ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀ ଚିହ୍ନଟ ପ୍ରକ୍ରିୟାରେ ତ୍ରୁଟି ରହିଲେ ସଂପୃକ୍ତ ସରକାରୀ ଅଧିକାରୀଙ୍କ ଉପରେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ । ଏହା କହିଛନ୍ତି ଗ୍ରାମ୍ୟ ଉନ୍ନୟନ ପଞ୍ଚାୟତିରାଜ ଓ ପାନୀୟଜଳ ଯୋଗାଣ ମନ୍ତ୍ରୀ ରବି ନାୟକ ।
ମନ୍ତ୍ରୀ କହିଛନ୍ତି ଯେ , ଏଣିକି ବାପାଙ୍କଠୁ ଅଲଗା ହୋଇ ନିଜର ପରିବାର କରିଥିବା ବ୍ୟକ୍ତିଙ୍କୁ ମିଳିବ ଆବାସ ଯୋଜନାରେ ପକ୍କା ଘର । ପୂର୍ବ ସରକାରରେ ବଞ୍ଚିତ ହୋଇଥିବା ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରି 6 ମାସ ଭିତରେ କାର୍ଯ୍ୟାଦେଶ ଦେବେ ବିଜେପି ସରକାର । ଏହି ପ୍ରକ୍ରିୟାରେ 20ରୁ 22 ଲକ୍ଷ ପର୍ଯ୍ୟନ୍ତ ହିତାଧିକାରୀଙ୍କୁ ମିଳିବ ଘର । ପ୍ରଧାନମନ୍ତ୍ରୀ ଆବାସ ଯୋଗ୍ୟ ଭୂମିହୀନଙ୍କୁ କ୍ଲଷ୍ଟର୍ ଅନୁସାରେ ଘର ଯୋଗାଇ ଦିଆଯିବ । ଚତୁର୍ଥ ପର୍ଯ୍ୟାୟରେ ଆସୁଥିବା ପକ୍କା ଘର କ୍ଷେତ୍ରରେ କିଛି ପରିବର୍ତ୍ତନ କରିଛନ୍ତି ସରକାର । ପୂର୍ବରୁ ଏସିସିସିସି ତାଲିକାକୁ ଆଧାର କରି ପକ୍କା ଘର ଦିଆଯାଉଥିଲା । କିନ୍ତୁ ଏବେ ସେଥିରେ ପରିବର୍ତ୍ତନ ହୋଇଛି । ବାପାଙ୍କ ଠାରୁ ଅଲଗା ହୋଇଥିବା ବ୍ୟକ୍ତିଙ୍କୁ ମିଳିବା ପକ୍କା ଘର । ଏଥିରେ ହିତାଧିକାରୀଙ୍କୁ ଚୟନ କରିବା ପାଇଁ ସରକାର 10ଟି କ୍ରାଇଟେରିଆ କରାଯାଇଛି । ଏହି ପ୍ରଣାଳୀରେ ଲୋକଙ୍କୁ ଆମେ ସିଲେକ୍ଟ କରିବୁ। ଏହି ପ୍ରକ୍ରିୟା ପାଇଁ ୬ ମାସ ସମୟ ଲାଗିବ । ବିଗତ ସରକାରରେ ଅନେକ ଯୋଗ୍ୟ ହିତାଧିକାରୀ ଘର ପାଇବାରୁ ବଞ୍ଚିତ ହୋଇଥିବା ମନ୍ତ୍ରୀ ପ୍ରକାଶ କରିଥିଲେ ।
