ଆଜି ଅକ୍ଟୋବର ୨ ତାରିଖ ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ଦେବଗଡ଼ ଜିଲ୍ଲା ତିଳେଇବଣି ବ୍ଲକ ଅନ୍ତର୍ଗତ ତାଳକୁଣ୍ଡି ପଞ୍ଚାୟତରେ ଅନୁଷ୍ଠିତ ହୋଇଯାଇଛି ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକ୍ରମ ।
ପଞ୍ଚାୟତ ସରପଞ୍ଚ ଅମରସେନ ହେମ୍ବ୍ରମ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନାଏବ ସରପଞ୍ଚ ଭାରତୀ ନାଏକ , ପଞ୍ଚାୟତ ନିର୍ବାହୀ ଅଧିକାରୀ ରଶ୍ମିତା ପ୍ରଧାନ , ଏମବିକେ ସବିତା ପ୍ରଧାନ , ଭୁବନେଶ୍ୱର ଖୁଣ୍ଟିଆ ଙ୍କ ସମେତ ସମସ୍ତ ୱାର୍ଡମେମ୍ବର ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦଶ୍ୟା ବୃନ୍ଦ ଉପସ୍ଥିତ ଥିଲେ । ଏହି ପରିପ୍ରେକ୍ଷୀରେ ପଞ୍ଚାୟତ ସଭାଗୃହରେ ଆୟୋଜିତ ଏକ ସାଧାରଣ ସଭାରେ ଜାତିପିତା ମହାତ୍ମା ଗାନ୍ଧୀ ଙ୍କ ସ୍ମୃତିଚାରଣ କରାଯାଇଥିଲା । ମୁଖ୍ୟତଃ ସ୍ଵାଧିନତା ଆନ୍ଦୋଳନ ଭିତରେ ଗାନ୍ଧିଜୀ ସର୍ବଦା ସ୍ଵଛତା, ଶିକ୍ଷା, ନାରୀ ସଶକ୍ତିକରଣ, ଜାତିଭେଦ ଦୂରୀକରଣ ଉପରେ ଗୁରୁତ୍ୱ ଦେଉଥିବା ବିଷୟରେ ଆଲୋଚନା ହୋଇଥିଲା ।
ପରିଶେଷରେ ଉପସ୍ଥିତ ସମସ୍ତ ସଭ୍ୟବୃନ୍ଦ ଏକତ୍ରିତ ହୋଇ ହାତରେ ଝାଡୁ ନେଇ ପଞ୍ଚାୟତ ପରିଷର କୁ ସଫାସୁତରା କରିବା ସହ ସ୍ଵଛତାର ଗୁରୁତ୍ୱ ପ୍ରତି ଗ୍ରାମବାସୀଙ୍କୁ ସଚେତନ କରାଇଥିଲେ ।
