ହାଇସ୍କୁଲ ଶିକ୍ଷକ ଏବଂ କର୍ମଚାରୀଙ୍କ ପାଇଁ ଖୁସି ଖବର । ଏଣିକି ଗୃହ ନିର୍ମାଣ ପାଇଁ ମିଳିବ ଅଗ୍ରୀମ ଟଙ୍କା ।
ସେହିପରି ପୁରୁଣା ଜମିରେ ନୂଆ କୋଠା କରିବା ପାଇଁ ମଧ୍ୟ ମିଳିବ ଅର୍ଥ । ଯଦି ଜଣେ ହାଇସ୍କୁଲ ଶିକ୍ଷକ କୋଠା କିଣିବା ପାଇଁ ଚାହୁଁଛନ୍ତି, ତାହାଲେ ମଧ୍ୟ ଅଗ୍ରୀମ ଅର୍ଥ ମିଳିବ । ଏହି ଅର୍ଥ ପ୍ରଦାନ କରିବେ ମୋହନ ମାଝୀ ସରକାର । ଏନେଇ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ୭/୧୧ ଦିନ ଚିଠି ହୋଇଛି । ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶାଳୟ ଏହି ଚିଠି ଲେଖିଛନ୍ତି ।
ସେହିପରି ଭାବରେ ପୁରୁଣା ଜମିରେ ନୂଆ କୋଠା ନିର୍ମାଣ ଏବଂ ନିର୍ମିତ ହୋଇଥିବା କୋଠା କିଣିବା ପାଇଁ ମଧ୍ୟ ହାଇସ୍କୁଲ ଶିକ୍ଷକ ଓ କର୍ମଚାରୀଙ୍କୁ ଅଗ୍ରୀମ ଅର୍ଥ ମିଳିବ । ଏସବୁ ପାଇଁ ଆବେଦନକାରୀ ମାନେ ଆବଶ୍ୟକ ତଥ୍ୟ ପ୍ରଦାନ କରିବାକୁ କୁହାଯାଇଛି । ଏନେଇ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ (DEO)ଙ୍କୁ ଚିଠି କରାଯାଇଛି ।
