Explore

Search
Close this search box.

Search

April 30, 2025 7:02 am

ବାରକୋଟ ଓଭର ବ୍ରିଜରେ ଦୁର୍ଘଟଣା ପରେ ଜଳିଗଲା ଟ୍ରକ । ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ।

ବାରକୋଟ ଓଭର ବ୍ରିଜରେ ଦୁର୍ଘଟଣା ପରେ ଜଳିଗଲା ଟ୍ରକ । ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ।
ବାରକୋଟର ବ୍ରାହ୍ମଣୀ ନଦୀର ଫ୍ଲାଏ ଓଭର ବ୍ରିଜରେ ଆଜି ସନ୍ଧ୍ୟାରେ ଏକ ଲୁହା ପଥର ବୋଝେଇ ଟ୍ରକ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।ଏହାପରେ ଟ୍ରକରେ ନିଆଁ ଲାଗିଯାଇଥିଲା । ଦୁର୍ଘଟଣାରେ ଗାଡିର ଚାଳକ ଅଳ୍ପକେ ବର୍ତ୍ତିଯାଇଥିବା ଜଣାପଡିଛି ।ସୂଚନାଅନୁଯାୟୀ, କେନ୍ଦୁଝର ରୁ ଝାରସୁଗୁଡା ଅଭିମୁଖେ ଯାଉଥିବା (ଓଡି-୦୯ ଏବି୯୭୨୩) ଯାଉଥିବାବେଳେ ୪୯ନମ୍ବର ଜାତୀୟ ରାଜପଥର ବାରକୋଟର ବ୍ରାହ୍ମଣୀ ନଦୀର ଫ୍ଲାଏ ଓଭର ବ୍ରିଜ ଉପରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।ଏହାପରେ ଟ୍ରକରେ ନିଆଁ ଲାଗିଯିବା ଦ୍ବାରା ଟ୍ରକଟି ଜଳିଯାଇଥିଲା ।ସୂଚନାପାଇ ବାରକୋଟ ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ଘଟଣାସ୍ଥଳରେ ପଂହଚି ନିଆଁକୁ ଆୟତ୍ତ କରିଥିଲେ । ବାରକୋଟ ଥାନା ପୁଲିସ ଦୁର୍ଘଟଣା ଗ୍ରସ୍ତ ଟ୍ରକକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଏଥିରେ କେହି ମୃତାହତ ହୋଇଥିବାର ସୂଚନା ନାହିଁ ।

Leave a Comment

ବିଜ୍ଞାପନ
ଲାଇଭ କ୍ରିକେଟ୍ ସ୍କୋର |
AI Tools Indexer