ଦେବଗଡ଼ ଜିଲ୍ଲା ରିଆମାଳ ରେଞ୍ଜ କାଞ୍ଜିଆମ୍ବ ଗାଁରେ ଦନ୍ତାହାତୀ ଆକ୍ରମଣରେ ୧ ମୃତ । ମୃତକ ଜଣକ ହେଲେ କାଞ୍ଜିଆମ୍ବ ଗ୍ରାମର ଯାତ୍ରା ପ୍ରଧାନ (୫୫ ) ।
ସୂଚନା ଅନୁଯାୟୀ , ଆଜି ୫ ତାରିଖ ( ଶନିବାର ) ସନ୍ଧ୍ୟା ସମୟରେ ରିଆମାଳ ରେଞ୍ଜ ଅଧିନ କାଞ୍ଜିଆମ୍ବ ଗ୍ରାମର ଯାତ୍ରା ପ୍ରଧାନ ନିଜ ଘର ପଛପଟ ବାଇଗଣ ବଗିଚାରେ କାମ କରୁଥିବା ବେଳେ , ହଟାତ ସେଠାକୁ ଏକ ଦନ୍ତାହାତୀ ଆସି ତାଙ୍କୁ ପାଦରେ ଦଳି ଦେଇଥିଲା । ଘଟଣା ସ୍ଥଳରେ ସେ ମୃତ୍ୟୁବରଣ କରିଥିଲେ । ଗ୍ରାମବାସୀ ଏସମ୍ପର୍କରେ ରିଆମାଳ ବନବିଭାଗକୁ ସୂଚନା ଦେବାପରେ ରିଆମାଳ ରେଞ୍ଜ ଅଫିସର ନିରଞ୍ଜନ ଧାରୁଆଙ୍କ ସହିତ ଅନ୍ୟ ବନବିଭାଗ କର୍ମଚାରୀ ମାନେ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛନ୍ତି । ଏହି ଘଟଣାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି । ରେଞ୍ଜ ଅଫିସର ଶ୍ରୀ ଧରୁଆ ଓ ତୁଙ୍ଗାମାଳ ସରପଞ୍ଚ ଶରତ ପ୍ରଧାନ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଛି । ଏହି ଅଞ୍ଚଳରେ କିଛିଦିନ ହେଲା ଦନ୍ତାହାତୀ ଉପଦ୍ରବ କରି ଆସୁଥିବାରୁ ବନବିଭାଗ ପକ୍ଷରୁଏଠାରେ ଏଲିଫେଣ୍ଟ ସ୍କ୍ବାର୍ଡ ମୃତୟନ କରାଯିବା ଓ ସୋଲାର ଲାଇଟ ଲଗାଯିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି । ଏହି ଘଟଣା ସମଗ୍ର ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି ।
