ଆଜି (୧୯/୧୦/୨୪) ପ୍ରକାଶ ପାଇଛି ୨୦୨୨ ମସିହାର ଓଡିଶା ସିଭିଲ ସର୍ଭିସ ପରୀକ୍ଷା ଫଳ । ଏଥିରେ ମୋଟ୍ ୬୮୩ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିବା ବେଳେ , ଟପ୍ ଟେନ୍ରେ ୫ ଜଣ ମହିଳା ଓ ୫ ଜଣ ପୁରୁଷ ରହିଛନ୍ତି । ଶ୍ବେତାଶ୍ରୀ ମହାପାତ୍ର ଓଏଏସ୍ ଟପ୍ପର ହୋଇଛନ୍ତି ।
ଶ୍ବେତାଶ୍ରୀ ଓଏଏସ୍ ଟପ୍ପର ହୋଇଥିବା ବେଳେ ପ୍ରିଙ୍କିଲ ପରବୀନ ପରିଡ଼ା ଦ୍ବିତୀୟ, ଦୀପ୍ତିରଞ୍ଜନ ପତି ତୃତୀୟ ସ୍ଥାନରେ ରହିଛନ୍ତି । ସେହିପରି ଚତୁର୍ଥ ସ୍ଥାନରେ ପ୍ରଜ୍ଞା ପାରଙ୍ଗମ, ପଞ୍ଚମ ସ୍ଥାନରେ ଆଜାଦ ସାହୁ, ଷଷ୍ଠ ସ୍ଥାନରେ ଦୀପମ ରାଉତ, ସପ୍ତମ ସ୍ଥାନରେ ଦେବବ୍ରତ ଗୌଡ଼, ଅଷ୍ଟମ ସ୍ଥାନରେ ଆଦିତ୍ୟ ଦୀପଙ୍କର ଷଡ଼ଙ୍ଗୀ, ନବମ ସ୍ଥାନରେ କପିଳ କୁମାର ମହାନ୍ତି ଓ ଦଶମ ସ୍ଥାନରେ ଅମ୍ରିତା ସାହୁ ରହିଛନ୍ତି । ତେବେ ଟପ ୧୦୦ ମଧ୍ୟରେ ୪୧ ଜଣ ଝିଅ ବିଭିନ୍ନ ସ୍ଥାନରେ ରହିଥିବା ବେଳେ ମୋଟ ୬୮୩ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି ।
