ଦେବଗଡ ଜିଲ୍ଲା ନିର୍ବାଚନ ପର୍ଯ୍ୟବେକ୍ଷକ ଦାୟିତ୍ବରେ ଥିବା ଯୁଗ୍ମ ଶାସନ ସଚିବ ସଞ୍ଜୟ ଲୁଗୁନ ଆଜି ଦେବଗଡ ଗସ୍ତରେ ଆସି ବିଭିନ୍ନ ବୁଥ ପରିଦର୍ଶନ କରିବା ସହିତ ସମୀକ୍ଷା କରିଥିଲେ।
ନିର୍ବାଚନ ପର୍ଯ୍ୟବେକ୍ଷକ ଶ୍ରୀ ଲୁଗୁନ ଜିଲ୍ଲାର ପୌରାଚଂଳ,ତିଲେଇବଣି ବ୍ଲକ ଓ ରିଆମାଳ ବ୍ଲକର ବିଭିନ୍ନ ବୁଥ ପରିଦର୍ଶନ କରିବା ସହ ଭୋଟର୍ ଲିଷ୍ଟ ସଂଶୋଧନ ଦାୟିତ୍ୱରେ ଥିବା ବିଏଲଓ ମାନଙ୍କ ସହ ଆଲୋଚନା କରିଥିଲେ।ଏହାସହିତ ତ୍ରୁଟି ଶୂନ୍ୟ ଭୋଟର ତାଲିକା ସଂଶୋଧନ,ନୂଆ ଭୋଟର ପଞ୍ଜୀକରଣ ଓ ୧୭ ବର୍ଷ ରୁ ଉର୍ଦ୍ଧ୍ବ ଯୁବକ ଯୁବତୀ ମାନଙ୍କୁ ଭୋଟର ତାଲିକାରେ ସଂଯୋଗୀକରଣ ଉପରେ ଶ୍ରୀ ଲୁଗୁନ ବିଏଲଓ ମାନଙ୍କୁ ପରାମର୍ଶ ଦେଇଥିଲେ।ତାଙ୍କ ଗସ୍ତ ସମୟରେ ଉପଜିଲ୍ଲାପାଳ ପରୀକ୍ଷିତ ସାହୁ,ଡେପୁଟି କଲେକ୍ଟର(ନିର୍ବାଚନ)ମମତାଜ ମହାରଣା,ରିଆମାଳ ବିଡିଓ ଉଗ୍ରସେନ ଓରାମ,ରିଆମାଳ ତହସିଲଦାର ଜ୍ୟୋସ୍ନାରାଣୀ ନାୟକ ବରିଷ୍ଠ ରାଜସ୍ବ ସହାୟକ ସୌମିତ୍ରୀ ପ୍ରସାଦ ଦେହୁରୀଙ୍କ ସମେତ ବିଏଲଓମାନେ ଉପସ୍ଥିତ ଥିଲେ।
