Explore

Search
Close this search box.

Search

April 28, 2025 12:10 pm

ଏସଟିଏଫ ଟିମ ହାତରେ ବନ୍ଧାହେଲେ ୪ ଗଞ୍ଜେଇ ମାଫିଆ , ୧ ଟନ ଗଞ୍ଜେଇ ସମେତ ୩ ଗାଡି ଜବତ । ଦେବଗଡ଼ ଜିଲ୍ଲା ବଂଜାରୀ ଗାଁ ନିକଟରେ ହୋଇଥିଲା ଚଢ଼ାଉ ।

ଦେବଗଡ ଜିଲ୍ଲାର ତିଲେଇବଣି ବ୍ଲକର ଗୁଣ୍ଡେଇମରା-ବଞ୍ଜାରୀ ଗ୍ରାମ ନିକଟରୁ ଗତକାଲି (ମଙ୍ଗଳବାର) ବିଳମ୍ବିତ ରାତିରେ ଏସଟିଏଫର ସ୍ବତନ୍ତ୍ର ଟିମ ଚଢଉ କରି ବିପୁଳ ପରିମାଣ ଗଞ୍ଜେଇ ସହ ୩ଟି ଗାଡି ଜବତ କରିଛି।ଉକ୍ତ ଘଟଣାରେ ଏସଟିଏଫ ୪ଜଣଙ୍କୁ ଗିରଫ କରିଛି।

ଗିରଫ ଅଭିଯୁକ୍ତମାନେ ହେଲେ ସମ୍ବଲପୁର ଜିଲ୍ଲାର ରେଢାଖୋଲ ଥାନାଞ୍ଚଳର ବିଶ୍ବନାଥପୁର ଗ୍ରାମର ଆଶିଷ ବାରିକ (୩୭), ବରଗଡ ଜିଲ୍ଲାର କେଶବ ନଗର ଅଞ୍ଚଳର ସୁବାସ ସିକଦର(୪୩), ଅନୁଗୁଳ ଜିଲ୍ଲାର ହନ୍ତପା ଗ୍ରାମର ରତନ କିଶୋର ସାହୁ(୩୭) ଓ ଅନୁଗୁଳ ଜିଲ୍ଲାର ଛେଣ୍ଡିପଦା ଥାନାଞ୍ଚଳର ସସ୍ମିତ ନାୟକ(୩୦)।
ସୂଚନା ଅନୁଯାୟୀ, ଗୋଟିଏ ଆଇଚର ଟ୍ରକ ଓ ଦୁଇଟି ପିକଅପ ଭ୍ୟାନ ତିନୋଟି ଗାଡିରେ ବିପୁଳ ପରିମାଣ ଗଞ୍ଜେଇ ​​ଚୋରା ଚାଲାଣ ହେଉଥିବା ଏସଟିଏଫ ବିଶେଷସୁତ୍ରରୁ ସୂଚନା ପାଇଥିଲା।ଏହାପରେ ଏସଟିଏଫର ସ୍ବତନ୍ତ୍ର ଟିମ ଚଢାଉ କରିବା ସହ ଦେବଗଡ ଜିଲ୍ଲା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥର ଗୁଣ୍ଡେଇମରା- ବଞ୍ଜାରୀ ଗ୍ରାମ ନିକଟରେ ଆଇଚର ଗାଡି(ଓଡି-୧୫-ଜେ-୨୪୩୦), ହାଇୱା ଗାଡି(ଓଡି-୧୫-୦୭୬୪) ଓ ଟାଟା ପିକ ଅପ (ଓଡି-୧୫-ଆର-୪୨୫୧) କୁ ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିଥିଲେ। ଉକ୍ତ ସ୍ଥାନରେ ମାଷ୍ଟର ମାଇଣ୍ଡ ଆଶିଷ ବେଆଇନ ଭାବେ ବିଭିନ୍ନ ସ୍ଥାନକୁ ଗଞ୍ଜେଇ ଚୋରା ଚାଲାଣ କରୁଥିବା ଏସଟିଏଫର ପ୍ରାଥମିକ ତଦନ୍ତରୁ ଜଣାପଡିଛି। ମୋଟ ୮୭ଟି ବ୍ୟାଗରୁ ଗଞ୍ଜେଇ ଏକ ଟନ ଗଞ୍ଜେଇ ଜବତ କରାଯାଇଛି।ଏଠାରେ ସୂଚନାଯୋଗ୍ୟ ଯେ, ଅଭିଯୁକ୍ତ ଆଶିଷ ବାରିକ ଜଣେ ଅଭ୍ୟାସଗତ ଗଞ୍ଜେଇ ବ୍ୟବସାୟୀ ହୋଇଥିବାବେଳେ ୨୦୨୧ରେ ରାୟଗଡା ରୁ କଣ୍ଟାମାଳ ପର୍ଯ୍ୟନ୍ତ ଏକ ଗାଡିରେ ଗଞ୍ଜେଇ ଚୋରା ଚାଲାଣ କରୁଥିବାବେଳେ ଏସଟିଏଫ ଆଶିଷକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

Leave a Comment

ବିଜ୍ଞାପନ
ଲାଇଭ କ୍ରିକେଟ୍ ସ୍କୋର |
AI Tools Indexer