Explore

Search
Close this search box.

Search

April 30, 2025 2:26 am

ପୁଣି ଥରେ ଅଶାନ୍ତ ହୋଇଉଠିଛି ମଣିପୁର । ୬ ଜଣ ଅପହୃତ ଙ୍କ ହତ୍ୟା ପରେ ତେଜିଛି ହିଂସା ।

ପୁଣି ଥରେ ଅଶାନ୍ତ ହୋଇଉଠିଛି ମଣିପୁର । ୬ ଜଣ ଅପହୃତ ଙ୍କ ହତ୍ୟା ପରେ ତେଜିଛି ହିଂସା । ବିଭିନ୍ନ ସ୍ଥାନରେ ଜଳାପୋଡା ସହ ମନ୍ତ୍ରୀଙ୍କ ବାସଭବନ ଉପରେ ହୋଇଛି ଆକ୍ରମଣ । ସଂପୃକ୍ତ ଅଞ୍ଚାଲରେ କର୍ଫ୍ୟୁ ସହ ଇଣ୍ଟରନେଟ ସେବା କୁ ବନ୍ଦ କରି ଦିଆଯାଇଛି ।

ମଣିପୁରରେ ପୁଣିଥରେ ତେଜିଛି ହିଂସା । ପୂର୍ବରୁ ଅପହୃତ ଥିବା ୬ ଜଣଙ୍କ କ୍ଷତାକ୍ତ ମୃତଦେହ ସ୍ଥାନୀୟ ଏକ ନଦୀରୁ ମିଳିବା ପରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ତିନିଜଣ ମନ୍ତ୍ରୀଙ୍କ ସମେତ ଏକାଧିକ ବିଧାୟକଙ୍କ ବାସଭବନ ଉପରେ ଆକ୍ରମଣ କରିଛନ୍ତି ଉତ୍ତ୍ୟକ୍ତ ଲୋକେ । ଜଳାପୋଡା ସହ ବ୍ୟାପକ ହିଂସାକାଣ୍ଡ ଦେଖିବାକୁ ମିଳିଛି । ଉଭୟ ପୋଲିସ ଓ କେନ୍ଦ୍ରୀୟ ଫୋର୍ସ ଉଦ୍ୟମ କରି ସ୍ଥିତିକୁ ନିୟନ୍ତ୍ରଣ କରିଥିବା ଜଣାଯାଇଛି । ସ୍ଥିତିକୁ ଦୃଷ୍ଟିରେ ରଖି ଇମ୍ଫାଲ ପୂର୍ବ ଓ ପଶ୍ଚିମ ସମେତ ତିନୋଟି ଜିଲ୍ଲାରେ କର୍ଫ୍ୟୁ ସହ ୭ ଟି ଜିଲ୍ଲାରେ ଇଣ୍ଟରନେଟ ସେବାକୁ ସମ୍ପୂର୍ଣ ବନ୍ଦ କରି ଦିଆଯାଇଛି । ଉଦ୍ଧାର ହୋଇଥିବା ୬ ଟି ମୃତଦେହ ମଧ୍ୟରୁ ୩ ଜଣ ମହିଳା ଓ ୩ ଜଣ ଶିଶୁ ରହିଥିବା ଜଣାଯାଇଛି ।

ଗତ କିଛିଦିନ ପୂର୍ବରୁ ଉଗ୍ରବାଦିମାନେ ରିଲିଫ କ୍ୟାମ୍ପ ଉପରେ ଆକ୍ରମଣ କରି ୩ ଜଣଙ୍କୁ ଗୁଳିକରି ହତ୍ୟା କରିବା ସହ ଏହି ୬ ଜଣଙ୍କୁ ଅପହରଣ କରି ନେଇଥିଲେ ।

Leave a Comment

ବିଜ୍ଞାପନ
ଲାଇଭ କ୍ରିକେଟ୍ ସ୍କୋର |
AI Tools Indexer