Explore

Search
Close this search box.

Search

June 21, 2025 3:35 pm

ଦେବଗଡ଼ ଗ୍ରୀଡ୍ ସବଷ୍ଟେସନରେ ବାର୍ଷିକ ରକ୍ଷଣାବେକ୍ଷଣ କାର୍ଯ୍ୟ ଲାଗି ବନ୍ଦ ରହିବ ବିଦ୍ୟୁତ ସେବା ।

ଓପିଟିସିଏଲ୍ ପକ୍ଷରୁ 132/33 କେ.ଭି. ଦେବଗଡ଼ ଗ୍ରୀଡ୍ ସବଷ୍ଟେସନରେ ବାର୍ଷିକ ରକ୍ଷଣାବେକ୍ଷଣ କାର୍ଯ୍ୟ ଲାଗି ଦେବଗଡ଼ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଆସନ୍ତା 8 ଓ 9 ତାରିଖ ( ମଙ୍ଗଳବାର ଓ ବୁଧବାର )  ବିଦ୍ୟୁତ୍ ଯୋଗାଣ ବନ୍ଦ ରହିବ ।

ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ସଞ୍ଚାରଣ ନିଗମ ଲିମିଟେଡ (ଓପିଟିସିଏଲ୍) ପକ୍ଷରୁ 132/33 କେ.ଭି. ଦେବଗଡ଼ ଗ୍ରୀଡ୍ ସବଷ୍ଟେସନରେ ବାର୍ଷିକ ରକ୍ଷଣାବେକ୍ଷଣ କାର୍ଯ୍ୟ ଲାଗି ଦେବଗଡ଼ ଜିଲ୍ଲା ଅନ୍ତର୍ଗତ ରେଙ୍ଗାଳବେଡ଼ା, ରିଆମାଳ, ତାବଡ଼ା, ଗୁଣ୍ଡେଇମରା, ପାଇକନଗର, ଛତାବର, ନାଉଲିପଡ଼ା, ତାରଙ୍ଗ, ତୁହିଲାମାଲ, କାଦପଡ଼ା, କଣ୍ଟାବାହାଲ, ଗୋହିରା, କଂସର, ପୁଲବନ୍ଧା, ତିଲେଇବଣି, ପ୍ରଭାସୁଣୀ, କୁଦୁର୍, ପାରପୋଶୀ, ଲଇମୁରା, ଝରାଗୋଗୁଆ, ଡିମିରିକୁଦା, କୁରଡ଼ ଆଦି ଅଞ୍ଚଳ ଏବଂ ଏହାର ଆଖପାଖ ଅଞ୍ଚଳରେ ଆସନ୍ତାକାଲି ଅର୍ଥାତ ତା. 08.10.2024 ରିଖି (ମଙ୍ଗଳବାର) ସକାଳ 7 ଟାରୁ ଅପରାହ୍ନ 4 ଟା ପର୍ଯ୍ୟନ୍ତ ବିଦ୍ୟୁତ୍ ଯୋଗାଣ ବନ୍ଦ ରହିବ ।

ସେହିପରି ବାରକୋଟ ଗ୍ରୀଡ୍ ସବଷ୍ଟେସନରେ ବାର୍ଷିକ ରକ୍ଷଣାବେକ୍ଷଣ କାର୍ଯ୍ୟ ଲାଗି ଦେବଗଡ଼ ଜିଲ୍ଲା ଅନ୍ତର୍ଗତ ବାରକୋଟ, ଡଅଁରା , ଦାଣ୍ଡସିଂହା, ରଂଜଣା ,  ଆମ୍ବକଟା, କାଦୋପଡା, ଭକ୍ତବଡ଼କୁଦର, ବମ୍ପରଡା, ବାହାଡ଼ାପଶି, ଖଜୁରୀଖମଣ ଏବଂ ସୁନ୍ଦରଗଡ଼ ଜିଲ୍ଲା ଅନ୍ତର୍ଗତ ମହୁଲଡ଼ିହା, ଫୁଲଝର୍, ଖଣ୍ଡାଧାର , ଖୁଣ୍ଟଗାଁ, ଜାଙ୍ଗଲା, ଅକ୍ଷରସିଳା, ଠିଆନାଲ, ଆମ୍ବଗାଁ ଆଦି ଅଞ୍ଚଳ ଏବଂ ଏହାର ଆଖପାଖ ଅଞ୍ଚଳରେ ଆସନ୍ତା ତା. 09.10.2024 ରିଖି (ବୁଧବାର) ସକାଳ 7 ଟାରୁ ଅପରାହ୍ନ 4 ଟା ପର୍ଯ୍ୟନ୍ତ ବିଦ୍ୟୁତ୍ ଯୋଗାଣ ବନ୍ଦ ରହିବ ।

ଏହି ରକ୍ଷଣାବେକ୍ଷଣ କାର୍ଯ୍ୟ ସ୍ଥିର, ନିରବଚ୍ଛିନ୍ନ ତଥା ଗୁଣାତ୍ମକ ବିଦ୍ୟୁତ୍ ସେବା ପାଇଁ ଅତ୍ୟନ୍ତ ଜରୁରୀ ଅଟେ । ତେଣୁ ସାମୟିକ ସମୟ ପାଇଁ ବିଦ୍ୟୁତ୍ ସେବା ବ୍ୟାହତ ହେବା ଲାଗି ଟିପିଡବ୍ଲ୍ୟୁଓଡିଏଲ୍ କତ୍ତୃପକ୍ଷ ଦୁଃଖପ୍ରକାଶ କରିବା ସହ ଉକ୍ତ ଅଞ୍ଚଳର ବିଦ୍ୟୁତ୍ ଗ୍ରାହକ ତଥା ଜନସାଧାରଣଙ୍କ ସହଯୋଗ କାମନା କରୁଅଛନ୍ତି ।

Leave a Comment

ବିଜ୍ଞାପନ
ଲାଇଭ କ୍ରିକେଟ୍ ସ୍କୋର |
AI Tools Indexer