କାଉନସିଲ ର ବିନା ଅନୁମୋଦନରେ ଉନ୍ନୟନ କାର୍ଯ୍ୟ କରିଥିବା ଅଭିଯୋଗରେ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଦେବଗଡ଼ ପୌରାଧ୍ୟକ୍ଷାଙ୍କୁ କାରଣଦର୍ଶାଅ ନୋଟିସ ।
ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନୟନ ବିଭାଗର ଚିଠି ସଂଖ୍ୟା ୨୩୬୦୨/୧୧-୧୧-୨୦୨୪ ଅନୁଯାୟୀ ଦେବଗଡ଼ ପୌରାଧ୍ୟକ୍ଷାଙ୍କୁ କାରଣଦର୍ଶାଅ ନୋଟିସ ଜାରି ହୋଇଛି। ଚିଠି ପାଇବାର ୨୧ ଦିନ ମଧ୍ୟରେ କାରଣ ଦର୍ଶାଇବାକୁ ସେଥିରେ ଉଲ୍ଲେଖ ରହିଛି।
ସୂଚନା ଅନୁଯାୟୀ , ପୌର ଆଇନର ଧାରା ୬୩ ଅନୁଯାୟୀ ପ୍ରତ୍ୟେକ ମାସରେ ଅନ୍ତତଃ ଥରେ କାଉନ୍ସିଲ ବୈଠକ ହେବା ନିୟମ ରହିଛି। କିନ୍ତୁ ପୌରାଧ୍ୟକ୍ଷା ୨୨.୪.୨୨ ରୁ ତା.୩୦.୯.୨୪ ତାରିଖ ମଧ୍ୟରେ କୌଣସି କାଉନସିଲ ବୈଠକ କରିନାହାନ୍ତି। ପୌର ଆଇନ ଧାରା ୯୫ ଅନୁଯାୟୀ ପୌର ପରିଷଦର ପ୍ରତ୍ୟେକ କାର୍ଯ୍ୟ କାଉନସିଲ ପ୍ରସ୍ତାବ ଅନୁଯାୟୀ ହେବା କଥା। କିନ୍ତୁ ‘ମୁକ୍ତା’ ଯୋଜନାରେ ବାର୍ଷିକ ଆକ୍ସନ ପ୍ଲାନ ତଥା ରିଜୋଲ୍ୟୁସନ୍ ନଥାଇ କାର୍ଯ୍ୟ ହୋଇଥିବା ବେଳେ ଗତ ୨୦୨୨ରେ ହୋଇଥିବା ଦୈନିକ ପରିବା ମାର୍କେଟ ଟେଣ୍ଡରରେ ପୌରାଧ୍ୟକ୍ଷା କାଉନସିଲ୍ର ବିନା ଅନୁମତିରେ ଠିକାଦାରଙ୍କୁ ଅନୁଗ୍ରହ ପ୍ରଦର୍ଶନ କରିଛନ୍ତି | ଟେଣ୍ଡର ଦେୟ କିସ୍ତି ମାଧ୍ୟମରେ ପ୍ରଦାନ କରିବା ପାଇଁ ସେ ସୁଯୋଗ ଦେଇଥିବା ଉକ୍ତ ନୋଟିସରେ ଉଲ୍ଲେଖ ରହିଛି। ଏହାର ଏକିକତା ନକଲ ଜିଲ୍ଲାପାଳ ଏବଂ ପୌର ନିର୍ବାହୀ ଅଧିକାରୀଙ୍କୁ ପ୍ରଦାନ କରାଯାଇଛି।
