Explore

Search
Close this search box.

Search

April 28, 2025 12:04 pm

ରାଜ୍ୟରେ ଶୁଭାରମ୍ଭ ହେବାକୁ ଯାଉଛି ଆୟୁଷ୍ମାନ ଭାରତ ଯୋଜନା , ଆସନ୍ତାକାଲି ଅକ୍ଟୋବର ୨୯ ତାରିଖରେ ଏହି ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ରାଜ୍ୟରେ ଶୁଭାରମ୍ଭ ହେବାକୁ ଯାଉଛି ଆୟୁଷ୍ମାନ ଭାରତ ଯୋଜନା । ଆସନ୍ତାକାଲି ଅକ୍ଟୋବର ୨୯ ତାରିଖରେ ଏହି ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଆସନ୍ତାକାଲି (ଅକ୍ଟୋବର ୨୯ ତାରିଖ) ଓଡ଼ିଶାରେ ଶୁଭାରମ୍ଭ ହେବ ଆୟୁଷ୍ମାନ ଭାରତ ଯୋଜନା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ଯୋଜନାର ଶୁଭାରମ୍ଭ କରିବେ । ପ୍ରଥମ ଥର ପାଇଁ ଓଡିଶାରେ ଆୟୁଷ୍ମାନ ଭାରତ ଯୋଜନାର ଉଭୟ ପାର୍ଟ ୧ ଓ ପାର୍ଟ ୨ ଲାଗୁ ହେବ । ଚଳିତ ବର୍ଷ ଶେଷ ସୁଦ୍ଧା ଏହା ରାଜ୍ୟରେ ଲାଗୁ ହେବ । ଉଭୟ ଆୟୁଷ୍ମାନ ଯୋଜନା ଓ ଗୋପବନ୍ଧୁ ଆରୋଗ୍ୟ ଯୋଜନାର ଗୋଟିଏ କାର୍ଡ ହିତାଧିକାରୀଙ୍କୁ ଦିଆଯିବ ବୋଲି କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ।

“ଆୟୁଷ୍ମାନ ଯୋଜନାର ପାର୍ଟ ୨ ଆସନ୍ତାକାଲି ଜାତୀୟ ସ୍ତରରେ ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଶୁଭାରମ୍ଭ ହେବ । ଯାହାକୁ ଓଡିଶା କେବଳ ଗ୍ରହଣ କରିବ । ଯେହେତୁ ଓଡ଼ିଶାରେ ପୂର୍ବରୁ ଆୟୁଷ୍ମାନ ଯୋଜନା ଲାଗୁ ହୋଇନଥିଲା ତେଣୁ ତାର ମୋଡାଲିଟ ବି ପ୍ରସ୍ତୁତ ହୋଇନାହିଁ । ଆମେ ଖୁବଶୀଘ୍ର ମୋଡାଲିଟ ପ୍ରସ୍ତୁତ କରି ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଏହାକୁ ଲାଗୁ କରିବୁ” ବୋଲି କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ।

ଏଥିସହ ରାଜ୍ୟରେ ଏକ କୋଟି ପରିବାର ପାଇଁ ଏହି ନୂଆ କାର୍ଡର ବ୍ୟବସ୍ଥା କରାଯିବ । ନୂଆ କାର୍ଡ ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଯୋଗାଇ ଦିଆଯିବ । ପୁରୁଣା କାର୍ଡରେ ପୂର୍ବରୁ ୯୫୦ ହସ୍ପିଟାଲରେ ଚିକିତ୍ସା ସୁବିଧା ମିଳୁଥିଲାବେଳେ ,  ବର୍ତ୍ତମାନ ନୂଆ କାର୍ଡ ଲଞ୍ଚ ହେବା ପରେ ୨୭ ହଜାର ହସ୍ପିଟାଲରେ ଲୋକଙ୍କୁ ଚିକିତ୍ସା ସୁବିଧା ମିଳିବ” ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି ।

Leave a Comment

ବିଜ୍ଞାପନ
ଲାଇଭ କ୍ରିକେଟ୍ ସ୍କୋର |
AI Tools Indexer