Explore

Search
Close this search box.

Search

April 30, 2025 3:12 am

ଦେବଗଡ ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ତିଲେଇବଣି ବ୍ଲକ କଂସର ଗ୍ରାମ ପଞ୍ଚାୟତ ସଦର ମହକୁମାରେ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ।

ଦେବଗଡ ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ଆଜି ତିଲେଇବଣି ବ୍ଲକ କଂସର ଗ୍ରାମ ପଞ୍ଚାୟତ ସଦର ମହକୁମାରେ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । 

ଏଥିରେ ଶତାଧିକ ନେତା ଓ କର୍ମୀ ସାମିଲ ହୋଇ ବିଜେପି ସରକାର ବିରୋଧରେ ବିଭିନ୍ନ ନାରାବାଜି ସହିତ ଏକ ବିରାଟ ଶୋଭାଯାତ୍ରାରେ ଆସି ସ୍ଥାନୀୟ ମହାବିଦ୍ୟାଳୟ ପଡିଆରେ ଆୟୋଜିତ ସଭାରେ ଯୋଗଦେଇଥିଲେ । ଏଥିରେ ବିଜେଡି ରାଜ୍ୟ ଉପସଭାପତି ଦେବୀପ୍ରସାଦ ମିଶ୍ର ସାମିଲ ହୋଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ । ନିର୍ବାଚନ ପୂର୍ବରୁ ଲୋକଙ୍କୁ ମିଛ ପ୍ରତିଶ୍ମୃତି ଦେଇ ବିଜେପି ସରକାରକୁ ଆସିଛି । ଦରଦାମ ବୃଦ୍ଧି ଯୋଗୁଁ ଲୋକ ଅତିଷ୍ଠ ହୋଇଗଳେଣି । ରାଜ୍ୟରେ ବିଜେପି ସରକାରର ମିଛ ପ୍ରତିଶ୍ମୃତିକୁ ଲୋକ ବୁଝିସାରିଛନ୍ତି ଏବଂ ଆଗାମୀ ଦିନରେ ଏହାର ଉଚ୍ଚିତ ଜବାବ ଦେବେ ବୋଲି କହିଥିଲେ । ଏଥିସହ ଦେବଗଡ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ ଯୋଗଦେଇ ନବୀନ ସରକାର ସମୟରେ ନିଆଯାଇଥିବା ଲୋକାଭିମୁଖି ଯୋଜନାକୁ ବିଜେପି ସରକାର କରିବାକୁ ଦେଉନି । ବିଭିନ୍ନ ପ୍ରକଳ୍ପ ବନ୍ଦ ହୋଇ ରହିଥିବାରୁ ଜନ ଅସନ୍ତୋଷ ବଢିବାରେ ଲାଗିଛି ବୋଲି କହିଥିଲେ । ଜିଲ୍ଲା ବିଜେଡି ସଭାପତି ଚିତରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ କୌଶିକ ପ୍ରଧାନ, ରିଆମାଳ ବ୍ଲକ ଅଧ୍ୟକ୍ଷ ମଧୁସୂଧନ ପ୍ରଧାନ, ବାରକୋଟ ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳୀ ପାତ୍ର, ଜିଲ୍ଲାପରିଷଦ ସଭ୍ୟା ପୁଷ୍ପାଞ୍ଜଳୀ ସାମଲ, ଜିଲ୍ଲା ପରିଷଦ ସଭ୍ୟ ରାଜେଶ ମହାନାୟକ, ଜିଲ୍ଲା ବିଜେଡି ମହିଳା ସଭାନେତ୍ରୀ ଆରୁଣୀ ପ୍ରଧାନ, ତିଲେଇବଣି ବ୍ଲକ ସଭାପତି ବାବୁଲାଲ ପୃଷେଠ, ନଗର ବିଜେଡି ସଭାପତି ଶୁକଦେବ ଭଞ୍ଜ, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଷମା ବେହେରା, ତିଳେଇବଣି ବ୍ଳକ ବିଜେଡି ମହିଳା ସଭାନେତ୍ରୀ ସୁଜାତା ପ୍ରଧାନ,  ଯୁବ ବିଜେଡି ସଭାପତି ପ୍ରତାପ କୁମାର ଦେବ ସହିତ ବିଜେଡିର ନିର୍ବାଚିତ ଅନ୍ୟ ଲୋକ ପ୍ରତିନିଧି ଉପସ୍ଥିତ ରହିଥିଲେ । ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ କଳାକାର ମାନଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିବା ବେଳେ ଓଡିଶା ପ୍ରଶାସନିକ ସେବାରେ ଉକ୍ତ ଅଂଚଳର ସଫଳତା ହାସଲ କରିଥିବା ଦୁଇ ଜଣଙ୍କୁ ସମ୍ମାନୀତ କରାଯାଇଥିଲା ।

Leave a Comment

ବିଜ୍ଞାପନ
ଲାଇଭ କ୍ରିକେଟ୍ ସ୍କୋର |
AI Tools Indexer