ଅଖରୋଟ ଭଳି କିଛି ଡ୍ରାଇ ଫ୍ରୁଟ ,ସାଲ୍ମନ୍ ମାଛ ର ନିୟମିତ ସେବନ ଥ୍ରମ୍ୱୋସିସ ନାମକ ରୋଗ କୁ ପ୍ରତିହତ କରିବାରେ ସହାୟକ ହୁଏ।ସେଇ ଭଳି ଭାବେ ଚୁନା ମାଛ ମଧ୍ୟ ଏ କ୍ଷେତ୍ର ରେ ବେଶ୍ ଉପକାରୀ ସାବ୍ୟସ୍ତ ହୁଏ।ଏତଦବ୍ୟତୀତ ନିରାମିଷ ଭୋଜନ ଏବଂ ନିୟମିତ ବ୍ୟାୟାମ ଶରୀର କୁ ସୁସ୍ଥ ରଖେ ଓ ଟିଟିଏସ ଭଳି ସମସ୍ୟା କୁ ସମ୍ପୁର୍ଣ୍ଣ ରୂପେ ଦୂରୀଭୂତ କରେ। ରିପୋର୍ଟ: ସୋମଦତ୍ତା ମିଶ୍ର
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।
କମ୍ପାନୀ କହିଛି ଯେ ଯଦିଓ ଏହି ସମୟରେ 5G ବଜାରକୁ ଆସିଛି, ଆମେ କୌଣସି ପ୍ରକାରେ ଆମର ଯୋଜନାକୁ ମହଙ୍ଗା କରିବୁ ନାହିଁ । ଆମ ପାଇଁ ଆମ ଗ୍ରାହକଙ୍କଠାରୁ କେହି ବଡ଼ ନୁହଁନ୍ତି । ସେମାନଙ୍କ ଅଭିଜ୍ଞତାକୁ ଉନ୍ନତ କରିବା ପାଇଁ ଆମେ ଆମର ସେବାକୁ ଉନ୍ନତ କରିବା ଜାରି ରଖିବୁ
