Explore

Search
Close this search box.

Search

April 28, 2025 11:27 am

ବାରକୋଟ ବ୍ଲକ ତିଳେଇମାଳ କ୍ଲଷ୍ଟରରେ ସୁରଭି କାର୍ଯ୍ଯକ୍ରମ ,୨୦୨୪ ଅନୁଷ୍ଠିତ ।

ଆଜି ( ଅକ୍ଟୋବର ୫ ତାରିଖ ) ବାରକୋଟ ବ୍ଲକ୍ ତିଳେଇମାଳ କ୍ଲଷ୍ଟରରେ କ୍ଲଷ୍ଟର ସ୍ତରୀୟ ସୁରଭି ପ୍ରତିଯୋଗିତା ‐୨୦୨୪ ଅନୁଷ୍ଠିତ ହୋଇଯାଇଛି | 
ସଭାପତି କ୍ଷୀରୋଦ ବିହାରୀ ସାହୁଙ୍କ ଅଧ୍ୟକ୍ଷତାରେ  କାର୍ଯ୍ଯକ୍ରମରେ ମୁଖ୍ୟ ଅତିଥି ଭାବରେ ସୁରେଶ ଚନ୍ଦ୍ର ପ୍ରଧାନ ପ୍ରଧାନଶିକ୍ଷକ ପୁରୁକୁଣ୍ଡା ନୋଡ଼ାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା  ପୂର୍ଣ୍ଣଚନ୍ଦ୍ର ସ୍ବାଇଁ  ଓ ସମ୍ମାନିତ ଅତିଥି ବିନୋଦ ବିହାରୀ ନାୟକ  ଯୋଗଦେଇ ସୁରଭି କାର୍ଯ୍ଯକ୍ରମରେ ଛାତ୍ରଛାତ୍ରୀ ମାନଙ୍କର ପ୍ରତିଭାର ଅନ୍ବେଷଣ ଓ ବିକାଶ ଉପରେ ବକ୍ତବ୍ଯ ରଖିଥିଲେ |  ତିଳେଇମାଳ କ୍ଲଷ୍ଟରର ୧୧ ଟି ବିଦ୍ୟାଳୟରୁ ଜୁନିୟର ଓ ସିନିୟର ବିଭାଗରେ ମୋଟ ୯୦ ଜଣ ଛାତ୍ରଛାତ୍ରୀ ଯୋଗ ଦେଇ ୨୧ ଟି ବିଭାଗରେ  ଅଂଶଗ୍ରହଣ କରିଥିଲେ |  ସୁରଭିରେ  ପ୍ରବନ୍ଧ,ବକ୍ତୃତା, ଇଲୋକୁସନ , ଚିତ୍ରାଙ୍କନ , କୁଇଜ୍ ,ଶ୍ରୁତଲିଖନ,ନୃତ୍ୟ ଅଭିନୟ ଇତ୍ୟାଦି ପ୍ରତିଯୋଗିତା କରାଯାଇଥିଲା | ସୁରଭି କାର୍ଯ୍ଯକ୍ରମର ପରିକଳ୍ପନା , ପରିଚାଳନା ଓ ସଂଯୋଜନା କରିଥିଲେ  ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ନିରଞ୍ଜନ ସାହୁ  |  ଛାତ୍ରଛାତ୍ରୀ ମାନେ  ବିଷୟଭିତ୍ତିକ ବିଭିନ୍ନ ରଙ୍ଗାରଙ୍ଗ ନୃତ୍ଯାଭିନୟ ପରିବେଷଣ କରିଥିଲେ | କ୍ଲଷ୍ଟର ସ୍ତରୀୟ କାର୍ଯ୍ଯକ୍ରମରେ କୃତୀତ୍ବ ହାସଲ କରିଥିବା ଛାତ୍ରଛାତ୍ରୀମାନେ ବାରକୋଟ ବ୍ଲକ୍ ସ୍ତରୀୟ ସୁରଭି କାର୍ଯ୍ଯକ୍ରମରେ ଯୋଗଦେବାର ସ୍ଥିର କରାଯାଇଛି  | ପୁରସ୍କାର ବିତରଣୀ କାର୍ଯ୍ଯକ୍ରମକୁ ପରିଚାଳନା କରିଥିଲେ ଡିଲେଶ୍ବର ନାଏକ | ମୁଖ୍ଯଅତିଥି ସମସ୍ତ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ସହ ଅଂଶଗ୍ରହଣ  ପ୍ରମାଣପତ୍ର ପ୍ରଦାନ କରି ପୁରସ୍କୃତ କରିଥିଲେ |

Leave a Comment

ବିଜ୍ଞାପନ
ଲାଇଭ କ୍ରିକେଟ୍ ସ୍କୋର |
AI Tools Indexer