Explore

Search
Close this search box.

Search

April 30, 2025 3:10 am

କାର୍ଯ୍ୟକ୍ଷମ ହେବ ଦେବଗଡ଼ ନୂତନ ବସଷ୍ଟାଣ୍ଡ , ପ୍ରଶାସନିକ ପ୍ରସ୍ତୁତି ଆରମ୍ଭ ।

ଦେବଗଡ଼ ନୂଆଁ ବାଲିରୋଇ ସ୍ଥିତ ନବନିର୍ମିତ ବସଷ୍ଟାଣ୍ଡ କାର୍ଯ୍ୟକ୍ଷମ ପାଇଁ ସର୍ଭେ କଲେ ବିଭାଗୀୟ ଅଧିକାରୀ ।

ଦେବଗଡ ନୁଆଁବାଲିରୋଇ ଠାରେ ନିର୍ମାଣ ହୋଇଥିବା ନୂତନ ବସଷ୍ଟାଣ୍ଡ କାର୍ଯ୍ୟକ୍ଷମ ପାଇଁ ପ୍ରଶାସନିକ ସ୍ତରରେ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏହି କ୍ରମରେ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁଙ୍କ ନିର୍ଦ୍ଦେଶ କ୍ରମେ ଆଜି ବିଭିନ୍ନ ବିଭାଗର ଅଧିକାରୀ କ୍ଷେତ୍ର ପରିଦର୍ଶନ କରିବା ସହିତ ବସଷ୍ଟାଣ୍ଡ କାର୍ଯ୍ୟକ୍ଷମ ପାଇଁ ସର୍ଭେ କରିଥିବା ଜଣାପଡିଛି । ଦେବଗଡ ଉପଜିଲ୍ଲାପାଳ ପରକ୍ଷୀତ ସାହୁଙ୍କ ନେତୃତ୍ୱରେ ବିଭିନ୍ନ ବିଭାଗର ଅଧିକାରୀ ବସଷ୍ଟାଣ୍ଡ ପରିସରରେ ବୁଲିବା ସହିତ ବିଭିନ୍ନ ଦିଗକୁ ନେଇ ଯାଞ୍ଚ କରିଥିଲେ । ବିଶେଷ କରି ବସଷ୍ଟାଣ୍ଡ କାର୍ଯ୍ୟକ୍ଷମ ହେବା ପରେ ଜନସାଧାରଣ ତଥା ବସଯାତ୍ରୀ ଯେଭଳି କୌଣସି ସମସ୍ୟାର ସମ୍ମୁଖିନ ନେହେବେ ସେଥିପ୍ରତି ଦୃଷ୍ଟି ଦିଆଯାଇଥିଲା । ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭାଗୀୟ ଅଧିକାରୀ ମାନେ ନିଜ ନିଜ ଭିତରେ ସମନ୍ୱୟ ରଖିବା ସହିତ ବସଷ୍ଟାଣ୍ଡକୁ ରାସ୍ତା ସଂଯୋଗ ଏବଂ ବିଭିନ୍ନ କାର୍ଯ୍ୟକ୍ରମକୁ ନେଇ ଏକ ସର୍ଭେ ରିପୋର୍ଟ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

କ୍ଷେତ୍ର ପରିଦର୍ଶନ ବେଳେ ଆଞ୍ଚଳିକ ପରିବହନ ଅଧିକାରୀ କେଶବ ଚନ୍ଦ୍ର ନାଏକ, ଅଧିକ୍ଷଣ ଯନ୍ତ୍ରୀ ରାମ ଚନ୍ଦ୍ର ସେଠୀ, ଏସଡିପିଓ ସୌମ୍ୟ ରଞ୍ଜନ ମଲ୍ଲିକ, ପୌରପରିଷଦ ନିର୍ବାହୀ ଅଧିକାରୀ ରାଜୀବ ଲୋଚନ ନାଏକଙ୍କ ସମେତ ଦେବଗଡ ତହସିଲଦାର ଓ ବିଭିନ୍ନ ବିଭାଗ ଅଧିକାରୀ ମାନେ ଉପସ୍ଥିତ ଥିଲେ।

Leave a Comment

ବିଜ୍ଞାପନ
ଲାଇଭ କ୍ରିକେଟ୍ ସ୍କୋର |
AI Tools Indexer