Explore

Search
Close this search box.

Search

April 28, 2025 5:29 pm

ରିଆମାଳ ବ୍ଲକ ମହକୁମା ଠାରେ ଲୋକଙ୍କ ଅଭିଯୋଗ ଶୁଣିଲେ ଦେବଗଡ଼ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ

ରିଆମାଳ ବ୍ଲକ ସଦର ମହକୁମାରେ ଆଜି ( ରବିବାର ) ଦେବଗଡ ବିଧାୟକଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି ।

ଏଥିରେ ଦେବଗଡ ବିଧାୟକ ରୋମାଂଚ ରଞ୍ଜନ ବିଶ୍ୱାଳ ଯୋଗଦେଇ ଜନସାଧାରଣ ଆଣିଥିବା ୨୩ ଟି ଅଭିଯୋଗ ଶୁଣିବା ସହିତ ସମାଧାନ ପାଇଁ ପ୍ରତିଶ୍ମୃତି ଦେଇଥିଲେ । ଏଥିସହ କିଛି ଅଭିଯୋଗର ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ଫୋନ ଯୋଗେ ଜଣାଇ ତୁରନ୍ତ ସମାଧାନ ପାଇଁ ପରାମର୍ଶ କରିଥିଲେ । ବିଶେଷ କରି ବିଭିନ୍ନ ଗାଁ ମାନଙ୍କୁ ସଂଯୋଗ କରୁଥିବା ରାସ୍ତାର ଉନ୍ନତିକରଣ ତଥା ନୂତନ ରାସ୍ତା ନିର୍ମାଣ , ପାନୀୟଜଳ ଓ ବିଭିନ୍ନ ମୌଳିକ ସମସ୍ୟା ପାଇଁ ଜନସାଧାରଣ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଜଣାପଡିଛି । ଅନ୍ୟମାନଙ୍କ ମଧ୍ୟରେ ଆଜିର ଏହି ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ କୌଶିକ କୁମାର ପ୍ରଧାନ ଯୋଗଦେଇ ଥିଲେ ।

Leave a Comment

ବିଜ୍ଞାପନ
ଲାଇଭ କ୍ରିକେଟ୍ ସ୍କୋର |
AI Tools Indexer