Explore

Search
Close this search box.

Search

April 28, 2025 4:55 am

ବଜାରରେ ବୃଦ୍ଧି ପାଉଛି ଏ ଆଇ ଫିଚର୍ସ ଥିବା ସ୍ମାର୍ଟଫୋନର ଚାହିଦା।

ବର୍ତ୍ତମାନ ବଜାରରେ ଏ ଆଇ ଫିଚର୍ସ ଥିବା ସ୍ମାର୍ଟ ଫୋନ ର ଚାହିଦା ବୃଦ୍ଧି ପାଉଛି । ଏହି ଫିଚର୍ସ ଥିବା ସ୍ମାର୍ଟଫୋନକୁ ଗ୍ରାହକ ଅଧିକ ପସନ୍ଦ କରୁଛନ୍ତି । ମୋବାଇଲ ନିର୍ମାତାକାରୀ କମ୍ପାନୀ ମାନେ ମଧ୍ୟ ଗ୍ରାହକଙ୍କ ଚାହିଦା ଅନୁଯାୟୀ ଉତ୍କୃଷ୍ଟ ମାନର କ୍ୟାମେରା ସହ  ଏ ଆଇ ଫିଚର୍ସ ଥିବା ସ୍ମାର୍ଟଫୋନ ନିର୍ମାଣ କରି ବଜାରକୁ ଛାଡ଼ୁଛନ୍ତି ।

ଏ ଆଇ  (Artificial Intelligence) କିମ୍ବା କୃତ୍ରିମ ମେଧାସୂଚନା ଏକ ତକନିକ ଯାହା ମାନବ ମଣିଷଙ୍କ ଭାବେ ଭାବନା କରି ପାରେ, ଶିଖି ପାରେ ଓ ସମସ୍ୟା ଗୁଡ଼ିକୁ ସମାଧାନ କରିବାରେ ସାହାଯ୍ୟ କରେ । ଏହା ମେସିନ୍ କିମ୍ବା କମ୍ପ୍ୟୁଟରକୁ ମନୁଷ୍ୟଙ୍କ ଭଳି ବୁଦ୍ଧିମାନ୍ କାମ କରାଇବାକୁ ସାହାଯ୍ୟ କରେ। ଏ ଆଇ ଫିଚର୍ସ ଦ୍ୱାରା ସ୍ମାର୍ଟଫୋନରେ ଫୋଟୋ ଉତ୍ତୋଳନ , ଭିଡିଓ ଏଡିଟ୍, ଏକ୍ସପର୍ଟ୍ ଭୟସ୍ ଫିଚର୍ସ, ଏକ୍ସପର୍ଟ୍ ସଜେସ୍ଟିଭ୍ ଫିଚର୍ସ ଇତ୍ୟାଦିକୁ ସୁଗମ କରିଥାଏ।

ସର୍ବଶ୍ରେଷ୍ଠ ଏ ଆଇ ଫିଚର୍ସ ସ୍ମାର୍ଟଫୋନ :
ବର୍ତ୍ତମାନ ବିଶେଷକରି iPhone 15 Pro, Samsung Galaxy S23 Ultra, Google Pixel 8 Pro ଓ OnePlus 11 ଯେପରିକି ସ୍ମାର୍ଟଫୋନ ଗୁଡ଼ିକରେ ଏ ଆଇ ଦ୍ବାରା କାମେରା ଏବଂ ଟାସ୍କ ଏସିଷ୍ଟାନସ ଭଳି ବହୁତ ଶକ୍ତିଶାଳୀ ଫିଚର୍ସ ରହିଛି। Google Pixel 8 Pro ତାର ହାଇ-କ୍ୱାଲିଟି କାମେରା ଏବଂ ଏକ୍ସକ୍ଲୁସିଭ୍ ଏ ଆଇ ଟାସ୍କ ପାଇଁ ପ୍ରସିଦ୍ଧ। iPhone 15 Pro ଏହାର ପ୍ରକୃତିକ ଫୋଟୋ ଏବଂ ଭିଡିଓ ଏଡିଟିଂରେ ଏ ଆଇ ବ୍ୟବହାର କରି ଉତ୍କୃଷ୍ଟତା ପ୍ରଦର୍ଶନ କରେ । ସେହିପରି Samsung Galaxy S23 Ultra ଏହାର ହାଇ-କ୍ୱାଲିଟି ଆଡ଼୍ଭାନସ୍ କାମେରା ଓ ଏ ଆଇ ଡ୍ରିଭନ୍ ରିକମେଣ୍ଡେସନ୍ ତିଆରିରେ ନୂଆ ମାନକ ସେଟ୍ କରିଛି । ସେଥିପାଇଁ ବର୍ତ୍ତମାନ ବଜାରରେ ଏ ଆଇ ଫିଚର୍ସ ଥିବା ସ୍ମାର୍ଟଫୋନ ର ଚାହିଦା ଅଧିକ ରହିଛି ।

Leave a Comment

ବିଜ୍ଞାପନ
ଲାଇଭ କ୍ରିକେଟ୍ ସ୍କୋର |
AI Tools Indexer