Explore

Search
Close this search box.

Search

April 28, 2025 4:31 am

ଅମୃତଭଣ୍ଡା : ପାଟିକୁ ଯେତିକି ସ୍ୱାଦିଷ୍ଟ , ଶରୀର ପାଇଁ ସେତିକି ଉପକାରୀ ।

ଅମୃତଭଣ୍ଡା ଗୋଟିଏ ସ୍ୱାଦିଷ୍ଟ ଫଳ । ଏହି ଫଳଗଛ ଟି ପ୍ରାୟତଃ ଅଧିକାଂଶ ଲୋକଙ୍କ ବାଡିବଗିଚାରେ ଦେଖାଯାଏ । ଏହି ଫଳଟି ଖାଇବାକୁ ଯେତିକି ସ୍ୱାଦିଷ୍ଟ , ସ୍ବାସ୍ଥ୍ୟପାଇଁ ସେତିକି ଉପକାରୀ ମଧ୍ୟ । ଆମେ ଉଭୟ କଞ୍ଚା ଓ ପାଚିଲା ଅମୃତଭଣ୍ଡା ଖାଇଥାଉ ।

ଅମୃତଭଣ୍ଡାରେ ଭିଟାମିନ ଏ, ଭିଟାମିନ ସି, ପ୍ରୋଟିନ, କାର୍ବୋହାଇଡ୍ରେଟ୍ସ, ଫୋଲେଟ, କପର, ଫାଇବର ପୋଟାସିୟମ, କ୍ୟାଲେସିୟମ, ମ୍ୟାଗ୍ନେସିୟମ ଭଳି ନ୍ୟୁଟ୍ରିଏନ୍ସ ରହିଥାଏ । ସେହିପରି ଏହା ଶକ୍ତିଶାଳୀ ଆଣ୍ଟିଅକ୍ସାଡାଣ୍ଟ ଗୁଣରେ ମଧ୍ୟ ଭରପୂର । ଯାହାଫଳରେ ଏହାକୁ ଖାଇବା ଦ୍ବାରା ଅନେକ ମାରାତ୍ମକ ରୋଗରୁ ରକ୍ଷା ମିଳିବା ସହ ଏକ ସୁସ୍ଥ ଶରୀର ଗଠନରେ ସହାୟକ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଅମୃତଭଣ୍ଡା ର କଣ କଣ ଉପକାରୀ ଗୁଣ ରହିଛି ।

ସୁଗାର ନିୟନ୍ତ୍ରଣ କରେ :
ଡାଇବେଟିସ୍ ରୋଗୀଙ୍କ ପାଇଁ ଅମୃତଭଣ୍ଡା ଏକ ଭଲ ଫଳ । ଏଥିରେ ଫାଇବର ଥିବାରୁ ଏହା ରକ୍ତରେ ସୁଗାର ସ୍ତର ହ୍ରାସ କରେ । ଟାଇପ୍-2 ଡାଇବେଟିସ୍ ପୀଡିତ ଲୋକଙ୍କ ବ୍ଲଡ ସୁଗାର ନିୟନ୍ତ୍ରଣ କରିବା ସହ ଲିପିଡ୍ ଓ ଇନସୁଲିନ ସ୍ତରରେ ସୁଧାର ଆଣେ । ଗୋଟିଏ ଛୋଟ ଅମୃତଭଣ୍ଡାରେ ପାଖାପାଖି 3 ଗ୍ରାମ ଫାଇବର ଓ 17 ଗ୍ରାମ କାର୍ବୋହାଇଡ୍ରେଟ ଥାଏ ।

କ୍ୟାନ୍ସର ଆଶଙ୍କା କମାଏ :
ସ୍ୱାସ୍ଥ୍ୟ ସମ୍ୱନ୍ଧୀୟ ଗବେଷକମାନେ କୁହନ୍ତି, ଅମୃତଭଣ୍ଡାରେ ଥିବା ଲିକୋପେନ (Lycopene) ଆଣ୍ଟିଅକ୍ସିଡାଣ୍ଟ ଶରୀରରେ କ୍ୟାନ୍ସର ଆଶଙ୍କା କମ୍ କରେ । କ୍ୟାନ୍ସର ଚିକିତ୍ସିତ ହେଉଥିବା ଲୋକେ ଏହାକୁ ସେବନ କରିବା ଲାଭଦାୟକ । ଏହା କ୍ୟାନ୍ସର ସୃଷ୍ଟିକାରୀ ଫ୍ରି ରାଡିକଲ୍ସ କମ୍ କରିବାରେ ସାହାଯ୍ୟ କରେ ।

ତ୍ବଚାକୁ ସୁରକ୍ଷା ଦିଏ :
ଅମୃତଭଣ୍ଡା ତ୍ବଚା ପାଇଁ ଖୁବ୍ ଉପଯୋଗୀ । ଏଥିରେ ଶକ୍ତିଶାଳୀ ଆଣ୍ଟିଅକ୍ସିଡାଣ୍ଟ ଗୁଣ ରହିଥିବାରୁ ଏହା ତ୍ବଚାକୁ ହାନିକାରକ ସୂର୍ଯ୍ୟକିରଣ (ସନ୍ ଡ୍ୟାମେଜ) ରୁ ରକ୍ଷା କରେ । ଭିଟାମିନ-ସି ଓ ଲିକୋପେନ ତ୍ବଚାରେ ବୟସର ଛାପ (aging) କମ୍ କରେ । ଚର୍ମ କୁଞ୍ଚନ ସମସ୍ୟା ଦେଖାଯାଏନି ।

ହଜମ ପ୍ରକ୍ରିୟା ଉନ୍ନତ କରେ :
ଏଥିରେ ଫାଇବର ଓ ପାଣି ମାତ୍ରା ଅଧିକ ଥାଏ, ଯାହା କୋଷ୍ଠକାଠିନ୍ୟରୁ ରକ୍ଷା କରିବା ସହ ଏଥିରେ ଥିବା ପାପେନ ଏନଜାଇମ ହଜମ ପ୍ରକ୍ରିୟା ଉନ୍ନତ କରେ । କେବଳ ଅମୃତ ଭଣ୍ଡା ନୁହେଁ, ଏହାର ମଞ୍ଜି ଓ ପତ୍ର ମଧ୍ୟ ବେଶ୍ ସ୍ବାସ୍ଥ୍ୟ ଉପଯୋଗୀ ।

ହାଡ ମଜଭୁତ କରେ :
ଅମୃତଭଣ୍ଡାରେ ଭିଟାମିନ-କେ ଥାଏ ଯାହାକି ସ୍ବାସ୍ଥ୍ୟ ପାଇଁ ଜରୁରୀ । ଶରୀରରେ ଏହି ଭିଟାମିନ ଅଭାବ ହେଲେ ହାଡ ଦୁର୍ବଳ ହୋଇଥାଏ । ଫଳରେ ସାମାନ୍ୟ ଆଘାତରେ ହାଡ଼ ଭାଙ୍ଗିବାର ଆଶଙ୍କା ଅଧିକ ଥାଏ । ତେଣୁ ନିୟମିତ ଅମୃତଭଣ୍ଡା ଖାଇଲେ ଶରୀରକୁ ସଠିକ୍ କ୍ୟାଲେସିୟମ ମିଳିଥାଏ ଓ ହାଡ ମଜଭୁତ ହୁଏ ।

Leave a Comment

ବିଜ୍ଞାପନ
ଲାଇଭ କ୍ରିକେଟ୍ ସ୍କୋର |
AI Tools Indexer