Explore

Search
Close this search box.

Search

June 21, 2025 11:10 am

ଓଡ଼ିଶାରେ ଅଛନ୍ତି ମୋଟ୍ ୬୯୬ କଲରା ପତରିଆ ବାଘ , ଆସିଲା ବାଘ ଗଣନା ରିପୋର୍ଟ ।

ଆସିଲା ରାଜ୍ୟର ପ୍ରଥମ କଲରା ପତରିଆ ବାଘ ଗଣନା ରିପୋର୍ଟ । ଓଡ଼ିଶାରେ ଅଛନ୍ତି ମୋଟ୍ ୬୯୬ କଲରା ପତରିଆ ବାଘ । ରାଜ୍ୟର ପ୍ରଥମ କଲରା ପତରିଆ ବାଘ ଗଣନା ରିପୋର୍ଟରୁ ମିଳିଛି ଏହି ତଥ୍ୟ । ଚଳିତ ଥର ନିଜସ୍ବ କଲରା ପତରିଆ ବାଘ ଗଣନା କରିଛି ବନବିଭାଗ ।

NTCA ରିପୋର୍ଟ ଅନୁସାରେ ୨୦୨୨ ମସିହାରେ ଥିଲେ ୫୬୮ କଲରାପତରିଆ ବାଘ । ୨୦୧୮ ମସିହାରେ କଲରାପତରିଆ ବାଘ ସଂଖ୍ୟା ଥିଲା ୭୬୦ । ତେବେ ଚଳିତ ଥର ନିଜସ୍ୱ କଲରା ପତରିଆ ବାଘ ଗଣନା କରିଛି ବନବିଭାଗ । ମୋଟ୍ ୬୯୬ କଲରା ପତରିଆ ବାଘ ଥିବା ଜଣାପଡ଼ିଛି ।

ରାଜ୍ୟରେ ୪୭ ଟି ଡିଭିଜନରେ କରାଯାଇଥିଲା ଏହି ଗଣନା । ମୟୂରଭଞ୍ଜ ଏବଂ କେନ୍ଦୁଝର ଡିଭିଜନରେ ପାଖାପାଖି ୨୦୦ ରୁ ଅଧିକ କଲରା ପତରିଆ ବାଘ ଚିହ୍ନଟ କରାଯାଇଥିବାବେଳେ ଅନୁଗୋଳର ସାତକୋଶିଆ, ଦକ୍ଷିଣରେ ମହାନଦୀ ବନଖଣ୍ଡ, ଆଠ ମଲ୍ଲିକ, ବୌଦ୍ଧ, ନୟାଗଡ଼ ବନଖଣ୍ଡରେ ପାଖାପାଖି ୧୫୦ କଲରାପତରିଆ ବାଘ ଚିହ୍ନଟ କରାଯାଇଛି । ସେହିପରି ଡେବ୍ରିଗଡ ନିକଟରେ ୫୦ରୁ ଅଧିକ ବାଘ ଚିହ୍ନଟ କରାଯାଇଥିବା ବେଳେ ୫୦ରୁ ଅଧିକ ରେଢ଼ାଖୋଲ ସମ୍ବଲପୁର ଆଦି ସ୍ଥାନରେ ଚିହ୍ନଟ ହୋଇଛି । ୫୦ରୁ ଅଧିକ କଲରା ପତରିଆ ବାଘ ଖଇରିଆ ସୁନାବେଢ଼ା ଆଦି ସ୍ଥାନରେ ଚିହ୍ନଟ ହୋଇଛି  । ସେହିପରି ୨୦ରୁ ଅଧିକ ଢେଙ୍କାନାଳ କପିଳାସ ଆଦି ଆଖାପାଖ ସ୍ଥାନ ଗୁଡିକରେ  ବାଘ ଚିହ୍ନଟ କରାଯାଇଥିବା ବନବିଭାଗ ସୂତ୍ରରୁ ଜଣାଯାଇଛି ।

Leave a Comment

ବିଜ୍ଞାପନ
ଲାଇଭ କ୍ରିକେଟ୍ ସ୍କୋର |
AI Tools Indexer