ଚଳିତ (ନଭେମ୍ବର) ମାସ ଶେଷ ସୁଦ୍ଧା ସୁଭଦ୍ରା ଯୋଜନାର ତୃତୀୟ ପର୍ଯ୍ୟାୟରେ ପ୍ରଥମ କିସ୍ତି ଟଙ୍କା ପାଇବେ ୨୦ ଲକ୍ଷରୁ ଉର୍ଦ୍ଧ ଯୋଗ୍ୟ ହିତାଧିକାରୀ ମହିଳା ।
ପ୍ରଥମ ପର୍ଯ୍ୟାୟରେ ୨୫ ଲକ୍ଷ ମହିଳା ସୁଭଦ୍ରା ଟଙ୍କା ପାଇଥିବା ବେଳେ ଗତ ଅକ୍ଟୋବର ମାସସରେ ୩୫ ଲକ୍ଷ ମହିଳା ଯୋଗ୍ୟ ହିତାଧିକାରୀ ଙ୍କୁ ମିଳିଥିଲା ପ୍ରଥମ କିସ୍ତି ସୁଭଦ୍ରା ଟଙ୍କା । ଏପର୍ଯ୍ୟନ୍ତ ୬୦ ଲକ୍ଷ ଯୋଗ୍ୟ ହିତାଧିକାରୀ ମହିଳା ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ଟଙ୍କା ପାଇଥିବା ବେଳେ ଚଳିତ ମାସ ତୃତୀୟ ପର୍ଯ୍ୟାୟରେ ୨୦ ଲକ୍ଷରୁ ଅଧିକ ମହିଳା ପାଇବେ ସୁଭଦ୍ରା ଟଙ୍କା । ସେହିପରି ଚଳିତ ବର୍ଷ ଶେଷସୁଦ୍ଧା ୧ କୋଟି ଯୋଗ୍ୟ ହିତାଧିକାରୀ ମହିଳାଙ୍କୁ ରାଜ୍ୟ ସରକାର ପ୍ରଥମ କିସ୍ତି ସୁଭଦ୍ରା ଟଙ୍କା ଯୋଗାଇଦେବେ । ଆଜି ଏହି ଘୋଷଣା କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।
ସେ ଆହୁରି ମଧ୍ୟ କହିଛନ୍ତି ଯେ , ‘ଏହି ଯୋଜନାରେ ଖାରଜ ହୋଇଥିବା ଆବେଦନ ଗୁଡିକ ପୁନଃ ଯାଞ୍ଚ ପାଇଁ ବିଡ଼ିଓ ଙ୍କୁ ନୋଡାଲ ଏଜେନ୍ସି ଭାବେ ଦାୟିତ୍ୱ ଦିଆଯାଇଛି । ଜିଲ୍ଲା ସ୍ତରରେ ଥିବା ମଙ୍ଗଳ ଅଧିକାରୀଙ୍କୁ ନେଇ ୩ ଜଣିଆ କମିଟି ଗଠନ କରାଯାଇଛି । ଅଙ୍ଗନବାଡି କର୍ମୀଙ୍କ ମାଧ୍ୟମରେ ଖାରଜ ହୋଇଥିବା ହିତାଧିକାରୀଙ୍କୁ ନୋଟିସ ହେବ । ଜମି ଆଧାରରେ ଯେଉଁ ହିତାଧିକାରୀ ମାନଙ୍କର ଖାରଜ ହୋଇଛି ସେମାନଙ୍କର ତହସିଲଦାର ଓ ଆର ଆଇ ଙ୍କ ଦ୍ଵାରା ପୁନଃ ଯାଞ୍ଚ କରାଯିବ । ସେହିପରି ବ୍ୟାଙ୍କ ଲିଙ୍କ ନଥିବାରୁ ଖାରଜ ହୋଇଥିଲେ ସେମାନେ ବ୍ୟାଙ୍କ ସହିତ ଯୋଗାଯୋଗ କରି ଆଉଥରେ ସ୍ପଷ୍ଟୀକରଣ ଦାଖଲ କରିପାରିବେ । ଅଙ୍ଗନବାଡି କର୍ମୀ ଓ ଏମ ବି କେ ମାନଙ୍କୁ ସରକାରୀ ଚାକିରିଆ ବୋଲି ଖାରଜ କରସଯାଇଛି । ସେଗୁଡିକର ମଧ୍ୟ ଯାଞ୍ଚ କରାଯାଇ ସୁଭଦ୍ରା ଟଙ୍କା ପ୍ରଦାନ କରାଯିବ’ ବୋଲି ଆଜି ଉପ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।
