Explore

Search
Close this search box.

Search

June 21, 2025 11:43 am

ସ୍କୁଲ ସାମ୍ନାରେ ମାଦକଦ୍ରବ୍ୟ ବିକ୍ରି ଅଭିଯୋଗ , ଦୋକାନଗୃହ ଉଚ୍ଛେଦ ପାଇଁ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କଲେ ଗ୍ରାମବାସୀ ।

ସ୍କୁଲ ସାମ୍ନାରୁ ଦୋକାନଗୃହ ଉଚ୍ଛେଦ ପାଇଁ ଜିଲ୍ଲାପାଳଙ୍କ ନିକଟରେ ଦାବିକଲେ ରିଆମାଳ ବ୍ଲକ ସେଣ୍ଢା ଗ୍ରାମବାସୀ । ସେଣ୍ଢା ଗ୍ରାମ ଦେଇ ଅତିକ୍ରମ କରିଥିବା ଅନୁଗୁଳ ରାସ୍ତା କଡରେ ରହିଛି ସେଣ୍ଢା ହାଇସ୍କୁଲ । ଏହି ସ୍କୁଲ ପରିଷରରେ ତଥା ସ୍କୁଲ ପାଚେରୀକୁ ଲାଗି ରହିଥିବା ଦୋକାନଗୃହ ଗୁଡିକରେ ବିଭିନ୍ନ ପ୍ରକାର ମାଦକଦ୍ରବ୍ୟ ବିକ୍ରି ହେଉଥିବା ଓ ଆଖପାଖ ଅଞ୍ଚଳର ମଦୁଆ ମାନେ ସେଠାରେ ଆଡ୍ଡା ଜମାଇ ପାଟିତୁଣ୍ଡ କରୁଥିବା ଅଭିଯୋଗ କରି  ଦୋକାନଗୃହ ଗୁଡିକ ଉଚ୍ଛେଦ ପାଇଁ ଗ୍ରାମବାସୀ ଦାବି କରିଛନ୍ତି । ସ୍କୁଲ ପରିଷର ମଧ୍ୟରେ ମାଦକଦ୍ରବ୍ୟ ବିକ୍ରି ଉପରେ ସରକାରଙ୍କ ନିଷେଦ୍ଧାଦେଶ ରହିଛି । ମାତ୍ର ଏଠାରେ ତାହାର ବ୍ୟତିକ୍ରମ ଦେଖିବାକୁ ମିଳୁଥିବାରୁ ସ୍କୁଲ ରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କ ଉପରେ କୁପ୍ରଭାଵ ପଡୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏହି ମର୍ମରେ ଗତ ସେପ୍ଟେମ୍ବର ୧୩ ତାରିଖ ଦିନ ଗ୍ରାମବାସୀ ଦେବଗଡ଼ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଭାବେ ଅଭିଯୋଗ କରିଥିଲେ ସୁଦ୍ଧା , ଏଦିଗରେ ପ୍ରଶାସନ ତରଫରୁ କୌଣସି ବିହିତ ପଦକ୍ଷେପ ନିଆଯାଇନାହିଁ ।

 

 

 

Leave a Comment

ବିଜ୍ଞାପନ
ଲାଇଭ କ୍ରିକେଟ୍ ସ୍କୋର |
AI Tools Indexer