ଦେବଗଡ ରେଞ୍ଜ ଅନ୍ତର୍ଗତ କଂସର ସଂରକ୍ଷିତ ଜଙ୍ଗଲର ବାଳିଆମ ଗ୍ରାମ ନିକଟରେ ଥିବା ନାଳରୁ ଆଜି ଆଜି ଏକ ମାଈ ହାତୀ ଶାବକର ମୃତ ଦେହ ଉଦ୍ଧାର କରାଯାଇଛି।
ଖବରପାଇ ଡିଏଫଓ ମଗର ଧାନାଜୀ ରାଓସୋ, ଦେବଗଡ ରେଞ୍ଜର ନିରଞ୍ଜନ ଧରୁଆ ଏବଂ ବନବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପଂହଚି ହାତୀ ଶାବକର ମୃତ ଦେହ ଉଦ୍ଧାର କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଥିଲେ । ତେବେ ନାଳରେ ପଡିଯିବା ଯୋଗଁୁ ହାତୀ ଶାବକର ମୃତ୍ୟୁ ଘଟିଥିବା ବନବିଭାଗ ପକ୍ଷରୁ ଅନୁମାନ କରାଯାଉଛି। ଶବବ୍ୟବଛେଦ ରିପୋର୍ଟ ଆସିଲା ପରେ ହାତୀ ଶାବକର ମୃତ୍ୟୁର ସଠିକ କାରଣ ଜଣାପଡିବ ବୋଲି ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ହାତୀ ଶାବକର ବୟସ ଆନୁମାନିକ ଦେଢ ମାସ ବୋଲି ଜଣାପଡିଛି। ବନବିଭାଗ ପକ୍ଷରୁ ହାତୀ ଶାବକର ଶବବ୍ୟବଛେଦ ପରେ ଜଙ୍ଗଲରେ ପୋତି ଦିଆଯାଇଛି ।
