Explore

Search
Close this search box.

Search

April 27, 2025 7:38 pm

ଆଶନ୍ତା ୨୭ରେ ବିଜେଡିର ହେବ ଗୁରୁତ୍ବପୂର୍ଣ୍ଣ ବୈଠକ । ନିର୍ବାଚନରେ ପରାଜୟ ପାଇଁ ଦଳ କରିବ ମାନସମନ୍ଥନ । ଆଗାମୀ ଦିନ ପାଇଁ ପ୍ରସ୍ତୁତ ହେବ ସାଂଗଠନିକ ରଣନୀତି ।

ବିଜେଡି ଏବେ ରାଜ୍ୟ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ବିରୋଧ କରୁଥିଲେ ହେଁ ,  ଏହା ବିଶେଷ ପ୍ରଭାବୀ ହେଉନାହିଁ | ତୃଣମୂଳ ସ୍ତରରେ ଥିବା ବିଜେଡି ସଂଗଠନ ପ୍ରଭାବୀ ଢଙ୍ଗରେ କାର୍ଯ୍ୟ କରିପାରୁନି । ସେପଟେ ଗତ ନିର୍ବାଚନରେ ପରାଜୟ ପରେ ଦଳ ଭିତରେ ଅନ୍ତଃକନ୍ଦଳ ଉଗ୍ର ରୂପ ନେଲାଣି | ତେଣୁ ଏସବୁ ଉପରେ ମାନସମନ୍ଥନ କରିବାକୁ ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ଆସନ୍ତା ୨୭ତାରିଖରେ ଦଳର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଡାକିଛନ୍ତି ।
ଶଙ୍ଖ ଭବନରେ ବସିର୍ବାକୁ ଥିବା ଏହି ବୈଠକରେ ଦଳର ବିଭିନ୍ନ ସମସ୍ୟା ଏବଂ ଆଗାମୀ କାର୍ଯ୍ୟପନ୍ଥା ନେଇ ସବିଶେଷ ଆଲୋଚନା ହେବ ବୋଲି ଜଣାପଡ଼ିଛି ।
ଆସନ୍ତା ୨୭ତାରିଖ ବୈଠକରେ ଅକ୍ଟୋବର ୨ରୁ ଆରମ୍ଭ ହେବାକୁ ପଦଯାତ୍ରା କାର୍ଯ୍ୟକ୍ରମ, ଦଳର ବିଭିନ୍ନ କମିଟିର ପୁର୍ନଗଠନ, ଅନ୍ୟ ସାଙ୍ଗଠନିକ କାର୍ଯ୍ୟକ୍ରମ, ସାଧାରଣ ନିର୍ବାଚନରେ ଦଳର ପରାଜୟର କାରଣ ଖୋଜିବାକୁ ଗଠନ ହେବାକୁ ଥିବା କମିଟି ବିଷୟରେ ଆଲୋଚନା ହେବ ବୋଲି ଦଳର ଉପସଭାପତି ଦେବୀ ପ୍ରସାଦ ମିଶ୍ର ଗଣମାଧ୍ୟମକୁ କହିଛନ୍ତି | ରାଜ୍ୟବାସୀଙ୍କ ସ୍ବାର୍ଥ ପାଇଁ ବିଜେଡି ଯେପରି ଆଗକୁ ଲଢ଼େଇ ଜାରି ରଖିବ ,  ସେନେଇ ଆଲୋଚନା ହେବ ବୋଲି ସେ କହିଛନ୍ତି | ଏହି ବୈଠକରେ ସମସ୍ତ ବିଧାୟକ, ବିଧାୟକ ପ୍ରାର୍ଥୀ, ଜିଲ୍ଲା ସଭାପତି ଓ ବରିଷ୍ଠ ନେତୃବୃନ୍ଦ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି |

Leave a Comment

ବିଜ୍ଞାପନ
ଲାଇଭ କ୍ରିକେଟ୍ ସ୍କୋର |
AI Tools Indexer