Explore

Search
Close this search box.

Search

April 30, 2025 3:15 am

ଦେବଗଡ଼ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜ଼ିଲ୍ଲାସ୍ତରୀୟ କର୍ମ କ୍ଷେତ୍ରରେ ମହିଳାଙ୍କ ଉପରେ ଯୌନ ନିର୍ଯାତନା ( ନିବାରଣ, ନିଷେଧ ଓ ନିରାକରଣ ) ଆଇନ ୨୦୧୩ ସମ୍ପର୍କିତ ତାଲିମ୍ ଶିବିର ଅନୁଷ୍ଠିତ ।

ଆଜି ( ସୋମବାର ) ଜ଼ିଲ୍ଲା ସମାଜ ମଙ୍ଗଳ ବିଭାଗ ଓ ଜ଼ିଲ୍ଲା ପ୍ରଶାସନ ପକ୍ଷରୁ କର୍ମ କ୍ଷେତ୍ରରେ ମହିଳା ଙ୍କ ସୁରକ୍ଷା ପାଇଁ ଉଦ୍ଦିଷ୍ଟ କର୍ମ କ୍ଷେତ୍ରରେ ମହିଳା ଙ୍କ ପ୍ରତି ଯୌନ ନିର୍ଯାତନା (ନିବାରଣ, ନିଷେଧ ଓ ନିରାକରଣ ) ଆଇନ୍ ୨୦୧୩ ସମ୍ପର୍କିତ ଜିଲ୍ଲା ସ୍ତରୀୟ ତାଲିମ୍ ଶିବିର ଜ଼ିଲ୍ଲାପରିଷଦ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି ।

ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଆଇନ୍ ସମ୍ପର୍କରେ ନିଜର ଜ୍ଞାନ ପରିସରକୁ ବୃଦ୍ଧି କରି ଆଇନର ସଫଳ ରୁପାୟନରେ ପୂର୍ବକ କର୍ମ କ୍ଷେତ୍ରକୁ ସୁସ୍ଥ କରିବା ମହିଳା ମାନେ କାର୍ଯ୍ୟ କରୁଥିବା ବିଭିନ୍ନ କାର୍ଯ୍ୟସ୍ଥଳ ରେ ଶାରୀରିକ, ମାନସିକ ଓ ଯୌନ ନିର୍ଯାତନା ହେଉଥିବା ପରିପେକ୍ଷୀରେ ଏହି ଆଇନ ମହିଳା ମାନଙ୍କୁ ସୁରକ୍ଷା ଓ ସହଯୋଗ ପ୍ରଦାନ କରିଥାଏ । ଜେଣ୍ଡର ତାଲିମ ଦାତା ପ୍ରଜ୍ଞା ପାରମିତା ବସ୍ତିଆ ଓ ଜିତା ଅନୁଷ୍ଠାନ ର  ନିର୍ଦ୍ଦେଶିକା ଅନୁପମା ରାଉତ ଆଇନ୍ ର ପୃଷ୍ଠ ଭୂମି, ଆଇନ୍ ଥିବା ବିଭିନ୍ନ ବ୍ୟବସ୍ଥା ଓ ଦଣ୍ଡବିଧାନ ତଥା ଅନ୍ୟାନ୍ୟ ଦିଗ ଉପରେ ସୂଚନା ଓ ଜ୍ଞାନ ପ୍ରଦାନ କରିଥିଲେ । ଏହି ସଚେତନତା ଶିବିରରେ ଅତିରିକ୍ତ ଜ଼ିଲ୍ଲାପାଳ ରେବେକା ବିଲୁଙ୍ଗ, ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜ଼ିଲ୍ଲାପରିଷଦ ଧର୍ମାନନ୍ଦ ବେହେରା, ଉପ ଜ଼ିଲ୍ଲାପାଳ ପରକ୍ଷିତ ସାହୁ, ଡ଼ିଏସପି କୈଳାଶ ଚନ୍ଦ୍ର ବୁରୁଦା, ଜ଼ିଲ୍ଲା ମଙ୍ଗଳ ଅଧିକାରୀ ବିଭୁ ରଞ୍ଜନ ମହାନ୍ତି, କୋଡିନେଟର ପୋଷଣ ମନୋଜ ଆଚାର୍ଯ୍ୟ, ଜ଼ିଲ୍ଲା ପୋଗ୍ରାମ କୋଡିନେଟର ମମତା ସନ୍ତୋଷ କୁମାର ରଥ, ଅତିରିକ୍ତ ଜ଼ିଲ୍ଲା ଶିକ୍ଷା ଅଧିକାରୀ ଶକୁନ୍ତଳା ଟେଟେ, ଆକ୍ସନ ଏଡ଼ ସଂଯୋଜକ ବୀରେନ୍ଦ୍ର ମହାପାତ୍ର, ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋରଞ୍ଜନ ସୂତାର, ବିଭିନ୍ନ ସରକାରୀ ଶିକ୍ଷାନୁଷ୍ଠାନ ର ଗଠିତ ହୋଇଥିବା ଅଭିଯୋଗ କମିଟି ର ସଦସ୍ୟ, ଜ଼ିଲ୍ଲା ଅଭିଯୋଗ କମିଟିର ନୋଡାଲ ଅଧିକାରୀ ଓ ବିଭିନ୍ନ କାର୍ଯ୍ୟଳୟର ମହିଳା କର୍ମଚାରୀ ମାନେ ଉପସ୍ଥିତ ଥିଲେ । ଜ଼ିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ର ପାରମ୍ଭିକ ସୂଚନା ପ୍ରଦାନ କରିଥିଲେ ଓ ଜ଼ିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁରତି ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Comment

ବିଜ୍ଞାପନ
ଲାଇଭ କ୍ରିକେଟ୍ ସ୍କୋର |
AI Tools Indexer