Explore

Search
Close this search box.

Search

April 29, 2025 11:20 pm

ଦେବଗଡ ଜିଲ୍ଲା ସମଗ୍ର ଶିକ୍ଷା ଆନୁକୁଲ୍ୟରେ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୪ ଅନୁଷ୍ଠିତ।

ଦେବଗଡ଼ ଜିଲ୍ଲା ସମଗ୍ର ଶିକ୍ଷା ଆନୁକୂଲ୍ୟରେ ଦେବଗଡ଼ ମହାବିଦ୍ୟାଳୟ ର ବିଜୁ ପଟ୍ଟନାୟକ ଅଡ଼ିଟୋରିୟମ ଠାରେ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୪ ଅନୁଷ୍ଠିତ ହୋଇଯାଇଛି ।
ଜିଲ୍ଲା ଶିକ୍ଷା ଅଧିକାରୀ ତଥା ପ୍ରକଳ୍ପ ସଂଯୋଜକ ଡ଼. ରାଧାକାନ୍ତ ଗଡତିଆଙ୍କ ସଭାପତିତ୍ୱରେ ଆୟୋଜିତ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ , ବରେଣ୍ୟ ସମ୍ମାନୀତ ଅତିଥି ଭାବେ ଜିଲ୍ଲା ମଙ୍ଗଳ ଅଧିକାରୀ ବିଭୁରଞ୍ଜନ ମହାନ୍ତି , ଦେବଗଡ଼ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ଼. ସୁଦାମ ଚରଣ ପରିଡା , ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ ଅଧ୍ୟକ୍ଷ ସନ୍ତୋଷ କୁମାର ଗୌଡ଼ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଛାତ୍ରଛାତ୍ରୀ ମାନଙ୍କ ଅନ୍ତର୍ନିହିତ ଗୁଣାବଳୀ ବିକାଶର ସୁରଭି ଏକ ମାଧ୍ୟମ ବୋଲି ମତବ୍ୟକ୍ତ କରିବା ସହିତ ଛାତ୍ରଛାତ୍ରୀ ମାନେ ବିଭିନ୍ନ ପ୍ରତିଯୋଗିତାରେ ଆଗକୁ ବଢି ଜିଲ୍ଲାର ନାମକୁ ରାଜ୍ୟ ସ୍ତରରେ ମଣ୍ଡନ କରିବା  ନିମନ୍ତେ ବକ୍ତବ୍ୟରେ ପ୍ରକାଶ କରିଥଲେ । ଏହି ଶିଶୁ ମହୋତ୍ସବ ରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ଥିଲେ ।

Leave a Comment

ବିଜ୍ଞାପନ
ଲାଇଭ କ୍ରିକେଟ୍ ସ୍କୋର |
AI Tools Indexer