Explore

Search
Close this search box.

Search

April 30, 2025 3:21 am

ବାରକୋଟ ବ୍ଲକ ଡଅଁରା ପଂଚାୟତ ଗୁଣ୍ଡୁରିପୋଷି ଗ୍ରାମରେ ମା ଚୁଲିଆପାଟ ଫୁଟବଲ କ୍ଲବ ପକ୍ଷରୁ ଆୟୋଜିତ ତ୍ରିଦିବସୀୟ ଫୁଟବଲ ଟୁର୍ଣ୍ଣାମେଂଟ ଉଦଯାପିତ ।

ବାରକୋଟ ବ୍ଲକ ଡଅଁରା ପଂଚାୟତ ଗୁଣ୍ଡୁରିପୋଷି ଗ୍ରାମରେ ମା ଚୁଲିଆପାଟ ଫୁଟବଲ କ୍ଲବ ପକ୍ଷରୁ ଆୟୋଜିତ ତ୍ରିଦିବସୀୟ ଫୁଟବଲ ଟୁର୍ଣ୍ଣାମେଂଟ ମଙ୍ଗଳବାର ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି । ଏହି ତୁର୍ଣ୍ଣାମେଣ୍ଟ ଟି  ୧୬ ଟି ଟିମକୁ ନେଇ ଅନୁଷ୍ଠିତ ହୋଇଥିଲା । ଆଜିଏହି ତୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚରେ ଟାଇବ୍ରେକର ଜରିଆରେ ଦଣ୍ଡାସିଂହା ଆରଜେ ୧୧ ଷ୍ଟାର ଫୁଟବଲ ଟିମ୍ ୨ – ୦ ଗୋଲରେ ବାଲିରୋଇ ଫୁଟବଲ ଟିମକୁ ପରାସ୍ତ କରି ଚମ୍ପିୟାନ ହୋଇଛି ।

ଏହି ଅବସରରେ ସନ୍ଧ୍ୟାରେ ଅନୁଷ୍ଠାନର ସଭାପତି ଗୌତମ ମୁଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଯାପନୀ ଦିବସ ତଥା ପୁରସ୍କାର ବିତରଣୀ ଉତ୍ସବରେ ଦେବଗଡ ବିଧାୟକ ରୋମାଂଚ ରଞ୍ଜନ ବିଶ୍ୱାଳ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଉଭୟ ବିଜେତା ଏବଂ ଉପବିଜେତା ଦଳକୁ ଟ୍ରଫି ସହିତ ଆର୍ଥିକ ରାଶି ପୁରସ୍କାର ପ୍ରଦାନ କରିବା ସହ ଖେଳାଳି ଏବଂ ଆୟୋଜକ କମିଟିର ସମସ୍ତ ସଦସ୍ୟଙ୍କୁ ଉତ୍ସାହିତ କରିଥିଲେ । ରେଫରୀ ଭାବେ ସତୋଜ ଗଡନାୟକ, ଡବୁଲୁ ପାଟୁନ, ଆନନ୍ଦ ମିର୍ଦ୍ଧା ଏବଂ ସାନି ପରିଚାଳନା କରିଥିବା ବେଳେ ଭାଷ୍ୟକାର ଭାବେ ଦୋଳାନନ୍ଦ ପାତ୍ର ଧାରାବିବରଣୀ ପ୍ରଦାନ କରିଥିଲେ । ଏଥିରେ ମା ଚୁଲିଆପାଟ ଫୁଟବଲ କ୍ଲବ ସମ୍ପାଦକ ସୋମନାଥ ପ୍ରଧାନ, ବିଶ୍ୱରଞ୍ଜନ ମୁଣ୍ଡା, ହିମାଂଶୁ ସାହୁ, ପିଂଟୁ ବିଶ୍ୱାଳଙ୍କ ସମେତ ଆୟୋଜକ ଅନୁଷ୍ଠାନର ସମସ୍ତ ସଦସ୍ୟ ସକ୍ରିୟ ସହଯୋଗ କରିଥିଲେ ।

Leave a Comment

ବିଜ୍ଞାପନ
ଲାଇଭ କ୍ରିକେଟ୍ ସ୍କୋର |
AI Tools Indexer