Explore

Search
Close this search box.

Search

June 21, 2025 1:46 am

ଛତିଶଗଡ଼ରେ ବଡଧରଣର ନକ୍ସଲ ଅପରେସନ , ସୁରକ୍ଷାକର୍ମୀ ଗୁଳିରେ ଟଳିଲେ ୩୧ ନକ୍ସଲ , ବିପୁଳ ପରିମାଣରେ ମାରଣାସ୍ତ୍ର ଜବତ ।

ଛତିଶଗଡ଼ରେ ସୁରକ୍ଷାକର୍ମୀ ଓ ନକ୍ସଲ ମଧ୍ୟରେ ଗୁଳି ବିନିମୟରେ ଟଳିଲେ ୩୧ ନକ୍ସଲ । ଆଜି ଦିନ ୧ ଟା ସମୟରେ ନାରାୟଣପୁର ଓ ଦନ୍ତେୱାଡା ସୀମାର ଅବୁଝାମାଡର ଥୁଲଥୁଲି ଓ ତେନ୍ଦୁର ଗାଁ ମଝିରେ ଏହି ଏନକାଉଣ୍ଟର ହୋଇଛି । ଏନେଇ ସୂଚନା ଦେଇଛନ୍ତି ଦନ୍ତେୱାଡା ଏସପି ଗୌରବ ରାୟ ।

ଏନକାଉଣ୍ଟର ରେ ମୃତ୍ୟୁବରଣ କରିଥିବା ସମସ୍ତ ନକ୍ସଲଙ୍କ ମୃତଦେହକୁ ଜବତ କରିଛି ପୋଲିସ । ଏନକାଉଣ୍ଟରରେ ଟଳିଥିବା ୩୧ ନକ୍ସଲଙ୍କ ମଧ୍ୟରୁ ମୋଷ୍ଟୱାଣ୍ଟେଡ କମଳେଶ ବି ଅଛି । ଯାହା ଉପରେ ସରକାର ୮ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିଲେ ।
ଏନକାଉଣ୍ଟର ପରେ ଘଟଣାସ୍ଥଳରୁ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ ହୋଇଛି । ସେଥିରେ  AK-47 ବନ୍ଧୁକ ଓ SLR ମଧ୍ୟ ଜବତ କରିଛନ୍ତି ସୁରକ୍ଷାକର୍ମୀ ।  ଜଙ୍ଗଲରେ ଅଧିକ ସର୍ଚ୍ଚ ଅପରେସନ ଜାରି ରହିଛି ।

Leave a Comment

ବିଜ୍ଞାପନ
ଲାଇଭ କ୍ରିକେଟ୍ ସ୍କୋର |
AI Tools Indexer