Explore

Search
Close this search box.

Search

April 29, 2025 11:23 pm

ଶିଶୁ ଦିବସରେ ଅନାଥ ପିଲାଙ୍କ ପାଇଁ ଦେବଗଡ ଜିଲ୍ଲାପାଳଙ୍କ ନିଆରା ଉପହାର : ଶିଶୁ ଗୃହରେ ଉଦଘାଟନ ହେଲା ମ୍ୟୁଜିକ ଓ ଡ୍ୟାନ୍ସ ଅଭ୍ଯାସ କକ୍ଷ ।

ନଭେମ୍ବର ୧୪ ତାରିଖ ‘ଶିଶୁ ଦିବସ’ ଅବସରରେ ଦେବଗଡ ଜିଲ୍ଲାପାଳ କବିନ୍ଦ୍ର ସାହୁ ଶିଶୁ ଆଶ୍ରୟ ଗୃହର ଅନାଥ ପିଲାଙ୍କ ପାଇଁ ଏକ ମ୍ୟୁଜିକ ଓ ଡ୍ୟାନ୍ସ  ଅଭ୍ଯାସ କକ୍ଷ ଉଦଘାଟନ କରି ଶିଶୁମାନଙ୍କୁ ଏକ ନିଆରା ଉପହାର ପ୍ରଦାନ କରିଛନ୍ତି I

ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଏହି ଅଭ୍ୟାସ କକ୍ଷଟି ସପୋର୍ଟ ଶିଶୁ ଆଶ୍ରୟ ଗୃହ ପରିସରରେ ନିର୍ମିତ କରାଯାଇଛି I ଏହି ମ୍ୟୁଜିକ ଓ ଡ୍ୟାନ୍ସ  ଅଭ୍ଯାସ କକ୍ଷରେ ପିଲାମାନଙ୍କ ପାଇଁ ଅନେକ ପ୍ରକାରର ବାଦ୍ୟଯନ୍ତ୍ର ଯଥା ଡ୍ରମସେଟ , କିବୋର୍ଡ , ତIବଲା , ଢୋଲୋକ , ହାରମୋନିୟମ , ଟ୍ରାଙ୍ଗୋ , ବଇଁଶି , ଗୀଟାର , ବେହେଲ , ସେକ୍ସସୋଫୋନ ସାଙ୍ଗକୁ ଗୀତ ରେକର୍ଡ କରିବା ପାଇଁ ଅତ୍ୟାଧୁନିକ ଆଲୋକ ଓ ଶବ୍ଦ ଗ୍ରହଣ ସରଞ୍ଜାମର ବ୍ୟବସ୍ଥା କରାଯାଇଛି I ଏଠାରେ ପିଲାମାନେ ନିଜ ଗୀତକୁ ରେକର୍ଡିଂ କରି ଶୁଣିପାରିବା ବ୍ୟବସ୍ଥା ମଧ୍ୟ କରାଯାଇଛି I ଅନାଥ ପିଲାମାନେ ପାଠ ପଢିବା ସାଙ୍ଗକୁ ନୃତ୍ୟ ଓ ସଙ୍ଗୀତର ମଧ୍ୟ ଶିକ୍ଷା ଗ୍ରହଣ କରି ନିଜକୁ କଣ୍ଠଶିଳ୍ପୀ , ନୃତ୍ୟ ଶିଳ୍ପୀ , ସଂଗୀତକାର ଭାବେ ପ୍ରତିଷ୍ଠିତ କରି ପାରିବେ I ଆଜି ସପୋର୍ଟ ଅନୁଷ୍ଠାନ ଦ୍ଵାରା ପରିଚାଳିତ ଶିଶୁ ଆଶ୍ରୟ ଗୃହରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ରଙ୍କ ପରିଚାଳନାରେ ଆୟୋଜିତ ଶିଶୁ ଦିବସ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ରେବିକା ବିଲୁଙ୍ଗ ଓ ସମ୍ମାନିତ ଅତିଥି ଭାବେ ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷା ପିଙ୍କି ରାଣୀ ନନ୍ଦ , ସଦସ୍ୟ କୁମୁଦ ଶତପଥି , ରମା ସାହୁ , ଟିକେଶ୍ଵର ଧଳ , ସୁଷମା ମଞ୍ଜରି ମହାପାତ୍ର , କିଶୋର ନ୍ୟାୟ ବୋର୍ଡ ସଦସ୍ୟା ଗାୟତ୍ରୀ ଦ୍ଵିବେଦୀ , ଆକ୍ସନଆଡ ଜିଲ୍ଲା ପରାମର୍ଶଦାତା ବିରେନ୍ଦ୍ର ମହାପାତ୍ର ପ୍ରମୁଖ ଯୋଗ ଦେଇ  ଶିଶୁ ଗୃହରେ ମ୍ୟୁଜିକ ଓ ଡ୍ୟାନ୍ସ  ଅଭ୍ଯାସ କକ୍ଷକୁ ଉଦଘାଟନ କରିଥିଲେ I ଶିଶୁ ଗୃହର ପିଲାମାନେ ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ  ଏହି ଶିଶୁ ଦିବସକୁ ପାଳନ କରିଥିଲେ I  ସୁରକ୍ଷା ଅଧିକାରୀ ଚିନ୍ମୟ ସ୍ଵାଇଁ , କ୍ରାନ୍ତିମଞ୍ଜରି ଧାଉନଳିଆ , ଦେବାରଞ୍ଜନ ପ୍ରଧାନ , ଶିଶୁ ଗୃହର ପରିଚାଳକ ଚନ୍ଦ୍ର ଶେଖର ସାହୁ , ଶ୍ରୀଦତ୍ତ ସାହୁ , ଶୁଭସ୍ମିତା ମିଶ୍ର ପ୍ରମୁଖ ଏହି କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ I

Leave a Comment

ବିଜ୍ଞାପନ
ଲାଇଭ କ୍ରିକେଟ୍ ସ୍କୋର |
AI Tools Indexer