Explore

Search
Close this search box.

Search

April 29, 2025 11:21 pm

ସରକାରୀ ଖାତାରେ ସାମିଲ ହେଲା ବାମଣ୍ଡା ରାଜ ପରିବାରର ୪୫୩ ଏକର ସିଲିଂ ସରପ୍ଲସ ଜମି ।

ଦେବଗଡ଼:ବାମଣ୍ଡା ରାଜପରିବାରର ୪୫୩ ଏକର ସିଲିଂ ସରପ୍ଲସ ଜମି ସରକାରୀ ଖାତାକୁ ଯାଇଛି। ଏନେଇ ଜିଲ୍ଲା ପ୍ରଶାସନ ଓ ରାଜସ୍ବ ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ କରାଯାଇଥିବା ଜଣାପଡିଛି।

ସୂଚନା ଅନୁଯାୟୀ, ଗତ ଅକ୍ଟୋବର ୧୭ରେ ଦେବଗଡ଼ ତହସିଲଦାର ସିଲିଂ କେଶ ନମ୍ବର ୩୦/୧୯୭୪ ଅନୁଯାୟୀ ବାମଣ୍ଡା ରାଜ ପରିବାରର ସିଲିଂ ବହିର୍ଭୁତ ୪୫୩ ଏକର ଜମି ସରକାରୀ ଅନାବାଦୀ ଖାତାରେ ଅନ୍ତର୍ଭୁକ୍ତ କରାଯାଇଛି।ରାଜ୍ୟସରକାର ସାମ୍ୟବାଦୀ ନୀତି ଅନୁଯାୟୀ, ଓଡିଶା ଭୁସଂସ୍କାର ଆଇନ ୧୯୬୦ରେ ପ୍ରଣୟନ କରିଥିଲ। ଏହି ଆଇନ ସଂଶୋଧିତ ହୋଇ ୧୯୭୩-୭୪ରେ କାର୍ଯ୍ୟକାରୀ ହୋଇଥିଲା।ବାମଣ୍ଡା ରାଜପରିବାରଙ୍କ ନାମରେ ମୋଟ ୫୬୫ଏକର ଜମି ଦେବଗଡ ଏବଂ ସମ୍ବଲପୁର ଜିଲ୍ଲାର କୁଚିଣ୍ଡା ରହିଥିଲା।ତତକାଳୀନ ରାଜା ଭାନୁଗଙ୍ଗ ତ୍ରିଭୁବନ ଦେବଙ୍କ ନାମ​ରେ ୩୦/୧୯୭୪ନମ୍ବରରେ ଏକ ସିଲିଂ କେଶ ୧୯୭୪ ମସିହାରେ ଆରମ୍ଭ ହୋଇଥିଲା। କେଉଁ ଜମି ରାଜ ପରିବାର ରଖିବାକୁ ଚାହାଁନ୍ତି ଓ କେଉଁ ଜମି ସରକାରଙ୍କୁ ଛାଡ଼ିବେ, ତାହାର ଏକ ତାଲିକା ଦେବା ପାଇଁ ସରକାର ବାମଣ୍ଡା ରାଜପରିବାରର ସଦସ୍ୟମାନଙ୍କୁ ମତାମତ ଲୋଡିଥିଲେ। ଗତ ୨୦୧୪ ମସିହାରେ ତତକାନୀନ ଜିଲ୍ଲାପାଳ ବି. ପରମେଶ୍ବରମ ୪୫୩ ଏକର ସିଲିଂସରପ୍ଲୁସ ଜମି ସରକାରଙ୍କ ଅନାବାଦୀ ଖାତାକୁ ନେଇଆସିବା ପାଇଁ ରାଜସ୍ବ ବିଭାଗର ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବାମଣ୍ଡା ରାଜପରିବାର ସଦସ୍ୟ ଉକ୍ତ ନିର୍ଦ୍ଦେଶନାମାକୁ ଚ୍ୟାଲେଞ୍ଜ କରି ଅଦାଲତର ଆଶ୍ରୟ ନେଇଥିଲେ।୨୦୨୩ ଡିସେମ୍ବର ମାସରେ କେଶ ଟି ଆରଡିସିଙ୍କ ଦ୍ୱାରା ଖାରଜ ହୋଇଯାଇଥିଲା। ତେବେ ବର୍ତ୍ତମାନ ଦେବଗଡ ଜିଲ୍ଲାପାଳ କବୀନ୍ଦ୍ର ସାହୁଙ୍କ ନିର୍ଦ୍ଦେଶକ୍ରମେ ବାମଣ୍ଡା ରାଜପରିବାରର ୪୫୩ଏକର ଜମି ସରକାରୀ ଖାତାରେ ସାମିଲ କରାଯାଇଥିବା ନେଇ ଜଣାପଡିଛି।
ସୂଚନା ଅନୁଯାୟୀ, ଦେବଗଡ ତହସିଲ କୁରେଇବାହାଲ ମୌଜାରୁ ୯୨.୯୪ ଏକର, ଦେବଗଡ଼ ଓ ପୁରୁଣାଗଡ ମୌଜ଼ାରୁ ୩୬.୮୫ ଏକର, କୈଳାସ ମୌଜ଼ାରୁ ୬୬.୦୮ ଏକର, ରିଆମାଳ ତହସିଲର ହିଲାଙ୍ଗ ମୌଜ଼ାରୁ ୨୫.୪୬ ଏକର, ଧରମପୁର ମୌଜ଼ାରୁ ୩୩.୪୫ ଏକର,ବାରକୋଟ ତହସିଲର ରମ୍ଭେଇ ମୌଜାରୁ ୧୬୭.୩୫ ଏକର, ସମ୍ବଲପୁର ଜିଲ୍ଲା କୁଚିଣ୍ଡାର ବାଗିଆଡ଼ିହିରୁ ୫.୮୬ ଏକର, ହିଂଜ଼ରିକେଲାରୁ ୨୫.୦୫ ଏକର ଜମି ସରକାରୀ ଖାତାରେ ସାମିଲ କରାଯାଇଥିବା ଜଣାପଡିଛି। ଏନେଇ ଦେବଗଡ ତହସିଲଦାର କର୍ଣ୍ଣ ମଲ୍ଲିକଙ୍କୁ ଯୋଗାଯୋଗ କରିବାରୁ ୪୫୩ ଏକର ସିଲିଂ ସରପ୍ଲସ ଜମି ସରକାରୀ ଖାତାରେ ସାମିଲ କରାଯାଇଥିବା ବେଳେ ଏନେଇ ରାଜସ୍ବ ବିଭାଗ ପକ୍ଷରୁ ବିଭିନ୍ନ ପ୍ରକ୍ରିୟା ଆରମ୍ଭ କରାଯାଇଥିବା ସେ ପ୍ରକାଶ କରିଛନ୍ତି।

ଏଠାରେ ଉଲେଖ ଯୋଗ୍ୟଯେ , ଯେଉଁମାନେ ରାଜ ପରିବାରଙ୍କ ଠାରୁ ଜମି କ୍ରୟ କରି ଖାତିଆନ କରି ସାରିଥିଲେ ,ସେହି ଖାତିଆନ ଗୁଡିକ ସରକାରଙ୍କ ଏହି ନିର୍ଦେଶ ଅନୁଯାଇ ସ୍ୱତଃ ଖାରୋଜ ହୋଇସାରିଛି l ଐତିହାସିକ ବଡ ବଗିଚା ପଡିଆ ବର୍ତମାନ ସରକାରୀ ଖାତାରେ ରହିଥିବା ମଧ୍ୟ ଜଣାଯାଏ l

Leave a Comment

ବିଜ୍ଞାପନ
ଲାଇଭ କ୍ରିକେଟ୍ ସ୍କୋର |
AI Tools Indexer