Explore

Search
Close this search box.

Search

April 28, 2025 12:00 pm

ବାତ୍ୟା ‘ଦାନା’ କୁ ନେଇ ରାଜ୍ୟ ବାସୀଙ୍କୁ ସାହସ ଦେବାସହ ସରକାର ଓ ପ୍ରଶାସନ ର ଗାଇଡ଼ଲାଇନ ପାଳନ କରି ସତର୍କ ରହିବାକୁ ରାଜ୍ୟବାସୀଙ୍କୁ ବାର୍ତ୍ତା ମାଧ୍ୟମରେ ପରାମର୍ଶ ଦେଇଛନ୍ତି ଦେଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ।

ମାଡ଼ିଆସୁଛି ବାତ୍ୟା । ବାତ୍ୟା ‘ଦାନା’ କୁ ନେଇ ରାଜ୍ୟ ବାସୀଙ୍କୁ ସାହସ ଦେବାସହ ସରକାର ଓ ପ୍ରଶାସନ ର ଗାଇଡ଼ଲାଇନ ପାଳନ କରି ସତର୍କ ରହିବାକୁ ରାଜ୍ୟବାସୀଙ୍କୁ ବାର୍ତ୍ତା ମାଧ୍ୟମରେ ପରାମର୍ଶ ଦେଇଛନ୍ତି ଦେଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ।

ସମ୍ଭାବ୍ୟ ବାତ୍ୟା ‘ଦାନା’ ପାଇଁ ସାରାରାଜ୍ୟରେ ହାଇ ଆଲର୍ଟ ଜାରି କରାଯାଇଛି । ବିଶେଷକରି ଉପକୂଳବର୍ତ୍ତୀ ଅଞ୍ଚଳରେ ବାତ୍ୟାର ପ୍ରକୋପ ସମ୍ଭାବନା ଅଧିକ ଥିବାରୁ ଏନେଇ ଲୋକଙ୍କ ମନରେ ଆତଙ୍କ ଖେଳି ଯାଇଛି । ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ରାଜ୍ୟବାସୀଙ୍କୁ ସାହସ ଦେବାସହ ଏହି ପ୍ରାକୃତିକ ବିପର୍ଯ୍ୟୟକୁ ସୁରକ୍ଷିତ ରହି ସାମ୍ନା କରିବାକୁ ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ରାଜ୍ୟବାସୀଙ୍କୁ  ବାର୍ତା ମାଧ୍ୟମରେ ସେ କହିଛନ୍ତି ଯେ , ” ସମ୍ଭାବ୍ୟ ବାତ୍ୟା କୁ ନେଇ ଆମେ ସମସ୍ତେ ଚିନ୍ତିତ । ପୂର୍ବରୁ ଆମେ ସମସ୍ତେ ମିଶି ସଫଳତା ସହ ଅନେକ ବାତ୍ୟାର ମୁକାବିଲା କରିଛେ । ଆମର ଏକ ବହୁତ ସଫଳ ବିପର୍ଯ୍ୟୟ ପରିଚାଳନା ରଣନୀତି ରହିଛି । ତେଣୁ ଆପଣମାନଙ୍କୁ ମୋର ଅନୁରୋଧ ବାତ୍ୟା ପାଇଁ ଆପଣମାନେ ଭୟଭୀତ ହୁଅନ୍ତୁ ନାହିଁ । ସଜାଗ ରୁହନ୍ତୁ, ଜୀବନ ଅମୁଲ୍ୟ, ନିରାପଦ ରୁହନ୍ତୁ । ବାତ୍ୟା ମୁକାବିଲାରେ ପ୍ରଶାସନକୁ ପୂରା ସହଯୋଗ ଦିଅନ୍ତୁ । ଲୋକଙ୍କୁ ସାହାଯ୍ୟ କରନ୍ତୁ । ମୋର ଦୃଢ଼ ବିଶ୍ୱାସ ଆମେ ସମସ୍ତେ ଏକାଠି ପୂର୍ବ ପରି ବାତ୍ୟା ଦାନାର ସଫଳ ମୁକାବିଲା କରିପାରିବା ।”

ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟର ଅନେକ ଥର ସଫଳତା ପୂର୍ବକ ସାମ୍ନା କରିଥିବା ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ଶ୍ରୀ ପଟ୍ଟନାୟକଙ୍କ ଏହି ପରାମର୍ଶ ରାଜ୍ୟବାସୀଙ୍କୁ ଆଶ୍ୱସ୍ତ କରିଛି ।

Leave a Comment

ବିଜ୍ଞାପନ
ଲାଇଭ କ୍ରିକେଟ୍ ସ୍କୋର |
AI Tools Indexer