ଖୁବ୍ ଶୀଘ୍ର ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ । ଜାନୁଆରୀ ୩୧ ସୁଦ୍ଧା ମରାମତି କାମ ସମାପ୍ତ ହେବ । ଏନେଇ ଆଜି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।
ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ “ଦିନେ ଦୁଇଦିନ ମଧ୍ୟରେ ଆରମ୍ଭ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ । ଜାନୁଆରୀ ୩୧ ତାରିଖ ସୁଦ୍ଧା ସମାପ୍ତ ହେବ ମରାମତି କାମ । ଜିପିଏସ ରିପୋର୍ଟରେ ରତ୍ନଭଣ୍ଡାରରେ କୌଣସି ସୁଡ଼ଙ୍ଗ ନଥିବା ସ୍ପଷ୍ଟ ହୋଇଛି । ବିଭିନ୍ନ ଧାତବ ଦ୍ରବ୍ୟ ଥିବା ନେଇ ମଧ୍ୟ ଯେଉଁ ପରିକଳ୍ପନା ଥିଲା , ସେମିତି କିଛିନାହିଁ । ସେ ପର୍ଯ୍ୟାୟ ସମାପ୍ତ ହୋଇସାରିଛି । ଏବେ ଦ୍ଵିତୀୟ ପର୍ଯ୍ୟାୟରେ ଓଡ଼ିଶା ନିଯୋଗ ସହ ମନ୍ଦିର ପ୍ରଶାସନର ଆଲୋଚନା ସରିଛି । ଆଜି ଏଏସଆଇ ସିଡ୍ୟୁଲ ଦାଖଲ କରିବ । ତୁରନ୍ତ କାର୍ଯ୍ୟ ଆରମ୍ଭ ପାଇଁ ମନ୍ଦିର ପ୍ରଶାସନ ଏଏସଆଇ କୁ ଅନୁମତିପତ୍ର ଦିଆଯାଇଛି । ଆଗେ ମରାମତି କାର୍ଯ୍ୟ ସରିଲେ ଅସ୍ଥାୟୀ ଭଣ୍ଡାରରୁ ରତ୍ନଭଣ୍ଡାର କୁ ସବୁ ଅଳଙ୍କାର ଯିବ । ଏହାପରେ ଏକ ସୁରକ୍ଷିତ ପରିବେଶ ଓ ପରିସ୍ଥିତିରେ ଅଳଙ୍କାର ଗଣତି ହେବ ।”
