Explore

Search
Close this search box.

Search

April 28, 2025 11:58 am

ସୂଚନା ଅଧିକାର କର୍ମୀଙ୍କୁ ଧମକାଇଲେ ସହିବେନି ସରକାର , ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ – ଆଇନ ମନ୍ତ୍ରୀ ।

ସୂଚନା ଅଧିକାର କର୍ମୀଙ୍କୁ ଡ଼ରାଇଲେ କିମ୍ବା ଧମକାଇଲେ ସହ୍ୟ କରିବେନି ସରକାର । ଏଥିପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । ସୂଚନା ଅଧିକାର ଆଇନ ର ୧୯ ବର୍ଷ ପୂର୍ତ୍ତି ଅବସରରେ ସୂଚନା ଅଧିକାର କର୍ମୀଙ୍କୁ ଏଭଳି ପ୍ରତିଶୃତି ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।
ଆଜି ସୂଚନା ଅଧିକାର ଆଇନ ର ୧୯ ବର୍ଷ ପୂର୍ତ୍ତି  ଅବସରରେ ଆଇନ ମନ୍ତ୍ରୀ କହିଛନ୍ତି ଯେ , ‘ ପୂର୍ବ ସରକାର ଅମଳରେ ସୂଚନା ଅଧିକାର କର୍ମୀଙ୍କୁ ଧମକ ଚମକ ଦିଆଯିବା ସହ ସେମାନଙ୍କୁ ଗିରଫ ମଧ୍ୟ କରାଯାଉଥିଲା । ହେଲେ ବର୍ତ୍ତମାନ ବିଜେପି ସରକାର ଅମଳରେ ସେଭଳି ଆଉ ହେବନାହିଁ । ସୂଚନା ପାଇବା ସବୁ ନାଗରିକଙ୍କର ଅଧିକାର । ସୂଚନା ଅଧିକାର କର୍ମୀ ସବୁବେଳେ ସତକଥାକୁ ସାମ୍ନାକୁ ଆଣିଥାନ୍ତି । ମାତ୍ର ଅନେକ ସ୍ଥଳରେ ନିଜ ଦୁର୍ବଳତା ଲୁଚାଇବା ପାଇଁ ସେମାନଙ୍କ ବିରୁଦ୍ଦରେ ଅତ୍ୟାଚାର କରାଯାଇଥାଏ । ଆଉ ସେଭଳି ଚଳିବ ନାହିଁ । ସରକାର ଏଭଳି କ୍ଷେତ୍ରରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବେ ଓ ପୂର୍ବରୁ ସୂଚନା ଅଧିକାର କର୍ମୀଙ୍କ ବିରୁଦ୍ଧରେ ଥିବା ସମସ୍ତ ମାମଲାର ଖୁବ ଶୀଘ୍ର ତର୍ଜମା କରାଯାଇ ନିଷ୍ପତ୍ତି ନିଆଯିବ ‘  ବୋଲି ଆଇନ ମନ୍ତ୍ରୀ ପ୍ରତିଶୃତି ଦେଇଛନ୍ତି । ଏଥିସହ ସୂଚନା ଅଧିକାର କର୍ମୀ ମାନେ ସରକାରଙ୍କ ଭୁଲକୁ ଜଣାଇବା ପାଇଁ ଆହ୍ୱାନ ଦେଇଛନ୍ତି ।

Leave a Comment

ବିଜ୍ଞାପନ
ଲାଇଭ କ୍ରିକେଟ୍ ସ୍କୋର |
AI Tools Indexer