ଦୀପାବଳୀକୁ ନେଇ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଜାରିକଲା ଗାଇଡ଼ ଲାଇନ । ରାତି ୯ ଟା ପରେ ଆଉ ଫୁଟାଇ ପାରିବେନି ବାଣ । ୧୨୫ ଡେଶିବେଲରୁ ଅଧିକ ଶଦ୍ଧ ସୃଷ୍ଟି କରୁଥିବା ବାଣ ଫୁଟାଇବା ଉପରେ ରହିଛି କଡା କଟକଣା ।
ଦେଶରେ ଉଦବେଗଜନକ ଭାବେ ବୃଦ୍ଧି ପାଉଥିବା ଶବ୍ଦ ପ୍ରଦୂଷଣ କୁ ଦୃଷ୍ଟିରେ ରଖି ଆଶନ୍ତା କାଲି ୩୧ ତାରିଖ ଆଲୋକର ପର୍ବ ଦୀପାବଳି ରେ ବାଣ ଫୁଟାଇବା ଉପରେ ଏଭଳି ସ୍ୱତନ୍ତ୍ର ଗାଇଡ଼ଳାଇନ ଜାରିକରିଛନ୍ତି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ । ଗାଇଡ଼ଳାଇନ ଅନୁଯାୟୀ କେବଳ ଦ୍ବୀପ ଜାଳି ଦୀପାବଳି ପର୍ବ ପାଳନ କରିବାକୁ ପରାମର୍ଶ ଦିଆଯିବା ସହ ସଂଧ୍ୟା ୭ ଟାରୁ ରାତି ୯ ଟା ମଧ୍ୟରେ ବାଣ ଫୁଟାଇବାକୁ କୁହାଯାଇଛି । ତେବେ ଉଚ୍ଚ ଶବ୍ଦ ସୃଷ୍ଟିକାରୀ ବାଣ ଫୁଟାଇବାକୁ ସମ୍ପୂର୍ଣ୍ଣ ନିଷେଧ କରସଯାଇଛି । ବିଶେଷକରି ୧୨୫ ଡେଶିବେଲ ରୁ ଅଧିକ ଶଦ୍ଧ ସୃଷ୍ଟି କରୁଥିବା ବାଣ ଉପରେ କଟକଣା ଲଗାଯାଇଛି । ଏଥିସହ ଡାକ୍ତରଖାନା, ଶିକ୍ଷାନୁଷ୍ଠାନ, ନ୍ୟାୟାଳୟ, ଧାର୍ମିକସ୍ଥଳର ୧୦୦ ମିଟର ବ୍ୟବଧାନରେ କୌଣସି ପ୍ରକାର ବାଣ ଫୁଟାଇବାକୁ ଗାଇଡଲାଇନରେ ବାରଣ କରାଯାଇଛି ।
ସରକାରୀ ଗାଇଡ଼ଳାଇନ ପାଳନ କରି ସୁରକ୍ଷିତ ଭାବେ ଆଲୋକର ପର୍ବ ଦୀପାବଳି କୁ ଆନନ୍ଦ ଓ ଉଲ୍ଲାସ ସହ ସମସ୍ତେ ପାଳନ କରିବାକୁ ଏଥିରେ ଉଲ୍ଲେଖ କରାଯାଇଛି ।
