ଆଜି ଠାରୁ ଆରମ୍ଭ ହୋଇଯାଇଛି ବିଧାନସଭା ଶୀତକାଳୀନ ଅଧିବେଶନ । ଏହି ଅଧିବେଶନର ପ୍ରଥମ ଦିନରେ ଚଳିତ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଉପସ୍ଥାପନ ହୋଇଛି ଅତିରିକ୍ତ ବଜେଟ । ୧୨,୧୫୬ କୋଟି ଟଙ୍କାର ବ୍ୟୟ ବରାଦ ବିଧାନସଭାର ଅନୁମୋଦନ ପାଇଁ ଉପସ୍ଥାପନ କରାଯାଇଛି ।
୧୬୮୫ କୋଟିର ବ୍ୟୟବରାଦ କରାଯାଇଥିବା ବେଳେ ୧୦,୧୫୫ କୋଟିର କାର୍ଯ୍ୟକ୍ରମ ବ୍ୟୟ,ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ୧୨୦ କୋଟି, ରାଜ୍ୟ ବଜେଟରୁ ସ୍ଥାନାନ୍ତର ୧୯୬ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଅତିରିକ୍ତ ବଜେଟରେ ନୂତନ ପଦକ୍ଷେପ ଗ୍ରହଣ କରାଯାଇଛି । ସୁଭଦ୍ରା ଯୋଜନାରେ ୮୦ ଲକ୍ଷ ମହିଳାଙ୍କୁ ଅର୍ଥ ଦିଆଯାଇଛି । ୧୧୯୬ କୋଟି ଟଙ୍କାର ବଜେଟ ଅଛି । ଗୋପବନ୍ଧୁ ଆରୋଗ୍ୟ ଯୋଜନା, ଆୟୁଷ୍ମାନ ଯୋଜନାରେ ବ୍ୟୟ ବରାଦ କରାଯାଇଛି । ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ୬୬୪ କୋଟି ଏବଂ ଜାତୀୟ ସ୍ୱାସ୍ଥ୍ୟ ମିଶନରେ ୧୦୫୬ କୋଟି ବ୍ୟୟ ବରାଦ କରାଯାଇଛି ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଅତିରିକ୍ତ ବଜେଟ ଉପସ୍ଥାପନ କରିଛନ୍ତି । ଅର୍ଥ ବିଭାଗ ମଧ୍ୟ ନିଜ ପାଖରେ ରଖିଛନ୍ତି ମୁଖ୍ୟମନ୍ତ୍ରୀ । ଭୁବନେଶ୍ବରରେ ପ୍ରବାସୀ ଭାରତୀୟ ଦିବସ ପାଳନ ପାଇଁ ୧୨୫ କୋଟି । ଡିଏଜିଜିୟୁଏ ( Dharti Aaba Janjatiya Gram Utkarsh Abhiyan) ପାଇଁ ୯୨ କୋଟି । ସମସ୍ତ ବିଧାନସଭା କ୍ଷେତ୍ରର ବିକାଶ ପାଇଁ ୧୪୨ କୋଟି । ସିଏପିଏଫ୍ ବିକାଶ ପାଇଁ ୨୯୯ କୋଟି । ପୋଲିସ ଷ୍ଟେସନରେ ସିସିଟିଭି କ୍ୟାମେରା ଲାଗିବା ପାଇଁ ୫୧ କୋଟି । ସେଣ୍ଟର ଅଫ୍ ଏକ୍ସିଲେନ୍ସି ପ୍ରତିଷ୍ଠା ପାଇଁ ୧୩୦ କୋଟି । ଶ୍ରୀମନ୍ଦିର ପରିକ୍ରମା ପାଇଁ ୨୬ କୋଟି । ଜଗନ୍ନାଥ ମନ୍ଦିର ରତ୍ନଭଣ୍ଡାର ପାଇଁ ୫ କୋଟି । ଅଗ୍ନିଶମ ସେବାର ବିକାଶ ପାଇଁ ୬୦ କୋଟି ଓ ବିପର୍ଯ୍ୟୟ ପରିଚାଳନା ପାଇଁ ୧୨୦ କୋଟି ବ୍ୟୟବରାଦ କରାଯାଇଛି ।
ସେହିପରି ଖାଦ୍ୟ ପଦାର୍ଥ ଷ୍ଟୋରେଜ୍ ପାଇଁ ୫୯ କୋଟି । ଖରିଫ ଧାନ ପାଇଁ ୬ କୋଟି । ରାଷ୍ଟ୍ରୀୟ ପଶୁଧନ ବିକାଶ ଯୋଜନା ପାଇଁ ୯୧ କୋଟି । ଗୋଦାମ ଗୃହର ବିକାଶ ପାଇଁ ୧୦ କୋଟି । ଚାଷ କାର୍ଯ୍ୟ ପାଇଁ ଜଳ ଯୋଗାଣ ପାଇଁ ୮୦ କୋଟି ଟଙ୍କା ଅତିରିକ୍ତ ବଜେଟରେ ବ୍ୟୟବରାଦ ହୋଇଛି ।
