ଦେବଗଡ ଜିଲ୍ଲା ତିଲେଇବଣି ବ୍ଲକର ସମ୍ବଲପୁର ଅବ୍ହିମୁଖେ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥ ପଥରଗଡ ବ୍ରିଜରେ ଆଜି ଅପରାହ୍ନରେ ଏକ ବାଇକ ଦୁର୍ଘଟଣାରେ ଜଣେ ଯୁବକର ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଦେବଗଡ ଥାନା ଅନ୍ତର୍ଗତ କଲଣ୍ଡା ଗ୍ରାମର ସୁରେନ୍ଦ୍ର ବାଘ (୧୯)।
ସୂଚନା ଅନୁଯାୟୀ, ସୁରେନ୍ଦ୍ର ଆଜି ଅପରାହ୍ନ ସମୟରେ ନିଜ ବାଇକ୍(ଓଡି-୨୮-ବି-୩୬୩୮)ଯୋଗେ କୌଣସି କାମରେ ତିଲେଇବଣି ଯାଇଥିଲେ। ତେବେ କାମ ସାରି ଦେବଗଡ ଅଭିମୁଖେ ଫେରୁଥିବା ବେଳେ ୪୯ନମ୍ବର ଜାତୀୟ ରାଜପଥର ପଥରଗଡ ବ୍ରିଜ ନିକଟରେ ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇ ସେ ରାସ୍ତାକୁ ଛିଟିକି ପଡିଥିଲେ।ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।ଖବରପାଇ ଦେବଗଡ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛି।
