ଦାଉ ସାଜିଲା ଲଗାଣ ବର୍ଷା । ଭାଙ୍ଗିଗଲା ଘର । ବାସହରା ହୋଇଗଲେ ଏକ ଗରିବ ପରିବାର । ଏମିତି ଘଟଣା ଦେଖିବାକୁ ମିଳିଛି ଦେବଗଡ଼ ଜିଲ୍ଲା ତାଳକୁଣ୍ଡି ପଞ୍ଚାୟତ ଭାଳିଆଡ଼ିହି ଗ୍ରାମରେ ।
ଦେବଗଡ଼ ଜିଲ୍ଲା ରେ ବିଗତ କିଛିଦିନ ହେଲା ଲଘୁଚାପ ଜନିତ ବର୍ଷା ଲାଗିରହିଛି । ଏହି ବର୍ଷା ଯୋଗୁଁ ଆଜି ( 26 ତାରିଖ ) ତିଳେଇବଣି ବ୍ଲକ ତାଳକୁଣ୍ଡି ପଞ୍ଚାୟତ ଅନ୍ତର୍ଗତ ଭାଲିଆଡ଼ିହି ଗ୍ରାମ ହରିଜନ ସାହି ରେ ବସବାସ କରୁଥିବା ରମେଶ ନାୟକଙ୍କ ଘର ଖଣ୍ଡିକ ଭାଙ୍ଗିଯାଇଛି । ଫଳରେ ଏହି ଗରିବ ପରିବାର ଟି ବାସହରା ହୋଇପଡିଛି । ବର୍ଷାର ପ୍ରକୋପ ଲାଗିରହିଥିବା ବେଳେ , ଏହି ପରିବାର ପାଖରେ ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡିଏ ନାହିଁ । ନିଜ ରୁଗ୍ଣଣା ସ୍ତ୍ରୀ ଓ ଝିଅ କୁ ନେଇ ରମେଶ ପଡ଼ୋଶୀଙ୍କ ଘରେ ଆଶ୍ରୟ ନେଇଥିବା ଜଣାଯାଇଛି । ସ୍ଥାନୀୟ ପ୍ରଶାସନ ଏହି କ୍ଷତିଗ୍ରସ୍ତ ପରିବାର କୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାପାଇଁ ଗ୍ରାମବାସୀ ଦାବି କରିଛନ୍ତି ।
