ଆଧାର କାର୍ଡ ଅପଡେଟ୍ କରିବା ପାଇଁ ସରିଆସୁଛି ଡେଡଲାଇନ୍ । ଡିସେମ୍ବର ୧୪ ତାରିଖ ମଧ୍ୟରେ ବିନା ଦେୟରେ ଘରେବସି ଆଧାର କାର୍ଡ ଅପଡେଟ କରିପାରିବେ । ଡିସେମ୍ବର ୧୪ ପରଠାରୁ ନିକଟସ୍ଥ ଆଧାର କେନ୍ଦ୍ରରେ ଆଧାର କାର୍ଡ ଅପଡେଟ କରାଇବା ପାଇଁ ୫୦ ଟଙ୍କା ଦେୟ ଦେବାକୁ ପଡ଼ିବ ।
ଯେଉଁମାନେ ୧୦ ବର୍ଷ ପୂର୍ବରୁ ଆଧାର କାର୍ଡ ପାଇଥିଲେ ସେମାନେ ନିଜ ଆଧାର କାର୍ଡ ଅପଡେଟ କରିନେବା ଉଚିତ୍ । ଏଥିପାଇଁ ୟୁନିକ ଆଇଡ଼େଣ୍ଟିଫିକେସନ୍ ଅଥୋରିଟି ଅଫ ଇଣ୍ଡିଆ ( UIDAI) ନାଗରିକଙ୍କୁ ସୂଚିତ କରିଛି । ଆଇନଗତ ଅନୂପାଳନ ଏବଂ ପରିଚୟ ପାଇଁ ଆଧାର କାର୍ଡ ଜରୁରୀ ଅଟେ । ବାସସ୍ଥାନ ଠିକଣା ପରିବର୍ତ୍ତନ କ୍ଷେତ୍ରରେ ଆଧାର କାର୍ଡ ଅପଡେଟ କରାଇ ନେବା ଉଚିତ୍ ।
ତେବେ ମାଗଣାରେ ଘରେବସି କିପରି ଆଧାର କାର୍ଡ ଅପଡେଟ କରିବେ ଆସନ୍ତୁ ଜାଣିବା ।
୧. ପ୍ରଥମେ ‘myAadhaar portal’କୁ ଯାଆନ୍ତୁ ଓ ଏହାପରେ ‘Login’ ବଟନ ଉପରେ କ୍ଲିକ୍ କରନ୍ତୁ ।
୨. ଏହାପରେ ନିଜ ଆଧାର ନଂ, କ୍ୟାପଚା କୋଡ୍ ଦିଅନ୍ତୁ ଓ ‘Send OTP’ ବଟନ୍ ଦବାନ୍ତୁ ।
୩. OTP ପ୍ରବେଶ କରିବା ପରେ ‘login’ ବଟନ୍ ଉପରେ କ୍ଲିକ୍ କରନ୍ତୁ ଓ ପରେ ‘Document Update’ ଉପରେ କ୍ଲିକ୍ କରନ୍ତୁ ।
୪. ନିୟମାବଳୀକୁ ଭଲ ଭାବରେ ପଢନ୍ତୁ ଓ ପରେ ‘Next’ ଉପରେ କ୍ଲିକ୍ କରନ୍ତୁ ।
ଭିରେଫିକେସନ ବକ୍ସକୁ ଯାଞ୍ଚ କରନ୍ତୁ ଏବଂ ‘Next’ ଉପରେ କ୍ଲିକ୍ କରନ୍ତୁ ।
୫. ‘Proof of Identity’ ଓ ‘Proof of address’ରେ ନିଜ ବ୍ୟକ୍ତିଗତ ତଥ୍ୟ ଭରନ୍ତୁ ।
୬. ଏହାପରେ ‘Submit’ ଉପରେ କ୍ଲିକ୍ କରନ୍ତୁ । ଡକ୍ୟୁମେଣ୍ଟ ଅପଡେଟ ଷ୍ଟାଟସ ଯାଞ୍ଚ କରିବା ଲାଗି ଆପଣଙ୍କ ପଞ୍ଜୀକୃତ ମୋବାଇଲ ନମ୍ବରକୁ ଏକ ‘service request number (SRN)’ ନମ୍ବର ଯିବ । ଏହାଦ୍ବାରା ଆପଣଙ୍କ ଆବେଦନର ସ୍ଥିତି ଜାଣିପାରିବେ ।
