Explore

Search
Close this search box.

Search

April 30, 2025 3:07 am

ଦେବଗଡ଼ ବାଳକ ପ୍ରାଥମିକ ବିଦ୍ୟାଳୟରେ ଜ଼ିଲ୍ଲା ସ୍ତରୀୟ ଅନ୍ତର୍ଜାତୀୟ ଶିଶୁ କନ୍ୟା ଦିବସ ଓ କଳା ଉତ୍ସବ ଅନୁଷ୍ଠିତ ।

ଦେବଗଡ଼ ବାଳକ ପ୍ରାଥମିକ ବିଦ୍ୟାଳୟରେ ଜ଼ିଲ୍ଲା ସ୍ତରୀୟ ଅନ୍ତର୍ଜାତୀୟ ଶିଶୁ କନ୍ୟା ଦିବସ ଓ କଳା ଉତ୍ସବ ଅନୁଷ୍ଠିତ ।

ସମଗ୍ର ଶିକ୍ଷା ଦେବଗଡ଼ ଆନୁକୂଲ୍ୟରେ ଆଜି ପୂର୍ବାହ୍ନ ରେ ସ୍ଥାନୀୟ ବାଳକ ପ୍ରାଥମିକ ବିଦ୍ୟାଳୟ ପରିସରରେ ଜ଼ିଲ୍ଲା ସ୍ତରୀୟ ଅନ୍ତର୍ଜାତୀୟ ଶିଶୁ କନ୍ୟା ଦିବସ ଓ କଳା ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି। ଅତିରିକ୍ତ ଜ଼ିଲ୍ଲା ଶିକ୍ଷା ଅଧିକାରୀ ଶକୁନ୍ତଳା ଟେଟେ ଙ୍କ ସଭାପତିତ୍ୱ ରେ ଆୟୋଜିତ କାର୍ଯ୍ୟକ୍ରମ କୁ ଦେବଗଡ଼ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତିମଞ୍ଜରୀ ଦେଇ ଯୋଗ ଦେଇ ଶିଶୁ କନ୍ୟା ମାନେ ପ୍ରତ୍ୟେକ କ୍ଷେତ୍ର ରେ ନିଜକୁ ଅସହାୟ ମନେ ନକରି ଆଗକୁ ବଢିବା ନିମନ୍ତେ ପ୍ରୟାସ କରିବା ଦରକାର ବୋଲି ନିଜ ବକ୍ତବ୍ୟ ରେ ପ୍ରକାଶ କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ଜ଼ିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁରତି ପ୍ରଧାନ, ଗୋଷ୍ଠୀ ଶିକ୍ଷା ଅଧିକାରୀ ବାରକୋଟ ଗାୟତ୍ରୀ ସାହୁ, ବାଳିକା ଶିକ୍ଷା ସଂଯୋଜିକା ସୀମାରାଣୀ ପାଣିଗ୍ରାହୀ,ସ୍ଥାନୀୟ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ଜ୍ୟୋସ୍ନାରାଣୀ ପାଣିଗ୍ରାହୀ ପ୍ରମୁଖ ମଞ୍ଚାସିନ ଥିଲେ । ସଭା ପ୍ରାରମ୍ଭ ରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଛାତ୍ରୀ ମନେ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ।ସମଗ୍ର ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଜାତୀୟ ସ୍ତରରେ ଫୁଟବଲ ଖେଳି କୃତିତ୍ୱ ହାସଲ କରିଥିବା ଛାତ୍ରୀ ପ୍ରିୟା ମାଝୀ, ଆଂଶୀଲା ଏକ୍କା କୁ ମାନପତ୍ର ଓ ପୁଷ୍ପଗୁଛ ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା।ଶିକ୍ଷଣ ତତ୍ତ୍ୱ ସଂଯୋଜିକା ଜୟଶ୍ରୀ ଅମାତ୍ୟ ମଞ୍ଚ ସଂଯୋଜନା କରିଥିବା ବେଳେ ସୁଗୁଡା ସି. ଆର. ସି. ସି. ପ୍ରାଣବନ୍ଧୁ ଘଡେଇ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ତିନୋଟି ବ୍ଲକରୁ ଚୟନ ହୋଇ ଆସିଥିବା କନିଷ୍ଠ ଓ ବରିଷ୍ଠ ବର୍ଗର ଛାତ୍ରୀ ମାନଙ୍କ ମଧ୍ୟରେ ବକୃତା, ଚିତ୍ରାଙ୍କନ, ରଚନା, ଓ ସ୍ଲୋଗାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ବିଚାରକ ଭାବେ ଦେବଗଡ଼ ମହାବିଦ୍ୟାଳୟ ଅଧ୍ୟାପକ ଚିତ୍ତରଞ୍ଜନ ଦାସ, ଅବସରପ୍ରାପ୍ତ ଶିକ୍ଷକ ଟିକେଶ୍ୱର ସାହୁ, କଳା ଶିକ୍ଷକ ଅରୁଣ ତନ୍ମୟ ଟାଲି ଦାୟିତ୍ୱ ବହନ କରିଥିଲେ। ଉଦଯାପନୀ ଉତ୍ସବ ରେ ସୁଗୁଡା ସି.ଆର.ସି.ସି. ପ୍ରାଣବନ୍ଧୁ ଘଡେଇ ଙ୍କ ସଂଯୋଜନା ରେ ଅତିରିକ୍ତ ଜ଼ିଲ୍ଲା ଶିକ୍ଷା ଅଧିକାରୀ ଶକୁନ୍ତଳା ଟେଟେ, ତିଳେଇବଣି ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ନାରାୟଣ ସିଂ ସାମଡ଼, ସମଗ୍ର ଶିକ୍ଷା କାର୍ଯ୍ୟାଳୟ ପ୍ରୋଗ୍ରାମର ଶ୍ରୀନିବାସ ପଣ୍ଡା, ବାଳିକା ଶିକ୍ଷା ସଂଯୋଜିକା ସୀମାରାଣୀ ପାଣିଗ୍ରାହୀ, ଶିକ୍ଷଣ ତତ୍ତ୍ୱ ସଂଯୋଜିକା ଜୟଶ୍ରୀ ଅମାତ୍ୟ ପ୍ରମୁଖ ଉପସ୍ଥିତ ରହି କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ।କାର୍ଯ୍ୟକ୍ରମ ପରିଚାଳନା ରେ ସମଗ୍ର ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଝରଣା ବେହେରା, ଦୀପିକା ମିଶ୍ର, ସି. ଆର. ସି. ସି. ଚୂଡ଼ାମଣି ସାହୁ,ଭେନସ କୁମାର ପ୍ରଧାନ, ଉଦୟନାଥ ପ୍ରଧାନ, ଶିକ୍ଷକ ଦୁଷ୍ମନ୍ତ ସାମଲ, ଭବାନୀକାନ୍ତ ପ୍ରଧାନ, ଫକୀର ମୋହନ ପ୍ରଧାନ,ଶିକ୍ଷୟିତ୍ରୀ କାଦମ୍ବିନୀ ମିଶ୍ର ପ୍ରମୁଖ ସହଯୋଗ କରିଥିଲେ। ସେହିପରି କଳା ଉତ୍ସବ ଉପଲକ୍ଷେ ତିନି ବ୍ଲକ ରୁ ଚୟନ ହୋଇ ଆସିଥିବା ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ପ୍ରତିଯୋଗିତା ର ଆୟୋଜନ କରାଯାଇଥିଲା। ବିଚାରକ ଭାବେ ଅଧ୍ୟାପକ ଚିତ୍ତରଞ୍ଜନ ଦାସ, ଶିବାଶିଷ ଝାଙ୍କର, କଳା ଶିକ୍ଷକ ଅରୁଣ ତନୟ ଟାଲି ପ୍ରମୁଖ ଦାୟିତ୍ୱ ବହନ କରିଥିଲେ। ଜ଼ିଲ୍ଲା ସ୍ତରରେ ଚୟନ ହୋଇଥିବା କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା।
ଉଦଯାପନୀ ଉତ୍ସବ ରେ କସ୍ତୁରିବା ବାଳିକା ବିଦ୍ୟାଳୟ ରିଆମାଳ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଦେବଗଡ଼, ମନ୍ଦାକିନୀ ବାଳିକା ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଦେବଗଡ଼ ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଦଳଗତ ନୃତ୍ୟ ପରିବେଷଣ କରାଯାଇଥିଲା।

Leave a Comment

ବିଜ୍ଞାପନ
ଲାଇଭ କ୍ରିକେଟ୍ ସ୍କୋର |
AI Tools Indexer