Explore

Search
Close this search box.

Search

June 21, 2025 9:50 am

ଦେବଗଡ ରଜାମୁଣ୍ଡା ବାଇପାସ୍ ଛକରେ ସ୍ଥାପିତ ବାବାସାହେବ ଡଃ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ତଳେ ଥିବା ଉଦଘାଟନୀ ଫଳକ ଭାଙ୍ଗିଲେ ଦୁର୍ବୃତ୍ତ ।

ଦେବଗଡ ସଦର ମହକୁମା ରଜାମୁଣ୍ଡା ବାଇପାସ୍ ଛକ (ଅମ୍ବେଦକର ଛକରେ) ଗତ ଦୁଇଦିନ ପୂର୍ବରୁ ସ୍ଥାପିତ ହୋଇଥିବା ବାବାସାହେବ ଡଃ. ବି.ଆର. ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ତଳେ ଥିବା ଫଳକ କୁ ଭାଙ୍ଗିଦେଲେ ଦୁର୍ବୃତ୍ତ । ଏହାକୁ ନେଇ  ସାଧାରଣରେ ଅସନ୍ତୋଷ ଦେଖାଦେଇଥିବା ବେଳେ , ଏହି ଫଳକ ଭଙ୍ଗା ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି ।

ସୂଚନା ଅନୁଯାୟୀ ,  ଗତ ୨୬ ତାରିଖ ଦିନ ୭୫ ବର୍ଷ ପୂର୍ତ୍ତି ସମ୍ବିଧାନ ଦିବସ ପାଳନ ଅବସରରେ ଦେବଗଡ ପୌର ପରିଷଦ ପକ୍ଷରୁ ସ୍ଥାନୀୟ ରଜାମୁଣ୍ଡା ୧୦ ନମ୍ବର ୱାର୍ଡ ବାଇପାସ୍ ଛକରେ ସମ୍ବିଧାନ ପ୍ରଣେତା ବାବାସାହେବ ଡଃ. ବି ଆର ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଦେବଗଡ ପୌରଧ୍ୟକ୍ଷା ଶାନ୍ତିମଞ୍ଜରି ଦେଇ , ୧୦ ନମ୍ବର ୱାର୍ଡ କାଉନସିଲର ଇତିଶ୍ରୀ ମିଶ୍ରଙ୍କ ସମେତ ଆମ୍ବେଦକର ସାମାଜିକ ପରିବର୍ତ୍ତନ ମଞ୍ଚ , ଆମ୍ବେଦକର ୟୁଥ କ୍ଲଵ କାର୍ଯ୍ୟକର୍ତ୍ତା ଓ ପୌରାଞ୍ଚଳର ବିଶିଷ୍ଟ ବ୍ୟକ୍ତିବିଶେଷ ଉପସ୍ଥିତ ରହି ପ୍ରତିମୂର୍ତ୍ତିକୁ ଉଦଘାଟିତ କରିଥିଲେ । ଏହି ଅବସରରେ ବାଇପାସ୍  ଛକକୁ ଆମ୍ବେଦକର ଛକ ନାମରେ ନାମିତ କରାଯାଇଥିଲା ।

ମାତ୍ର ଆଜି ୨୯ ତାରିଖ ସକାଳୁ ପ୍ରତିମୂର୍ତ୍ତି ତଳେ ଥିବା ଫଳକ କୁ କେହି ଦୁର୍ବୃତ୍ତ ଭାଙ୍ଗି ଦୁଇଖଣ୍ଡ କରିଦେଇଥିବା ଦେଖିବାକୁ ମିଳିଥିଲା । ଏସଂପର୍କରେ ଖବର ପାଇ ଦେବଗଡ ପୌର କତ୍ତୃପକ୍ଷ ଓ ଆମ୍ବେଦକର ୟୁଥ୍ କ୍ଳବ କାର୍ଯ୍ୟକର୍ତ୍ତା ପ୍ରତିମୂର୍ତ୍ତି ସ୍ଥଳକୁ ଯାଇ ଘଟଣା ଅନୁଧ୍ୟାନ କରିଛନ୍ତି । ଫଳକ ଭଙ୍ଗା ନେଇ ଥାନାରେ ଲିଖିତ ଅଭିଯୋଗ କରାଯିବ ବୋଲି ଏଠାରେ ନିଷ୍ପତ୍ତି ନିଆଯାଇଛି । ଏହି ଫଳକ ଭଙ୍ଗା ଘଟଣା ସମସ୍ତଙ୍କୁ ବ୍ୟଥିତ କରିଥିବା ବେଳେ , ଏହାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି ।

Leave a Comment

ବିଜ୍ଞାପନ
ଲାଇଭ କ୍ରିକେଟ୍ ସ୍କୋର |
AI Tools Indexer