Explore

Search
Close this search box.

Search

April 28, 2025 12:15 pm

କ୍ଷୀର ଅପମିଶ୍ରଣ କାରବାର ର ପର୍ଦାଫାସ କଲା କଟକ କମିଶନରେଟ ପୋଲିସ ।

କ୍ଷୀର ଅପମିଶ୍ରଣ କାରବାର ର ପର୍ଦାଫାସ କରିଛି ପୋଲିସ । ଅସଲି କ୍ଷୀର ନାଁରେ ଲୋକଙ୍କୁ ଦିଆଯାଉଥିଲା ଅପମିଶ୍ରିତ ବିଷାକ୍ତ କ୍ଷୀର । ଏଭଳି ବିଶାକ୍ତ ଆଉ ନକଲି କ୍ଷୀର ବିକ୍ରି ଅଭିଯୋଗରେ କ୍ଷୀର କମ୍ପାନୀ ମାଲିକ ପ୍ରଦୀପ୍ତ ପରିଡାକୁ ଗିରଫ କରିଛି କଟକ କମିଶନରେଟ ପୋଲିସ । ଏହି ଅପମିଶ୍ରଣ ମାମଲାର ଖୋଳତାଡ଼ ସମୟରେ ପୋଲିସକୁ ମିଳିଛି ଅନେକ ଗୁରୁତ୍ବପୂର୍ଣ୍ଣ ସୂଚନା ।

ଏହି କ୍ଷୀର ଏବଂ କ୍ଷୀରରେ ପ୍ରସ୍ତୁତ ହେଉଥିବା ସାମଗ୍ରୀ ଗୁଡ଼ିକୁ ପ୍ୟାକିଂ କରିବା ପାଇଁ କୋଲକତାରୁ ପ୍ରିଣ୍ଟ କରାଯାଇ ପ୍ଲାଷ୍ଟିକ ଆସୁଥିବା ବେଳେ, ମହାରାଷ୍ଟ୍ରରୁ ଆସୁଥିଲା ଶସ୍ତା କ୍ଷୀର ପାଉଡର ।  ଯେଉଁ ଅଞ୍ଚଳକୁ ‘ରୋହିଣୀ’ ବ୍ରାଣ୍ଡର ଏହି ନକଲି କ୍ଷୀର ଓ ଏଥିରୁ ପ୍ରସ୍ତୁତ ସାମଗ୍ରୀ ବିକ୍ରି ପାଇଁ ଯାଇଛି , ସେଗୁଡ଼ିକୁ ଜବତ କରିବା ପାଇଁ ଉଦ୍ୟମ ଆରମ୍ଭ କରିଛି କମିଶନରେଟ ପୋଲିସ । ଏହି ସାମଗ୍ରୀକୁ ବ୍ୟବହାର ନ କରିବା ପାଇଁ ଜନସାଧାରଣକୁ କମିଶନରେଟ ପୋଲିସ ପକ୍ଷରୁ ଅପିଲ କରାଯାଇଛି ।

ସୂଚନା ଅନୁଯାୟୀ , ଏହି କ୍ଷୀର କମ୍ପାନୀର ମାଲିକ ପ୍ରଦୀପ୍ତ ପରିଡା ତିନି ଜଣ ଶ୍ରମିକଙ୍କ ସହାୟତାରେ ନକଲି କ୍ଷୀର ଓ ଅନ୍ୟାନ୍ୟା ସମଗ୍ରୀ ପ୍ରସ୍ତୁତ କରାଯାଇଥିଲା । ଏହି କ୍ଷୀର ଉତ୍ପାଦନ ହେବାଠାରୁ ଆରମ୍ଭ କରି ଗ୍ରାହକଙ୍କ ପାଖରେ ପହଞ୍ଚିବା ପଛରେ ବ୍ୟବସାୟୀଙ୍କର ଏକ ବଡ଼ ରାକେଟ କାମ କରୁଥିବା ନେଇ ସୂରାକ ପାଇଛି କମିଶନରେଟ ପୋଲିସ । ମହାରାଷ୍ଟ୍ରରୁ ଆସୁଥିବା ଶସ୍ତା କ୍ଷୀର ପାଉଡରରେ ଉତ୍ତରପ୍ରଦେଶରୁ ଆମଦାନୀ ହେଉଥିବା କଷ୍ଟିକ ସୋଡାକୁ ଜଗତପୁରର ନଳକୂପ ପାଣିରେ ଗୋଳାଇ ପ୍ରସ୍ତୁତ ହେଉଥିଲା ଏହି ନକଲି କ୍ଷୀର । ପ୍ରସ୍ତୁତି ପରେ ସେହି କ୍ଷୀରକୁ କୋଲକାତାରୁ ଆସୁଥିବା ପ୍ଲାଷ୍ଟିକରେ ଭର୍ତ୍ତି କରି ଓଡିଶା ବଜାରକୁ ଛଡାଯାଉଥିଲା । ଏହି କ୍ଷୀର ଅପମିଶ୍ରଣ ମାମଲାର ପର୍ଦାଫାସ ହେବାପରେ ଗ୍ରାହକଙ୍କ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

Leave a Comment

ବିଜ୍ଞାପନ
ଲାଇଭ କ୍ରିକେଟ୍ ସ୍କୋର |
AI Tools Indexer