Explore

Search
Close this search box.

Search

April 30, 2025 3:08 am

ଖଳିନାଳୀ ଗାଁରେ ଯୁବତୀଙ୍କୁ ବୀଭତ୍ସ ହତ୍ୟା , କାରଣ ଅସ୍ପଷ୍ଟ ।

ଦେବଗଡ଼ ଜିଲ୍ଲା ରିଆମାଳ ଥାନା କଂସର ଫାଣ୍ଡି ଅନ୍ତର୍ଗତ ଖଳିନାଳୀ ଗ୍ରାମରେ ଆଜି ସନ୍ଧ୍ୟାରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ଘରୁ ଡାକି ଆଣି ଜଣେ ଯୁବତୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଛି । ମୃତକ ଗ୍ରାମର ଯୁଗଳ କିଶୋର ବେହେରାଙ୍କ ଝିଅ ସ୍ବିଟି ବେହେରା (୧୯)  | ଖବର ପାଇ ଫାଣ୍ଡି ଅଧିକାରୀ ବିଜୟ ସୂର୍ଣ୍ଣ ଶବ ଜବତ କରି ତଦନ୍ତ ଜାରି ରଖିଛନ୍ତି । ଏହି ମାମଲାରେ ଅଭିଯୁକ୍ତ ଓମପ୍ରକାଶ ପ୍ରଧାନ (୨୬) କୁ ପୋଲିସ ଅଟକ ରଖି ପଚରାଉଚୁରା ଜାରି ରଖିଛି

ସୂଚନା ଅନୁସାରେ, ବୁଧବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଗ୍ରାମର ଓମ୍‌ପ୍ରକାଶ ପ୍ରଧାନ (୨୬) ସ୍ବିଟିଙ୍କ ଘରକୁ ଯାଇ ତାଙ୍କୁ ବାହାରକୁ ଡାକିଥିଲା। ସ୍ବିଟି ବାହାରକୁ ଆସିବା ପରେ କୌଣସି ଘଟଣାକ୍ତ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏଥିରେ ଓମପ୍ରକାଶ ରାଗି ଯାଇ ଏକ ପନିକିରେ ସ୍ବିଟିଙ୍କ ବେକକୁ ହାଣି ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲା । ଘଟଣାସ୍ଥଳରେ ମ୍ବିଟିଙ୍କ ମୃତ୍ୟୁ ଘଟିଥିଲା | ପରିବାର ଲୋକ ପୁଲିସକୁ ସୂଚନା ଦେବାରୁ ଫାଣ୍ଡି ଅଧିକାରୀ ଟିମ୍ ସହ ପହଞ୍ଚିଥିଲେ । ହତ୍ୟାର କାରଣ ଅସ୍ପଷ୍ଟ ଥିବାବେଳେ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତକୁ ଅଟକ ରଖି ତନାଘନା ଜାରି ରଖିଛି ।  ଶବ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଇ ଦିଆଯାଇଛି ।

Leave a Comment

ବିଜ୍ଞାପନ
ଲାଇଭ କ୍ରିକେଟ୍ ସ୍କୋର |
AI Tools Indexer